କୋଲକାତାର ଅନୁଭବ ଆଉ ବର୍ଷା କାହାଣୀ। ଆଉ ଏକ ଅନୁଭବ ବର୍ଷା

ଆଜି ଆମେ ଆପଣଙ୍କୁ ଆଉ ଏକ ରାଜନୈତିକ ଘଟଣା ବାବଦରେ କହିବାକୁ ଯାଉଛୁ ଯାହା କି ଆଉ ଏକ ବଡ଼ ଘଟଣା ସୃଷ୍ଟି କରିଛି। ଏହାକୁ ଲୋକ କୋଲକାତାର ଅନୁଭବ ଆଉ ବର୍ଷା କାହାଣୀ ଭାବେ ନାମିତ କରିବାକୁ ଚାହାନ୍ତି। ଆଉ ଦୁଇ ଜଣ ସାଂସଦ ଯାହାଙ୍କର ବିବାହ ସମ୍ପର୍କ ଆଗକୁ ଯାଇ ପାରିଲା ନାହିଁ। ସେମାନଙ୍କର ମନାନ୍ତର ଆଗକୁ ଆସି ସଭିଙ୍କର ନଜର ରେ ଖବର ହେଇଗଲା।

ଘରର ଝଗଡା ଯେତେବେଳେ ବାହାରକୁ ଆସେ ସେତେବେଳେ ତାହା ସଭିଙ୍କ ସାମ୍ନାରେ ଏକ ତାମସା ହେଇ ଯାଏ। ନାନା ଲୋକ ନାନା କଥା କୁହନ୍ତି ଆଉ ସେହି ଭାଙ୍ଗି ଯାଇଥିବା ମନ କାହାରି କଥା ମାନିବାକୁ ପ୍ରସ୍ତୁତ ହୁଏ ନାହିଁ। ଏହା ଆଗକୁ ଯାଇ ଖବର ତଥା ସବୁ ଲୋକଙ୍କ ପାଇଁ ବାସ ଏକ ମଶାଳା ହେଇ ଯାଏ। ଏହାର ଫଳାଫଳ ଏଇଆ ହୁଏ କି ଏହା ଆଉ ସମ୍ପର୍କକୁ ଧରି ରଖି ପାରେ ନାହିଁ ଆଉ ସମ୍ପର୍କ ଭାଙ୍ଗି ଯାଇଥାଏ।

anubhav

ଓଡ଼ିଶାରେ ଆପଣଙ୍କ ସାମ୍ନାରେ ଯେତେବେଳେ ସୁପର ହିଟ ଅଭିନେତା ଅନୁଭବ ଆଉ ବର୍ଷା ଙ୍କର କାହାଣୀ ଆସିଲା ତାହା ବାବଦରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। କେନ୍ଦ୍ରାପଡା ର ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବାବଦରେ ଅଦାଲତ ରେ ଛାଡପତ୍ର ନେବା ପାଇଁ ମାମଲା ଜାରି କରି ଥିଲେ। ତାଙ୍କ ପତ୍ନୀ ବର୍ଷା ବି ତାଙ୍କ ବାବଦରେ ଘରୋଇ ହିଂସା ର କେସ କରିଥିଲେ। ଏହାର ଏକ ବଡ଼ ତାମସା ହେଇ ଥିଲା ଆଉ ତାହା କେତେ ବଡ଼ ଖବର ହେଇ ଯାଇ ଥିଲା ତାହା ବାବଦରେ ସବୁ ଓଡିଶା ବାସୀ ଜାଣନ୍ତି। ଏବେ ଆଉ ଏକ ଖବର ଆସିବାକୁ ଯାଉଛି ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ।

ଏହି କାହାଣୀ ବି ସେପରି ଜଣେ ଅଭିନେତ୍ରୀ ଠାରୁ ସାଂସଦ ହେବା କାହାଣୀ ଅଟେ। ଏହି ଯୋଡି ତାହାଙ୍କ ବାବଦରେ କହିବାକୁ ଯାଉଛି ଯିଏ ଜଣେ ଅଭିନେତା ଆଉ ଅଭିନେତ୍ରୀ ଥିଲେ ଆଉ ତାହା ପରେ ସେମାନେ ସାଂସଦ ହେଇଗଲେ। ଏହି କଥା ହେଉଛି ଅଭିନେତ୍ରୀ ତଥା ସାଂସଦ ନୁସରତ ଜାହାନ ଆଉ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କର ଅଟେ। ଅନୁଭବ ଆମ ଓଡ଼ିଶାର କେନ୍ଦ୍ରାପଡ଼ା ର ସଂସଦ ଯେତେବେଳେ କି ନୁସରତ ପଶ୍ଚିମବଙ୍ଗର ବସିରହାଟର ସାଂସଦ ଅଟନ୍ତି। ନୁସରତଙ୍କର କହିବା କଥା କି ତାଙ୍କର ବିବାହ ହେଇ ନଥିଲା ବରଂ ତାହା ବାସ ଏକ ପ୍ରେମ ସମ୍ପର୍କ ଭଳି ଅଟେ।

aa

ଅନ୍ୟପଟେ ତାଙ୍କର ସ୍ୱାମୀ ନିଖିଲ ଜୈନ କହିଛନ୍ତି କି ଆମେ ୨୦୧୯ ମସିହା ଜୁନ ମାସରେ ତୁର୍କୀ ଯାଇ ବିବାହ କରି ଥିଲୁ ଆଉ ତାହା ପରେ ଆମେ ଯେତେବେଳେ କୋଲକାତା ଆସିଲୁ ତ ଆମକୁ ରିସେପସନ ଦିଆ ଯାଇଥିଲା। ଆମେ ବିବାହିତ ଦମ୍ପତ୍ତିଙ୍କ ଭଳି ସାଙ୍ଗରେ ରହୁଥିଲୁ ଆଉ ଆମକୁ ସମାଜରେ ଲୋକ କେବଳ ଯାଏ ବିବାହିତ ଦମ୍ପତ୍ତି ଭାବେ ହି ଜାଣିଥିଲେ। ମୁ ତାଙ୍କୁ ବିନା ସ୍ୱାର୍ଥରେ ସର୍ବଦା ସପୋର୍ଟ କରୁଥିଲି ମାତ୍ର ଅଗଷ୍ଟ ୨୦୨୦ର ଏକ ଫିଲ୍ମ ସୁଟିଂ ପରେ ତାଙ୍କ ମନୋଭାବ ପରିବର୍ତ୍ତନ ହେଲା ଆଉ ସେ ଅନ୍ୟ ଜାଗାରେ ରହିବାକୁ ଲାଗିଲେ। ତାହା ପରଠୁ ଆମେ ଆଉ ଏକାଠି ନାହୁଁ।

Leave a Reply

Your email address will not be published. Required fields are marked *