ଜୁନ ୧୦ ସାବିତ୍ରୀ ଅମାବାସ୍ୟା ଦିନ ଲାଗିବ ସୂର୍ଯ୍ୟପରାଗ। ବିବାହିତ ମାନେ ଏହି କାର୍ଯ୍ୟ କରନ୍ତୁ।

Sun pollen

ଜ୍ୟୋଷ୍ଠ ମାସରେ ଅମାବାସ୍ୟା ତିଥି ବହୁତ ଖାସ ଅଟେ। ଏହାକୁ ହିନ୍ଦୁ ଧର୍ମରେ ବଟ ସାବିତ୍ରୀ ବ୍ରତ ଭାବେ କୁହାଯାଇଥାଏ। ଏହାକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ। ଏଥର ଜୁନ ମାସ ୧୦ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା ପଡୁଛି। ଏଥର ସେହି ଦିନ ସୂର୍ଯ୍ୟ ପରାଗ ବି ପଡୁଛି। ଅର୍ଥାତ ଗୋଟେ ହିଁ ଦିନରେ ଦୁଇ ଦୁଇଟି ତିଥି ପଡୁଛି। ଅର୍ଥାତ ଏହି ଦିନ ଏହି ଅମାବାସ୍ୟାର ମହତ୍ତ୍ୱ ଆହୁରି ବଢ଼ିଯିବାକୁ ଯାଉଛି।

Savitri Brata

ହିନ୍ଦୁ ପୁରାଣ ଅନୁସାରେ ଏଥରର ପ୍ରଥମ ସୂର୍ଯ୍ୟ ପରାଗ ଜୁନ ମାସ ୧୦ ତାରିଖ ଅପରାହ୍ନ ୧ ବାଜି ୪୨ ମିନିଟ ଠାରୁ ଆରମ୍ଭ ହେବ ଆଉ ତାହା ସନ୍ଧ୍ୟା ୬ ବାଜି ୪୧ ମିନିଟ ସମୟରେ ସାରିଯିବ। ତେବେ ଯେପରିକି ଆମେ ଜାଣୁ କି ପରାଗ ଲାଗିବାର ୧୨ ଘଣ୍ଟା ଆଗରୁ କିଛି ବି କାର୍ଯ୍ୟ କରା ଯାଇ ନଥାଏ ଅର୍ଥାତ କିଛି ବି ଶୁଭ କାର୍ଯ୍ୟ କରା ଯାଇ ନଥାଏ ସେଥିପାଇଁ ସାବିତ୍ରୀ ବ୍ରତ ପାଳନ କରିବାକୁ ଥିବା ମହିଳା ମାନଙ୍କ ମନରେ ଏହା ସନ୍ଦେହ ଅଛି କି ସେମାନେ ନିଜର ପୂଜା କାର୍ଯ୍ୟ କେତେବେଳେ କରିବେ। ତେବେ ଆଜି ଆମେ ଆପଣଙ୍କ ଏହା ବାବଦରେ ହିଁ କହିବାକୁ ଯାଉଛୁ। ଆମ ସହ ଆପଣ ଶେଷ ଯାଏ ଯୋଡ଼ା ହୁଅନ୍ତୁ ଯାହା ଦ୍ୱାରା କି ଆମେ ଆପଣଙ୍କ ଏହା ବାବଦରେ ସବୁ କିଛି କହି ପାରିବୁ।

ଶାସ୍ତ୍ର ଅନୁସାରେ ଗ୍ରହଣ ଅଥବା ପରାଗ ଲାଗିବାର ୧୨ ଘଣ୍ଟା ଆଗରୁ ସୁତକ ଲାଗିଥାଏ ଆଉ ସୁତକ ଲାଗିବା ପରଠାରୁ ଆଉ କିଛି ବି କାମ କରାଯାଇନଥାଏ। ଅର୍ଥାତ କିଛି ବି ଶୁଭ କାମ କରଯାଇନଥାଏ। ମନ୍ଦିରର କବାଟ ବି ବନ୍ଦ କରି ଦିଆଯାଇଥାଏ ଆଉ କିଛି ବି ଧାର୍ମିକ ସ୍ଥାନ ମାନଙ୍କରେ କିଛି ଶୁଭ କାର୍ଯ୍ୟ କରାଯାଇନାହିଁ। ମାତ୍ର ଏହି ସମସ୍ତ ନିୟମ ପୁର୍ଣ ସୂର୍ଯ୍ୟ ପରାଗ ସମୟରେ ଲଗା ଯାଇଥାଏ ମାତ୍ର ଭାରତରେ ଏଥର ଆଂଶିକ ସୂର୍ଯ୍ୟ ପରାଗ ଲାଗିବ ଯାହା କି ଏହି ସମସ୍ତ ପାଇଁ ଲାଗୁ ହେଇନପାରେ।

sun

ଆଂଶିକ ସୂର୍ଯ୍ୟ ପରାଗ ଦ୍ୱାରା ଏହି କିଛି ବି ନିୟମ ଲାଗୁ ହେବ ନାହିଁ କାରଣ ଭାରତରେ ଏଥର ସୂର୍ଯ୍ୟପରାଗ କିଛି କିଛି ସ୍ଥାନ ମାନଙ୍କରେ ହି ଦେଖା ଯିବାକୁ ଯାଉଛି। ତେଣୁ ଏଥିରେ ସୂଚକ ଯେପରି କିଛି ବି ନିୟମାବଳୀ ଲାଗୁ ହେବ ନାହିଁ। ସେଥିପାଇଁ ଆପଣ ସାବିତ୍ରୀ ବ୍ରତ ପୂଜା ଯେତେବେଳେ ବି କଲେ ଆପଣଙ୍କ ଉପରେ କିଛି ପ୍ରଭାବ ପଡିବ ନାହିଁ ଆଉ ଏହା ଆପଣ କେତେବେଳେ ବି କରି ପାରିବେ।

ସାବିତ୍ରୀ ବ୍ରତ ଶୁଭ ତିଥି, ଜୁନ ୧୦ ତାରିଖ ଗୁରୁବାର। ଅମାବାସ୍ୟା ଆରମ୍ଭ ଜୁନ ୯ ତାରିଖ ବୁଧବାର ସକାଳ ୧ ବାଜି ୨୦ ମିନିଟ ଆଉ ଅମାବାସ୍ୟା ସମାପ୍ତ ଜୁନ ୧୦ ତାରିଖ ଗୁରୁବାର ସକାଳ ୪ ବାଜି ୨୦ ମିନିଟ। ଅମାବାସ୍ୟା ଶେଷ ଜୁନ ୧୧ ତାରିଖ ଶୁକ୍ରବାର। ସୂର୍ଯ୍ୟପରାଗ ସମାପ୍ତ ଜୁନ ୧୦ ତାରିଖ ସକାଳ ୧ ବାଜି ୪୨ ମିନିଟ ଠାରୁ ଆରମ୍ଭ କରି ସନ୍ଧ୍ୟା ୬ ବାଜି ୪୧ ମିନିଟରେ।

Leave a Reply

Your email address will not be published. Required fields are marked *