ଅଭିନେତ୍ରୀ ଜାଙ୍କଲିନ ପ୍ରଥମ ଥର ପାଇଁ ପାଳନ କଲେ ସାବିତ୍ରୀ ବ୍ରତ। । କରୁ କରୁ କରିଦେଲେ ଏମିତି

ସରି ଜାଇଛି ସାବିତ୍ରୀ ବ୍ରତ। ବିବାହିତା ନାରୀମାନେ ମହାଦେବଙ୍କ ନିକଟରେ ନିଜର ସ୍ଵାମୀଙ୍କ ପାଇଁ ପୂଜା କରିଥାନ୍ତି। ସେମାନେ ନିଜର ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ଏହି ପୂଜା ରଖିଥାନ୍ତି। ପୁରାତନ କାଳରେ ପ୍ରଥମ ଥର ପାଇଁ ସତ୍ୟବାନଙ୍କ ପାଇଁ ସାବିତ୍ରୀ ପୂଜା ଅର୍ଚ୍ଚନା କରିଥିଲେ କିନ୍ତୁ ତା ପରଠୁ ଏହି ଦିନକୁ ସାବିତ୍ରୀ ବ୍ରତ ରୂପେ ପାଳନ କରାଯାଉଛି । ଏହି ଦିନରେ ପତିଙ୍କ ପାଇଁ ତାଙ୍କ ପତ୍ନୀ ମାନେ ଉପବାସ ରଖିଥାନ୍ତି ଓ ଭଗବାନ ଶିବଙ୍କ ନିକଟରେ ପୂଜା କରିଥାନ୍ତି ସେମାନଙ୍କ ପତିଙ୍କ ଲମ୍ବା ଆୟୁଷ ନିମନ୍ତେ।

ସତୀ ସାବିତ୍ରୀ ଯେପରି ତାଙ୍କ ପତିଙ୍କୁ ଯମ ଲୋକରୁ ଫେରାଇ ଆଣିଥିଲେ ସେହି ନିଷ୍ଠାର ସହିତ ପତ୍ନୀ ମାନେ ତାଙ୍କ ପତିଙ୍କ ପାଇଁ ପୂଜା କରିଥାନ୍ତି। ଏବେ ଆଲୋଚନା କରିବା ଆମର ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏକି ଏହି କିଛି ଦିନ ତଳେ ବିବାହ କରିଥିଲେ ଓ ଆଜି ସେ ପ୍ରଥମ ଥର ପାଇଁ ତାଙ୍କ ପତିଙ୍କ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଜାଙ୍କଲିନ ଏହି କିଛି ଦିନ ତଳେ ତାଙ୍କ ବନ୍ଧୁ ଅରବିନ୍ଦଙ୍କୁ ବିବାହ କରିଥିଲେ। ଏହି ବିବାହ କଟକର ଏକ ମନ୍ଦିରରେ ସମ୍ପୂର୍ଣ୍ଣ ହୋଇଥିଲା ଓ ସେମାନେ ପତି ପତ୍ନୀ ହୋଇଥିଲେ।

Jacqueline

ତାଙ୍କର ପ୍ରକୃତ ଘର ହେଉଛି କଟକର ବାଙ୍କୀ ଅଞ୍ଚଳରେ ହେଲେ ସେ ତାଙ୍କ ପରିବାର ସହ କଟକରେ ରୁହନ୍ତି।ତାଙ୍କ ପିତା ଜଣେ ପୋଲିସ ଏସ ଆଇ।ସେ ରଜ କ୍ୱିନ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ସେ ଜଣେ ଭଲ ଅଭିନେତ୍ରି। ତାଙ୍କ ପିତାଙ୍କ ନାମ ଜଗନ୍ନାଥ ପରିଡ଼ା।ସେ ୨୦୧୬ ମସିହାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ଏହି ବର୍ଷ ସେ ରଜ କ୍ୱିନ୍ ବିଜେତା ହେବାପରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସିରିଏଲ ଜଗତରେ। ଏହାପରେ ସେ ଅନେକ ଆଲବମ ରେ ମଧ୍ୟ ଅଭିନୟ କରିସାରିଲେଣି।

ସେ ଓ ତାଙ୍କ ଭଉଣୀ ଉଭୟ ୨୦୧୬ ମସିହାରେ ରଜ କ୍ୱିନ ବିଜେତା ହୋଇଥିଲେ। ଏକା ସାଙ୍ଗରେ ୨ ଟି ବିଜେତା ଏହା ରଜ କ୍ୱିନ ଇତିହାସରେ ପ୍ରଥମ ଥିଲା। ଏହିପରି ଭାବରେ ସେ ନିଜର ଭବିଷ୍ୟତ ଆଗକୁ ବଢ଼ାଇଥିଲେ।ଏହି କିଛି ଦୀନ ତଳେ ତାଙ୍କ ବିବାହ ହୋଇଥିଲା। ଫଳରେ ଆଜିର ସାବିତ୍ରୀ ବ୍ରତ ହେଉଛି ତାଙ୍କ ପାଇଁ ପ୍ରଥମ ସାବିତ୍ରୀ ବ୍ରତ। ଆଜି ସେ ନିଜ ପତି ଅରବିନ୍ଦଙ୍କ ପାଇଁ ଉପବାସ ରଖିବା ସହିତ ତାଙ୍କ ପାଇଁ ଭଗବାନ ଶିବଙ୍କ ନିକଟରେ ତାଙ୍କର ଲମ୍ବା ଆୟୁଷ ନିମନ୍ତେ ପୂଜା କରିଥିଲେ।

ଯେହେତୁ ତାଙ୍କ ପାଇଁ ଏହି ବ୍ରତ ପ୍ରଥମ ଥିଲା ତେଣୁ ସେ ଏହା ବିଷୟରେ ଏତେ ଭଲଭାବେ ଜନିନଥିଲେ କିନ୍ତୁ ତାଙ୍କ ଶାଶୁଙ୍କ ସହାୟତାରେ ସେ ଏହି ବ୍ରତକୁ ପୁରଣ କରିଛନ୍ତି ଓ ଭଗବାନଙ୍କ ନିକଟରେ ତାଙ୍କ ପତିଙ୍କ ଲମ୍ବା ଆୟୁଷ ନିମନ୍ତେ ଗୁହାରି କରିଛନ୍ତି। ସେ ଓ ତାଙ୍କ ପତି ଉଭୟ ଆଜି ସକାଳୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇଥିଲେ ଓ ସେହିଠାରେ ସେ ନିଜର ବ୍ରତ ରଖିଥିଲେ।

Leave a Reply

Your email address will not be published. Required fields are marked *