ବଡ଼ ଖବର:- ଓଡିଶାକୁ ପୁଣି ବର୍ଷା ତାଣ୍ଡବ। ଆଜି ରାତି ଠାରୁ ବହୁତ ଅଧିକ ବର୍ଷା ହେବାର ଅଛି।

ଆଜି ଆମେ ଆପଣଙ୍କ ପାଖରେ ଆଜିର ବଡ଼ ଖବର ନେଇକି ଆସିଛୁ। ଆପଣଙ୍କ ପାଖରେ ଆମେ କହିବାକୁ ଯାଉଛୁ ଆଜିର ପାଣିପାଗ ରିପୋର୍ଟ ବାବଦରେ। ଆଜି ପାଣିପାଗ ବିଭାଗ ଜାରି କରିଛି ବଡ଼ ରିପୋର୍ଟ। ପ୍ରାୟ ୨୦ଟି ଜିଲ୍ଲା କୁ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ଅଛି। ତେବେ କଣ ରହିଛି ପାଣିପାଗ ରିପୋର୍ଟ ଆସନ୍ତୁ ଜାଣିବା। ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ତେବେ ସମୁଦ୍ରପତ୍ତନରେ ଥିବା ନିମ୍ନଗାମୀ ରେଖା ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ତାନ ତଥା ଉତ୍ତର ଗାଁଗେୟ ରେଖା ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଆଡକୁ ଆସିସାରିଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ମୌସୁମୀ ପ୍ରବାହ ଜାରି ରହିଛି। ଏହାର ପ୍ରବାହରେ ହି ଓଡ଼ିଶାର ଅନେକ ସ୍ଥାନ ମାନଙ୍କରେ ବର୍ଷା ହେବାର ସମ୍ଭାବନା ଅଛି।

rain

ତେବେ ଉତ୍ତରପ୍ରଦେଶର ବହୁତ ଜାଗା ମାନଙ୍କରେ ହେଇ ଥିବା ଲଘୁଚାପ ପ୍ରଭାବରେ ମୌସୁମୀ ଟ୍ରପ ଲାଇନ ରାଜସ୍ଥାନ ଠାରୁ ଆରମ୍ଭ କରି ବଙ୍ଗୋପସାଗରକୁ ଲମ୍ବୀ ଯାଇଛି। ଏହାର ପ୍ରଭାବରେ ରାଜ୍ୟର ବହୁତ ସ୍ଥାନ ମାନଙ୍କରେ ବର୍ଷା ହେଉଛି। ଭୁବନେଶ୍ୱର ସମେତ ଏହାର ଆଖ ପାଖ ଜିଲ୍ଲା ତଥା ସହର ମାନଙ୍କରେ ଜୋର ବର୍ଷା ହେବାର ସମ୍ଭାବନା ଅଛି। ଏହା ବାବଦରେ ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ ଆଉ ଆଜି ରାଜ୍ୟ ପାଣିପାଗ ବିଭାଗ ଏହା କହିଛି କି ରାଜ୍ୟର ଆହୁରି ୧୧ଟି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇ ପାରେ। ଏହା ବାବଦରେ ରିପୋର୍ଟ ଜାରି କରିଛି ପାଣିପାଗ ବିଭାଗ।

ତେବେ ସମୁଦ୍ର ପତ୍ତନର ନିମ୍ନଗାମୀ ରେଖା ସମୁଦ୍ର ଠାରୁ ପ୍ରାୟ ୧.୫ କିମି ଉଚ୍ଚତାରେ ଉତ୍ତର ଆନ୍ଧ୍ର ପ୍ରଦେଶ ଯାଏ ଲମ୍ବୀ ଯାଇଛି। ଏହାର ପ୍ରଭାବରେ ହେଉଥିବା ବର୍ଷା ଆମ ଓଡ଼ିଶାର ୯ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡି, ଦେବଗଡ଼, ଅନୁଗୁଳ, କେଉଁଝର, ଢେଙ୍କାନାଳ ଇତ୍ୟାଦିର ଗୋଟେ ଅଥବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାଛଡା ୨୦ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼, କେଉଁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ,ସୁନ୍ଦରଗଡ଼, ମୟୁରଭଞ୍ଜ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା,କଟକ,ଜଗତସିଂପୁର, ଖୋର୍ଦ୍ଧା ଆଉ ପୁରୀ ଠାରେ ଗୋଟେ କି ଦୁଇଟି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

raining

ତେବେ ୧ରୁ ୨୪ ଜୁନ ଭିତରେ ଓଡ଼ିଶାର ଅନେକ ସ୍ଥାନ ମାନଙ୍କରେ ୧୬୨.୮ ମିମି ବର୍ଷା ହେଇଛି ଆଉ ଏହା ସ୍ୱାଭାବିକ ବର୍ଷା ୧୫୬.୧ ମିମି ଠାରୁ ପ୍ରାୟ ୪% ଅଧିକ ଅଛି। ଏହି ଅବଧି ମଧ୍ୟରେ ୮ଟି ଜିଲ୍ଲା ରାୟଗଡା, ଗଂଜାମ, ଗଜପତି, ନୟାଗଡ଼,ଯାଜପୁର, ଭଦ୍ରକ,କେନ୍ଦୁଝର ଆଉ କେନ୍ଦ୍ରାପଡା ଠାରେ ନିଆଣ୍ଟିଆ ବର୍ଷା ହେଇଛି। ଏହା ସ୍ୱାଭାବିକ ବର୍ଷା ଠାରୁ କମ ଅଟେ। ଏହି ଅବଧି ମଧ୍ୟରେ ଦୁଇଟି ଜିଲ୍ଲା ପୁରୀ ଆଉ ସମ୍ବଲପୁରକୁ ସ୍ୱାଭାବିକ ଠାରୁ ୬୦% ଅଧିକ ବର୍ଷା ହେଇଛି। ଆଉ କିଛି ଜିଲ୍ଲା ଯେପରିକି ଦେବଗଡ଼,କୋରାପୁର, ସମ୍ବଲପୁର ଇତ୍ୟାଦି ରେ ସ୍ୱାଭାବିକ ଠାରୁ ୨୦ ରୁ ୫୯% ଅଧିକ ବର୍ଷା ରେକର୍ଡ କରା ଯାଇଛି।

Leave a Reply

Your email address will not be published. Required fields are marked *