ସତରେ ଶେଷ ହେବାକୁ ଯାଉଛି କି କଳିଯୁଗ?

Kali Yuga

ଜୀବନ ଏକ ଡୋରୀରେ ବନ୍ଧା। ଆମେ ମନୁଷ୍ୟ ଆଉ ଯେଉଁ ବି ଜୀବଜନ୍ତୁ ଏହି ଦୁନିଆରେ ବଂଚି ଛନ୍ତି ସେମାନଙ୍କ ପାଇଁ ସଭିଙ୍କ ଜୀବନ ଏକ ଡୋରି ସଦୃଶ ଅଟେ। ମଣିଷ ନିଜର ଅତୀତ ବାବଦରେ ମନେ ପକାଇଥାଏ ଆଉ ନିଜର ଭବିଷ୍ୟତ ବାବଦରେ ଭାବି ଭାବି ବଂଚି ଥାଏ। କାହାକୁ କେବେ ବି ଜଣା ନାହିଁ କି ତାର ଭବିଷ୍ୟତ ରେ କଣ ହେବ ଅଥବା କଣ ହେବାକୁ ଯାଉଛି। ଆମେ ତ ନିମିତ୍ତ ମାତ୍ର ଅଟୁ। ତେବେ ଆମେ ସର୍ବଦା ଏହା ଶୁଣିବାକୁ ପାଇଥାଉ କି ଆମ ଭବିଷ୍ୟତ ଦୁନିଆ ସମାପ୍ତ ହେବାକୁ ଯାଉଛି ମାତ୍ର ଏହା ଆମେ କେବେ ବି ସମ୍ପୂର୍ଣ ରୂପେ ନିଶ୍ଚିତ ହେଇ ପାରି ନଥାଉ।

ମାତ୍ର ଆମେ ତଥାପି ଜୀବନ ବଂଚିବାରେ ଲାଗିଥାଉ। କାରଣ ଜୀବନର ମୂଳ ମୁହୂର୍ର୍ଟ ହେଉଛି ବିଶ୍ୱାସ। ଆମେ ବିଶ୍ୱାସ ଦ୍ୱାରା ହି ବଂଚିକି ରହିଥାଉ। ଏହି ବିଶ୍ୱାସ ଉପରେ ନେଇ ଆଜି ଆମେ କହିବାକୁ ଯାଉଛୁ ଏକ ଏପରି ତଥ୍ୟ ଯାହା କି ଆପଣଙ୍କ ଜୀବନ ପରିବର୍ତ୍ତନ କରି ପାରିବ। ତେବେ ଏହାକୁ ସମ୍ପୂର୍ଣ ଜାଣିବା ପାଇଁ ଶେଷ ଯାଏ ରୁହନ୍ତୁ। ଆସନ୍ତୁ ଜାଣିବା।

Kali Yuga

ଦେବଭୂମିର ଏକ ଗୁମ୍ଫାରେ ଏକ ଏପରି ରହସ୍ୟ ଭରି ରହିଛି ଯାହା ଭିତରେ ଆମ ଦୁନିଆ ଶେଷ ହେବାର ସବୁ ରହସ୍ୟ ଅଛି। ଏହି ଗୁମ୍ଫା ଭିତରେ ଚାରୋଟି ଖମ୍ବ ଅଛି। ଏହି ଖମ୍ବ ଆମ ଚାରି ଯୁଗ ସହ ଯୋଡ଼ା ଅଟେ। ଏହା ଭିତରୁ ସତ୍ୟ ଯୁଗ, ତ୍ରେତୟା ଯୁଗ ଆଉ ଦ୍ଵାପର ଯୁଗ ଏବଂ କଳିଯୁଗ ଭାବେ ଏହି ଖମ୍ବ ମାନେ ନାମିତ ଅଟନ୍ତି।

ସେଠାରେ ଥିବା ଜଣେ ପୂଜାରୀଙ୍କର କହିବା କଥା କି ଏଠାରେ ଥିବା ତିନୋଟି ଖମ୍ବ କେଵର ବି କିଛି ଆକୃତିରେ ପରିବର୍ତ୍ତନ କରନ୍ତି ନାହିଁ। ମାତ୍ର କଳିଯୁଗ ନାମରେ ନାମିତ ଥିବା ଖମ୍ବ ସର୍ବଦା କିଛି ନା କିଛି କାର୍ଯ୍ୟ କରୁଥାଏ। ତେବେ ଏହାର ପାଖରେ ଥିବା ଏକ ପିଣ୍ଡ ପ୍ରାୟ ୭ କୋଟି ବର୍ଷରେ ଥରେ ଏକ ଇଂଚ ଲେଖାଏଁ ବଢିଥାଏ। ଏହି ପିଣ୍ଡଟି ଯେତେବେଳେ ବଢିଯାଇ କଳିଯୁଗ ଖମ୍ବ ସହ ମିଶିଯିବ ସେତେବେଳେ କଳିଯୁଗ ଧ୍ୱଂସ ହେଇଯିବ ବୋଲି କୁହାଯାଉଛି।

KaliYuga

ଉତ୍ତରାଖଣ୍ଡ ରାଜ୍ୟରେ ମଙ୍ଗୁଲିହାଟ ସହର ସ୍ଥିତ ପାତାଲଭୁବନେଶ୍ୱରୀ ଗୁମ୍ଫା ବିସୟରେ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଅଛି। ଏହି ଗୁମ୍ଫା ଭିତରେ ସ୍ୱୟଂ ମହାଦେବଙ୍କର ଏକ ସ୍ମୃତି ଶୋଭା ପାଉଛି। ଏଠାରେ ଅନ୍ୟ ଦେବା ଦେବୀ ମନେ ମହାଦେବଙ୍କର ପୂଜା କରନ୍ତି। ଏହାଠାରୁ କିଛି ଦୂରରେ ଆଦି ଗଣେଶଙ୍କର ମୁଣ୍ଡହୀନ ମୂର୍ତ୍ତୀ ଦେଖିବାକୁ ମିଳେ ଯାହାକୁ କି ପୂଜା କର ଯାଇଥାଏ।

କୁହାଯାଏ କି ଏଠାରେ ହିଁ ଭଗବାନ ଶିବ ଗଣେଶଙ୍କର ଶିର ଛେଦନ କରିଥିଲେ। ଏହା ଆଗରେ ଆଉ କିଛି ଅଦ୍ଭୁତ ଚିତ୍ର ଦେଖିବାକୁ ମିଳେ ଆଉ ତାହା ଆମକୁ ଆଶ୍ଚର୍ଯ୍ୟ କରି ପାରିବ। ପାଣ୍ଡବଙ୍କର ତପସ୍ୟା କରୁଥିବା ଗୁମ୍ଫା ବି ଦେଖିବାକୁ ମିଳିଥାଏ ଯାହାକୁ କି ଆଦି ଶଙ୍କରାଚାର୍ଯ୍ୟ ଆବିଷ୍କାର କରିଥିଲେ। ତେବେ ଏହା ସମ୍ପୂର୍ଣ ରୂପେ ବିଶ୍ୱାସରେ ଅଟକି ଅଛି।

Leave a Reply

Your email address will not be published. Required fields are marked *