ଆସନ୍ତା ଦୁଇଦିନ ପ୍ରବଳ ବର୍ଷା। ଏହି ଜିଲ୍ଲା ମାନଙ୍କୁ ଆଲର୍ଟ ଜାରି କରାଗଲା।

rain

ଏବେ ଆଞ୍ଚଳିକ ପାଣିପାଗ କ୍ଷେତ୍ରରୁ ନୂଆ ରିପୋର୍ଟ ଜାରି କରା ଯାଇଛି ଯାହା କି ଏହା ଜଣାଇ ଦେଉଛି କି ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହା ବାବଦରେ ପାଣିପାଗ ବିଭାଗ ସମ୍ପୂର୍ଣ ନୂତନ ରିପୋର୍ଟ ଜାରି କରିଛି। ଏହା ବାବଦରେ ଆମେ ସମ୍ପିରଣ ରୂପେ ଜାଣିବା ଆଉ ଆପଣ ଆମ ସହ ଯୋଡି ହୋଇ ରୁହନ୍ତୁ ଏହି ଖବର ବାବଦରେ ସମ୍ପୂର୍ଣ ଜାଣିବା ପାଇଁ ଆଉ ଆଜି ଆମେ ଏହା ବାବଦରେ ସମ୍ପୂର୍ଣ ଖବର ଜାଣିବା ।

rain

ଆସନ୍ତା ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡିଶା, ଉତ୍ତର ଓଡିଶା ତଥା ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହି ଜିଲ୍ଲା ଗୁଡିକଁ ହେଉଛି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର , ଅନୁଗୁଳ,କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଆଉ ବୌଦ୍ଧ ଆଦି ଜିଲ୍ଲା। ଏହାର କେତେକ ସ୍ଥାନରେ ବର୍ଷା ହେବ। ସେହିପରି ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡା ତଥା କେଉଁଝରର ବହୁତ ଜାଗା ମାନଙ୍କରେ ୨୦ ତାରିଖ ଦିନ ପ୍ରବଳ ବର୍ଷା ହେଇ ପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ତେବେ ୨୧ ତାରିଖ ଆଉ ୨୨ ତାରିଖ ଆଡକୁ ବର୍ଷାର ପ୍ରଭାବ ହାଲକା କମ ହେଇ ଯିବ। ଏହି ଦିନ ମାନଙ୍କରେ ରାଜ୍ୟରେ ହାଲକା ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ରିପୋର୍ଟ ପ୍ରକାଶ କରା ଯାଇଛି। କେନ୍ଦ୍ରର ସୂଚନା ମୁତାବ ରାଜ୍ୟରେ ଏଯାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ହି ରାଜ୍ୟର ଉତ୍ତର ଆଉ ଦକ୍ଷିଣ ଓଡିଶାରେ ବର୍ଷାର ପ୍ରବାହ ଜାରି ରହିଛି। ତେବେ ଆସନ୍ତା ଦୁଇ ଦିନ ଭିତରେ ବି ଏହି ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନ ମାନଙ୍କରେ ବର୍ଷା ଜାରି ରହିବ।

rain

ଗତ ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନ ମାନଙ୍କରେ ତଥା ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନ ମାନଙ୍କରେ ହାଲକା ତଥା ମଧ୍ୟମ ଧରଣର ବର୍ଷା ହେଇ ଯାଇଛି। ତେବର ସୋନପୁରରେ ସର୍ବାଧିକ ବର୍ଷା ହେଇଥିବାର ରେକର୍ଡ କରା ଯାଇଛି। ଦଂଗାଲପାଲି ରେ ୮୭.୨ ମିଳି ମିଟର ବର୍ଷା ହେବାର ରେକର୍ଡ କରା ଯାଇଛି। ସେହିପରି କନ୍ଧମାଳ ଜିଲ୍ଲାର ବାଲିକୁଦାରେ ୮୦.୬ ମିଳି ମିଟର ଆଉ ବରଗଡ଼ ଜିଲ୍ଲାର ବିଜେପୁର ଠାରେ ୭୮.୦ ମିଲି ମିଟର ବର୍ଷା ରେକର୍ଡ କରା ଯାଇଥିବା କଥା କେନ୍ଦ୍ର ପାଣିପାଗ କେନ୍ଦ୍ର ତରଫରୁ କୁହା ଯାଇଛି।

ଭୁବନେଶ୍ୱର ରେ ବି ୩.୪ ମିଲି ମିଟର ବର୍ଷା ହେଇ ଥିବାର ରେକର୍ଡ କରା ଯାଇଛି। ବଙ୍ଗୋପସାଗରରେ ଲଘୁଚାପ ଜାରି ରହିଛି ଆଉ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ମାନଙ୍କ ସହ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ବର୍ଷା ହେବା ସହ ପାଗ ମେଘୁଆ ରହିଛି ଆଉ ସେହି ଦକ୍ଷିଣ ଓଡିଶାରେ ଜିଲ୍ଲା ମାନଙ୍କରେ ପବନର ବେଗ ମଧ୍ୟ ଅଧିକ ରହିଛି। ସଭିଙ୍କୁ ସତର୍କ ରହିବା ପାଇଁ ଅନୁରୋଧ ଅଟେ।

Leave a Reply

Your email address will not be published. Required fields are marked *