ଆଜିଠୁ ବର୍ଷା ବଢିବ ଆଉ ଚାରି ଦିନ ଯାଏ ଏହି ଜିଲ୍ଲା ମାନଙ୍କୁ ରହିଛି ପ୍ରହଳ ବିପଦ।

rain

ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ଏକ ଟ୍ରପ ଲାଇନ ରହିଛି। ଯାହାର ପ୍ରଭାବରେ ସାରା ଓଡ଼ିଶାରେ ଚାରିଦିନ ଯାଏ ବର୍ଷା ଲାଗି ରହିବ। ଏହା ବାବଦରେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଯାହା ହେଉଛି ଆଜିର ବଡ଼ ଖବର। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ଆଉ ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ମାନେ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଝାଡ଼ଖଣ୍ଡର ଗାଙ୍ଗେୟ ଦ୍ୱୀପ ଉପରେ ରହିଛି ଏକ ଟ୍ରପ ଲାଇନ। ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଉପରେ ଏହାରି ପ୍ରଭାବର ଲଘୁଚାପ କାରଣରୁ ବର୍ଷା ହେବାର ଲାଗିଛି। ଏହାର ପ୍ରଭାବରେ ଉତ୍ତର ଓଡିଶା ଆଉ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲା ମାନଙ୍କରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବାର ଲାଗିଛି। ଆଜିଠୁ ରାଜ୍ୟର କିଛି ସ୍ଥାନ ମାନଙ୍କରେ ବିଜୁଳି ତଥା ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରା ଯାଇଛି। ଯାହାକି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ।

rain

ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ନୂଆପଡା ଓ ସୋନପୁର ଭଳି ଜିଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବାଦ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେଇ ପାରେ। ତେବେ ବୁଧବାର ଆଉ ଗୁରୁବାର ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନ ମାନଙ୍କରେ ଘଡଘଡି ସହ ବର୍ଷା ହେଇ ପାରେ। ଏହା ବାବଦରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ସେପଟେ ଜୁନ ୧ ଠାରୁ ଆରମ୍ଭ କରି ଜୁନ ୨୦ ଯାଏ ରାଜ୍ୟରେ ୧୬% ଅଧିକ ବର୍ଷା ରେକର୍ଡ କରା ଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩୬. ୨ ମିଳି ମିଟର ବର୍ଷା ରେକର୍ଡ କରା ଯାଇଛି। ଏହିଠାରେ ହି ୫ଟି ଜିଲ୍ଲା ଏପରି ଅଛି ଯାହା ଭିତରେ ୫- ୫୯% ନିଅଣ୍ଟିଆ ବର୍ଷା ରେକର୍ଡ କରା ଯାଇଛି। ଭଦ୍ରକ, ଯାଜପୁର, ଗଂଜାମ, ଗଜପତି ଓ ନୟାଗଡ଼ ରେ କମ ବର୍ଷା ହେଇଛି। ସେହିପରି ୭ଟି ଜିଲ୍ଲା ରେ ସ୍ୱାଭାବିକ ଠାରୁ ୬୦% ଅଧିକ ଆଉ ୬ଟି ଜିଲ୍ଲାରେ ୨୦ ରୁ ୫୯% ଅଧିକ ବର୍ଷା ହେଇଛି। ୧୨ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଥିବାର ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ପ୍ରକାଶ କରା ଯାଇଛି।

rain

ଏହି ବର୍ଷା ସହ ପବନ ବି ଅଧିକ ହେବାର ସମ୍ଭାବନା ଅଛି। ପବନର ବେଗ ପାଖାପାଖି ୩୦ ରୁ ୪୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ଅଛି। ସେହି ସବୁ ଜିଲ୍ଲା ମାନଙ୍କ ମଧ୍ୟରେ କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୁରଭଞ୍ଜ , ଭଦ୍ରକ, ଗଜପତି, ଗଂଜାମ ତଥା କନ୍ଧମାଳ ଆଦି ଜିଲ୍ଲାର ଗୋଟେ କି ଦୁଇଟି ସ୍ଥାନ ମାନଙ୍କରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କେଉଁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଗଜପତି, ଗଂଜାମ, ନବରଙ୍ଗପୁର, କୋରାପୁଟ ତଥା ରାୟଗଡା ଆଦି ଜିଲ୍ଲାର ବଜ୍ରପାତ ଆଶଙ୍କା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି।

Leave a Reply

Your email address will not be published. Required fields are marked *