ଯେଉଁ ସ୍ତ୍ରୀ ତାର ସ୍ୱାମୀ ଆଗରୁ ସୋଇଥାଏ ତାହାଙ୍କ ପାଇଁ ଭୟ।

sleep

ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ। ଯେତେବେଳେ କାହାରି ଘରେ ଜଣେ ଝିଅ ସନ୍ତାନ ଜନ୍ମ ହୁଏ ସେତେବେଳେ ସଭିଏଁ କୁହନ୍ତି କି ଘରେ ମାତା ଲକ୍ଷ୍ମୀ ଜନ୍ମ ହେଇଛନ୍ତି। ଏହି ସ୍ତ୍ରୀ ମୁଣ୍ଡରେ ଅନେକ ଦାୟିତ୍ତ୍ୱ ଥାଏ ଆଉ ସେ ଯେତେବେଳେ ସମସ୍ତ ଦାୟିତ୍ୱ ପୁରା ପୁରି ସଫଳତାର ସହ ପୁରା କରିଥାଏ ତ ସେ ଘରକୁ ସ୍ୱର୍ଗ ବନେଇ ଦେଇଥାଏ।

ପୁରାତନ କାଳର ମହିଳା ମାନଙ୍କ ଭିତରେ ସଂସ୍କାର ଭରା ରହୁଥିଲା। ସେମାନେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ ଆଉ ଐଶ୍ୱରୀକ କାର୍ଯ୍ୟ ସମସ୍ତ କରୁଥିଲେ। ସେମାନେ ଶାସ୍ତ୍ରଗତ ସମସ୍ତ ନିୟମ ମାନି ଚଳୁଥିଲେ ଆଉ ଏହା ହି କାରଣ କି ସେମାନେ ଏତେ ଦୀର୍ଘାୟୁ ଥିଲେ ଆଉ ଅନେକ ଦିନ ଯାଏ ବଞ୍ଚୁ ଥିଲେ। ସେମାନେ ଯୌଥ ପରିବାରରେ ଥିଲେ ବି ସେମାନଙ୍କ ସହ ତଥା ସେମାନଙ୍କ ସ୍ୱାମୀଙ୍କ ସହ କିଛି ବି ଝଗଡା ହେଉନଥିଲା।

w

ସେମାନଙ୍କ ଭିତରେ ସେଇ ବୁଝାମଣା ରହୁଥିଲା ଆଉ ଜଣେ ସ୍ତ୍ରୀ ପୁରା ଘରକୁ ହିଁ ସମ୍ଭାଳି ପାରିବାର କ୍ଷମତା ପୋଷଣ କରୁଥିଲା। ମାତ୍ର ଆଜିକାଲି ଏହି ମଡର୍ଣ ଜମାନାରେ ସ୍ତ୍ରୀ ମାନେ ଜମା ବି ସଂସ୍କାର ପୋଷଣ କରୁ ନାହାନ୍ତି। ସେମାନେ ଶାସ୍ତ୍ରଗତ କିଛି ବି ନିୟମ ମାନୁ ନାହାନ୍ତି ଆଉ ତାଙ୍କର ଏହି କର୍ତ୍ତବ୍ୟ ହୀନତା ଯୋଗୁ ହିଁ ଘର ମାନଙ୍କରେ ଝଗଡା ଲାଗି ରହୁଛି। ଆଜିକାଲି କେହି ବି ଶାସ୍ତ୍ରଗତ ନିୟମ ମାନୁ ନାହାନ୍ତି ଯାହାର କୁଫଳ ସେମାନଙ୍କୁ ଭୋଗ କରିବାକୁ ହେଉଛି ଆଉ ଏହାର ଫଳାଫଳ ସିଧା ସେମାନଙ୍କ ଉପରେ ପଡୁଛି। ଆଜି ଆମେ ଆପଣଙ୍କ ପାଖରେ ସେହି ସ୍ତ୍ରୀ ମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ କଥା ନେଇକି ଆସିଛୁ ଯାହା ତାଙ୍କ ପାଇଁ ଉପଯୋଗୀ ହେଇପାରେ। ଆଜି ଆମେ ଆପଣଙ୍କ ପାଇଁ କିଛି କଥା ବସ୍ତୁ ନେଇକି ଆସିଛୁ ଯାହା କି ଆପଣଙ୍କ ଶାସ୍ତ୍ର ନିୟମ କଣ ପାଳନ କରିବା ଦରକାର। ଆସନ୍ତୁ ଜାଣିବା।

୧:-ସ୍ୱାମୀ ଆଗରୁ ଉଠିବା:- ଶାସ୍ତ୍ର ଅନୁସାରେ ଜଣେ ସ୍ତ୍ରୀକୁ ସ୍ୱାମୀ ଆଗରୁ ବିଛଣା ଛାଡ଼ିବା ଦରକାର ଯାହାଦ୍ୱାରା କି ସେ ନିଜ ସ୍ୱାମୀର ଭାଗ୍ୟ ପରିବର୍ତ୍ତନ କରିଥାଏ ଆଉ ତା ସ୍ବାମୀ ଭାଗ୍ୟରେ ସଫଳତା ପରେ ସଫଳତା ଆସିଥାଏ।

୨:- ଘରର ସଫା କରିବା:- ଶାସ୍ତ୍ରାନୁସାରେ ଜଣେ ସ୍ତ୍ରୀକୁ ତାଙ୍କ ରହୁଥିବା ସ୍ଥାନର ସଫା ସୁତୁରା ନିହାତି କରିବା ଦରକାର ଆଉ ଏହା ସହିତ ଏହା ପରେ ସେ ଯେଉଁଠାରେ ନିଆଁ ଜଳାନ୍ତି ତାହାର ସଫା କରିବା ଦରକାର। ଅର୍ଥାତ ତାଙ୍କ ରୋଷେଇ ଘରର ସଫା କରିବା ନିହାତି ଦରକାର।

womens

୩:- ଶାଶୁ ଶଶୁରଙ୍କୁ ପ୍ରଣାମ:- ଏହାପରେ ଖାଇସାରିବା ପରେ ଜଣେ ସ୍ତ୍ରୀକୁ ନିଜର ଶାଶୁ ଶଶୁରଙ୍କୁ ପ୍ରଣାମ କରିବା ଦରକାର ଆଉ ଏହାପରେ ନିଜର ସମ୍ପର୍କୀୟଙ୍କ ଦେଇଥିବା ପୋଷାକ ପରିଧାନ କରିବା ଦରକାର।

୪:- କାହାକୁ କଟୁ କଥା କହିବା ଦରକାର ନୁହଁ:- କାହାରି ସହ ଜୋର ଜୋର କହିବା କଥା ନୁହଁ। ଏହା ଭାଗ୍ୟ ବଦଳାଇଥାଏ।

୫:- ରାତିରେ ଖାଇବା ପରେ ବିଛଣା ବିଛେଇ ନିଜର ସ୍ୱାମୀକୁ ଶୁଆଇ ଦେବା ଦରକାର ଆଉ ତାହା ପରେ ନିଜର ଇନ୍ଦ୍ରିୟ ମାନଙ୍କୁ ସ୍ମରଣ କରିବା ଦରକାର ଯାହା କି ସ୍ୱାମୀର ଭାଗ୍ୟ ତଥା ସ୍ୱାସ୍ଥ୍ୟ ପରିବର୍ତ୍ତନ କରିବା ଦରକାର।

Leave a Reply

Your email address will not be published. Required fields are marked *