ଗୁଜୁରାଟରେ ଏପରି ଏକ ଗାଁ ରହିଛି ଯେଉଁଠିକାର ସମସ୍ତ କୁକୁର କୋଟିପତି।

କେବଳ ମନୁଷ୍ୟ ଅର୍ଥ ରୋଜଗାର କରି କୋଟିପତି ହୋଇନଥାଏ।ଦୁନିଆରେ ଏମିତି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ କୋଟିପତି।ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିବ ମାତ୍ର ଏହା ବାସ୍ତବରେ ସତ୍ୟ।

ଘରର ମାଲିକ ମାନେ ସେମାନଙ୍କ ପାଲିତ ପଶୁଙ୍କ ନାମରେ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତି। ହୁଏତ ଆପଣ ଭାବୁଥିବେ ସେହି ଘରର ମାଲିକ ପାଗଳ କିମ୍ବା ତାଙ୍କ ପାଖରେ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଅଛି। ମାତ୍ର ହିଁ ଆପଣଙ୍କ ଦିତୀୟ ଭାବନା ଠିକ।ସେମାନଙ୍କ ପାଖରେ ଆବଶ୍ୟକତା ଠୁ ବହୁତ ଅଧିକ ଥିବାରୁ ସେମାନେ ନିଜର ସଉକ ପାଇଁ ଏପରି କରିଛନ୍ତି।

ଏଭଳି ଘଟଣା ପ୍ରାୟତଃ ବିଦେଶରେ ଦେଖିବାକୁ ମିଳିଥାଏ।ହେଲେ ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ସମସ୍ତ କୁକୁର କୋଟିପତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ଏହା ସତ୍ୟ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କୁକୁର କାହାର ପାଳିତ କୁକୁର ନୁହେଁ ସମସ୍ତ କୁକୁର ବୁଲା କୁକୁର ଅଟନ୍ତି। ଗୁଜୁରାଟର ମେହେସାନା ଜିଲ୍ଲାରେ ରହିଛି ପଞ୍ଚୁତ ଗାଁ। ଏହି ଗାଁରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଅଛନ୍ତି ୭୦ ଟି ବୁଲା କୁକୁର ।ଏମାନଙ୍କୁ ଠିକ ସମୟରେ ଖାଇବାକୁ ଦିଆଯାଇଥାଏ। ଏମାନଙ୍କର ଠିକ ଭାବରେ ଯତ୍ନ ମଧ୍ୟ ନିଆଯାଇଥାଏ।

dog

ଏମାନଙ୍କୁ ସବୁଦିନ ଲଡୁ ଖାଇବାକୁ ଦିଆଯାଇଥାଏ।ମଜାଦାର କଥା ହେଉଛି ଏହି ଖାଦ୍ୟ ଏଣୁତେଣୁ ଆସିଥାଏ ଏହି ଖାଦ୍ୟ ଏକ ବହୁତ ବଡ଼ ରୋସେଇ ଘରୁ ଆସିଥାଏ। ଯେଉଁଠାରେ କେବଳ ଏହି କୁକୁର ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏହି ଗାଁରେ ଏକ ପୁରୁଣା ପରମ୍ପରା ରହିଛି। ସେହି ପରମ୍ପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର କିଛି ଜମି ପଶୁଙ୍କ ନାମରେ କରିଥାନ୍ତି। ଏହା ଫଳରେ ପରିବାର ଲୋକଙ୍କର ମଙ୍ଗଳ ହୋଇଥାଏ ବୋଲି ସାଧାରଣ ଲୋକ ବିଶ୍ୱାସ କରନ୍ତି।ଏହି ସମସ୍ତ ଜମିର ଦାୟିତ୍ଵ ସେଠାରେ ଥିବା ଏକ ଟ୍ରଷ୍ଟ ନେଇଥାଏ।

ଏହି ଟ୍ରଷ୍ଟ ପାଖରେ ବର୍ତ୍ତମାନ ୨୧ ଏକର ଜମି ରହିଛି।ଏହି ଜମିର ମୂଲ୍ୟ ପୂର୍ବରୁ ବହୁତ କମ ଥିଲା ହେଲେ ଏହି ଜମି ପାଖରେ ଏବେ ଏକ ବାଇପସ ନିର୍ମାଣ ହେବା ଫଳରେ ଏବେ ଏହି ଜମିର ମୂଲ୍ୟ ବହୁତ ଅଧିକ ବଢ଼ିଯାଇଛି। ବର୍ତ୍ତମାନ ଏଠାରେ ଥିବା ପ୍ରତି ଏକର ଜମିର ମୂଲ୍ୟ ୩.୫ କୋଟି ଟଙ୍କା ରହିଛି। ଏହାକୁ ହିସାବ କଲେ କୁକୁର ମାନଙ୍କ ନାମରେ ଥିବା ଜମିର ମୂଲ୍ୟ ୭୩ କୋଟି ଟଙ୍କାରୁ ଅଧିକ ହେଉଛି।ଫଳରେ ପ୍ରତି କୁକୁରଙ୍କ ନାମରେ ଗୋଟେ କୋଟିରୁ ଅଧିକ ଟଙ୍କାର ଜମି ଥିବାର ଜଣାପଡୁଛି।

dog

ଯାହା ଫଳରେ ସେଠାରେ ଥିବା ପ୍ରତ୍ୟେକ କୁକୁର ବର୍ତ୍ତମାନ କୋଟିପତି। ଜମିର ମୂଲ୍ୟ ବଢିଯିବା ପରେ ଜମିର ମାଲିକ ମାନେ ନିଜ ଜମିକୁ ନିଜର ବୋଲି ଦାବୀ କରିନାହାନ୍ତି।ଏହି ଜମିରୁ ରୋଜଗାର ହେଉଥିବା ଅର୍ଥରେ ସେହି କୁକୁର ମାନଙ୍କର ଖାଇବା ପାଇବା ଖର୍ଚ୍ଚ ଠାରୁ ଆରମ୍ଭ କରି ସେମାନଙ୍କ ସ୍ଵାସ୍ଥ୍ୟର ଧ୍ୟାନ ମଧ୍ୟ ରଖାଯାଇଥାଏ। ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରାୟ ୨୦-୩୦ କିଲୋଗ୍ରାମ ଅଟାରେ ରୁଟି ପ୍ରସ୍ତୁତ କରାଯାଏ।ବାସ୍ତବରେ ସେଠାରେ ଥିବା ପ୍ରତ୍ୟେକ କୁକୁର ଗୋଟେ ଗୋଟେ କୋଟିପତି।

ଏହିଭଳି କିଛି ମଜାଦାର ଖବର ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *