ମେଷ ରାଶି ଜୁଲାଇ ୨୦୨୧, ସମ୍ପୂର୍ଣ ରାଶିଫଳ।

mesha

ଗ୍ରହ ମାନଙ୍କର ଆମ ଜୀବନରେ ବହୁତ ଅଧିକ ପ୍ରଭାବ ରହିଥାଏ। କେଉଁ ଗ୍ରହ ଆମ ଜୀବନରେ ସଫଳତା ହି ଭରି ଦେଇଥାଏ ତ ଆଉ କେଉଁ ଗ୍ରହ ଆମ ଜୀବନରେ କଷ୍ଟ ହି କଷ୍ଟ ଆଣି ଦେଇଥାଏ। କେଉଁ ଗ୍ରହ ଆମ ଜୀବନରେ କି ପ୍ରଭାବ ଆଣିଥାଏ ତାହା ଜାଣିବା ଆମ ପକ୍ଷେ ସମ୍ଭବପର ନୁହଁ ଆଉ ତାହା ହି ଆମେ ଆଜି କହିବାକୁ ଯାଉଛୁ ଆପଣ ମାନଙ୍କ ପାଖରେ। ଏହି ଜୁଲାଇ ମାସରେ ତିନୋଟି ଗ୍ରହର ରାଶି ପରିବର୍ତ୍ତନ କିଛି ରାଷିଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆଜି ଆମେ ଏହା ବାବଦରେ ହି କଥା ହେବା।

masha

ମେଷ ରାଶି ଥିବା ଲୋକମାନଙ୍କ ଭାଗ୍ୟରେ କଣ ହେବାକୁ ଯାଉଛି ତାହା ହି ଆଜିର ଆମର ବିଷୟ ଅଟେ। ସୂର୍ଯ୍ୟ, ବୁଦ୍ଧ ତଥା ଶୁକ୍ରଙ୍କର ରାଶି ପରିବର୍ତ୍ତନ ମେଷ ରାଏହି ଥିବା ଲୋକ ମାନଙ୍କ ଭାଗ୍ୟରେ କିଛି ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହିମାସରେ ଆପଣଙ୍କ ଭାଗ୍ୟରେ କିଛି ଏପରି ଘଟିବାକୁ ଯାଉଛି ଯାହାର କି ଆପଣ କଳ୍ପନା ବି କରି ନଥିବେ। ଏହି ମାସରେ ଆପଣଙ୍କ ରାଶିରେ ଅନେକ ଗ୍ରହ ତଥା ନକ୍ଷତ୍ର ମାନଙ୍କର ପ୍ରଭାବ ରହିବ ଯାହା କି ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ତେଣୁ ଆପଣ କିଛି ବି ଅବହେଳା କରନ୍ତୁ ନାହି ଆଉ ଏହି କାଶକୁ ଭୁଲରେ ବି ଯିବାକୁ ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା।

ସର୍ବପ୍ରଥମେ ଏହା ଜାଣିବା କି ଏହି ମାସରେ ତିନୋଟି ଗ୍ରହର ରାଶି ପରିବର୍ତ୍ତନ ହେବ ଯାହା କି ସୂର୍ଯ୍ୟ, ବୁଦ୍ଧ ତଥା ଶୁକ୍ର ଅଟନ୍ତି। ତେବେ ସର୍ବପ୍ରଥମେ ଜାଣିବା ବୁଦ୍ଧଙ୍କ ବାବଦରେ।

ବୁଦ୍ଧ:- ବୁଧ ଆପଣଙ୍କର ସାହସ ତଥା ପରାକ୍ରମର ସ୍ୱାମୀ ଅଟନ୍ତି। ତେଣୁ ଆପଣଙ୍କ ରାଶିରେ ବୁଧଙ୍କର ଦୁର୍ବଳ ହେବା ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ଆଣି ଦେଇଥାଏ। ମାତ୍ର ବୁଧଙ୍କର ସୁଦୃଢ ହେବା ଅଥବା ତାଙ୍କର ସୂର୍ଯ୍ୟଙ୍କ ସହ ବସିବା ଆପଣଙ୍କ ପାଇଁ ବହୁତ ସକାରାତ୍ମକ ପ୍ରଭାବ ଆଣିଥାଏ। ବୁଧ ରାଜା ଯୋଗର ପ୍ରାପ୍ତି କରିଥାଏ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରଭାବୀ ହେବାକୁ ଯାଉଛି। କମର୍ସ କ୍ଷେତ୍ରରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବୁଧ ନିଶ୍ଚୟ ସଫଳତା ଆଣି ଦେବେ। ଆପଣ ଯଦି ଅଙ୍କ ଅଥବା ବ୍ୟବସାୟ କ୍ଷେତ୍ରରେ ଅଛନ୍ତି ତାହେଲେ ମଧ୍ୟ ଆପଣଙ୍କ ପାଇଁ ଫାଇଦା ହେବ ଆଉ ଆପଣ ସଫଳତା ପାଇବେ। ଷ୍ଟକ ମାର୍କେଟ ସମ୍ବନ୍ଧୀୟ ବ୍ୟାପାର ବି ଆପଣଙ୍କ ପାଇଁ ଅଧିକରୁ ଅଧିକ ଲାଭ ଆଣିଦେବ।

mesha

ଏହାପରେ ଦେଖିବା ସୂର୍ଯ୍ୟଙ୍କର କଥା। ଏହାଙ୍କର ପ୍ରଭାବରେ ଆପଣଙ୍କ ପାଇଁ ବହୁତ ନକାରାତ୍ମକ ପ୍ରଭାବ ଆସିପାରେ। ରାଜନୀତି କ୍ଷେତ୍ରରେ ଅନେକ ବିଫଳତା ଆପଣଙ୍କୁ ମିଳି ପାରେ। ଆପଣଙ୍କୁ ଏହି ସବୁ କ୍ଷେତ୍ରରେ ସାବଧାନ ରହିବାର ଅଛି। ଆପଣଙ୍କ ପୁରୁଣା ରୋଗ ସାମ୍ନାକୁ ଆସିପାରେ ଅଥବା ଆପଣଙ୍କ ଶରୀରରେ ରୋଗ ବାହାରି ପାରେ। ଆପଣଙ୍କ ପୁରୁଣା ଋଣ ଆପଣଙ୍କୁ ଅସୁବିଧାରେ ପକାଇ ପାରେ। ଆଖିର ରୋଗୀ ମାନେ ସାବଧାନ ରୁହନ୍ତୁ ଆଉ ନିଜର ଚାକିରୀ କ୍ଷେତ୍ରରେ ମୋବାଇଲ ଅଥବା କମ୍ପ୍ୟୁଟରରେ ଧ୍ୟାନ କମ ଦିଅନ୍ତୁ। ଆପଣଙ୍କ ଆଖି ବିଗିଡି ଯାଇ ପାରେ। ସୂର୍ଯ୍ୟ ଆପଣଙ୍କ ପାଇଁ କିଛି ସମସ୍ୟା ନେଇକି ଆସୁଛନ୍ତି।

ଏହାପରେ ଜାଣିବା ଶୁକ୍ରଙ୍କ କଥା। ଶୁକ୍ର ଆପଣଙ୍କୁ ସୂର୍ଯ୍ୟଙ୍କର ସମସ୍ତ ଆମସ୍ୟାରୁ ସମ୍ଭାଳି ନେବେ।ଉଚ୍ଚରେ ଶୁକ୍ର ଆପଣଙ୍କ ତଦାରଖ ପାଇଁ ରହିବେ। ଜାଣି ନିଅନ୍ତୁ କି ମାତା ଲକ୍ଷ୍ମୀଙ୍କର ଆଗମନ ଆପଣନ୍କ ଘରକୁ ହେବାର ଅଛି। କାରଣ ଶୁକ୍ର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ଲାଭ ହି ଲାଭ ମିଳିବାକୁ ଯାଉଛି। ସୁନା ରୁପା ବ୍ୟାପାରି, କପଡା ବ୍ୟାପାରି ତଥା ଅନ୍ୟ ସମସ୍ତ ବ୍ୟାପାରି ମାନଙ୍କୁ ଲାଭ ହି ପାଭ ମିଳିବ। ଆପଣ ସଭିଙ୍କୁ ଶୁକ୍ରଙ୍କର କୃପା ମିଳିବାକୁ ଯାଉଛି।

Leave a Reply

Your email address will not be published. Required fields are marked *