ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀ ଆଉ ଅନୁଭବ ମହାନ୍ତିଙ୍କ ବିଷୟରେ ଆସିଲା ଆଉ ଏକ ବଡ ଖବର।

anubhav

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତଥା ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ବିବାଦ ଦିନକୁ ଦିନ ବହୁତ ଅଧିକ ଜଟିଳ ହେବାରେ ଲାଗିଛି। ଏହାକୁ ନେଇ ସବୁଦିନ ଜଟିଳତା ପ୍ରକାଶ କରୁଛନ୍ତି ଅନୁଭବ ଆଉ ବର୍ଷା। ମଧ୍ୟସ୍ଥତା କେନ୍ଦ୍ରକୁ ଆସିନାହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଏହାକୁ ନେଇ ଜଟିଳତା ତଥା ଅସନ୍ତୋଷ ପ୍ରକାଶ କରିଛନ୍ତି ପତି ଅନୁଭବ ମହାନ୍ତି। ବାରମ୍ବାର ନୋଟିସ କରିବା ସତ୍ତ୍ୱେ ସେ ଆସି ନାହାନ୍ତି ବୋଲି କହିଛନ୍ତି ସ୍ୱାମୀ ଅନୁଭବ।

anubhavs

ଅନୁଭବ କହିଲେ କି ସେ ଆସିଥିଲେ ମାତ୍ର ତାଙ୍କ ପତ୍ନୀ ଏଯାଏ ଆସି ନାହାନ୍ତି ବୋଲି ସେ କହିଛନ୍ତି। ସେ କହିଲେ କି ସେ ଆସିଲେ ଆଉ ତାହାର ପରଦିନ ବି ସେ ଆସିଥିଲେ। ସେ ତଥାପି ଆସିଲେନି। ସେ ସୋସିଆଲ ମିଡିଆ ପାଇଁ ସମୟ ପାଇ ଯାଉଛନ୍ତି ମାତ୍ର କୋର୍ଟ କୁ ମଧ୍ୟସ୍ଥତା କରିବା ପାଇଁ ସେ ଆସୁନାହାନ୍ତି। ସେ ଜାଣିଶୁଣି ମାମଲାକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି ଆଉ ଏହାର ସମାଧାନ ସେ ନିଜେ ହି କରୁନାହାନ୍ତି।

ଆହୁରି ସେ କହିଛନ୍ତି କି ,” ମୁ ଜାଣିଥିଲି କି ଏଇଆ ହେବାକୁ ଯାଉଛି ଆଉ ସେହି କାରଣରୁ ହିଁ ମୁ ଘରୋଇ ମାମଲାକୁ ବାହାରେ କହି ପଦାର୍ପଣ କରିବାକୁ ଚାହୁଁ ନଥିଲି।” ତାଙ୍କର ଏହି ବାକ୍ୟ ତଥା ମାମଲାକୁ ଖଣ୍ଡନ କରିଛନ୍ତି ବର୍ଷାଙ୍କର ଓକିଲ ଆରକେ ରଥ। ସେ କହିଛନ୍ତି କି ଏପରି କିଛି ନୁହଁ ଆଉ କେବଳ ଦେହ ଖରାପ ଥିବାରୁ ଆସି ପାରୁନାହାନ୍ତି ବର୍ଷା। ଏହା ଆଗରୁ ଅନୁଭବ ହିଁ କୋର୍ଟର ସମୟ ବର୍ବାଦ କରି ଏହି ମାମଲାକୁ ଏତେ ଦୂରକୁ ଆଣିଲେ। ସେ ହି କୋର୍ଟର ସମୟ ଗଡେଇ ଚାଲିଥିଲେ ଆଉ ମାମଲାର ସମାଧାନ କରି ନଥିଲେ। ସେ କୋର୍ଟର ସମୟ ଜାଣିନଥିଲେ ଆଉ ଯେତେବେଳେ ଇଚ୍ଛା ସେତେବେଳେ କୋର୍ଟକୁ ଆସି ଯାଉଥିଲେ। ତେବେ ଅନୁଭବଙ୍କର କୋର୍ଟରେ ହାଜିର ହେବା କଥା ଅଭିଯୋଗ କରିଥିଲେ ବର୍ଷା।

brasha

ଏବେ ମାମଲା ଅଲଗା ଅଛି। ଏବେ ଅନୁଭବ ଆସୁଛନ୍ତି ମାତ୍ର ବର୍ଷା ଆସୁନାହାନ୍ତି। ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ। ଛାଡପତ୍ର ଉପରେ କୋର୍ଟରେ ଆବେଦନ ପତ୍ର ଦାଖଲ କରିବା ପରେ ମୁହଁ ଖୋଲିଥିଲେ ବର୍ଷା ପ୍ରିୟଦର୍ଶିନୀ। ତାଙ୍କୁ ତାଙ୍କ ସ୍ବାମୀ ଅନୁଭବ ନିର୍ଯ୍ୟାତନା ଦେଉଥିବା କଥା କହିଥିଲେ ବର୍ଷା ପ୍ରିୟଦର୍ଶିନୀ। ବର୍ଷା କୋର୍ଟକୁ ନ ଆସିବାରୁ ଅନୁଭବ ପୁଣି ମୁହଁ ଖୋଲିଛନ୍ତି ଆଉ କହିଛନ୍ତି, ” ମୁ ନ୍ୟାୟ ବ୍ୟବସ୍ଥାକୁ କେବେ ବି ଅମାନିଆ କରିନାହିଁ।

ମୁ ସର୍ବଦା ସମୟ ଥାଉ ଥାଉ ହିଁ କୋର୍ଟରେ ହାଜିର ହେଇଛି ଆଉ କୌଣସି ବି ତାରିଖ ମୁ ମିଶ କରିନାହିଁ। ମାତ୍ର ବର୍ଷା ଏହା ଚାହୁଁ ନାହାନ୍ତି। ସେ କୋର୍ଟର ସମୟକୁ ସମ୍ମାନ ଦେଉନାହାନ୍ତି ଆଉ ତାରିଖ ମିଶ କରୁଛନ୍ତି। ସୋସିଆଲ ମିଡିଆରେ ବିଭିନ୍ନ କାର୍ଯ୍ୟ କରି ଫୋଟୋ ଅଥବା ଭିଡ଼ିଓବପୁସ୍ତ କରିବା ପାଇଁ ତାଙ୍କ ପାଖରେ ସମୟ ଅଛି ମାତ୍ର କୋର୍ଟରେ ହାଜିର ହେବା ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି ସେ ବର୍ଷାଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି।”

Leave a Reply

Your email address will not be published. Required fields are marked *