ବିଷ୍ଣୁପୁରାଣ ଅନୁସାରେ ଏହି ଚାରିପ୍ରକାର ମହିଳା ମାନଙ୍କୁ କେବେ ବି ବିବାହ କରିବା ଉଚିତ ନୁହଁ।

ବିବାହ ଉଭୟ ପୁରୁଷ ଆଉ ସ୍ତ୍ରୀ ମାନଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ ଅଟେ। ଏହାର ସ୍ଥିତି ଅନେକ ରହିଛି ଆଉ ବିବାହ ପରେ ଅନେକ ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବାର ଦେଖା ଯାଇଥାଏ। ଅନେକଙ୍କର ଭାଗ୍ୟ ବହୁତ ଉଚ୍ଚତା ପ୍ରାପ୍ତ କରିଥାଏ ଯେତେବେଳେ କି ଅନେକଙ୍କର ଭାଗ୍ୟ ଆହୁରି ତଳକୁ ତଳକୁ ଗତି କରିଥାଏ। ଏହା ହି ବିବାହର ଅସ୍ଥିତ୍ୱ ଅଟେ ଆଉ ସେଥିପାଇଁ ହି ଆମକୁ ଦେଖି ଚାହିଁ ବିବାହ କରିବା ଦରକାର। ଆଗ କାଳରେ ଲୋକମାନେ ବହୁତ ଦେଖି ଚାହିଁ ତାଙ୍କର ଗୁଣ ଖୋଜି ବିବାହ କରାଉ ଥିଲେ। ଝିଅ ଘର ଲୋକେ ମଧ୍ୟ ବହୁତ ଖୋଜି ସାରିବା ପରେ ଉଚିତ ବରପାତ୍ରଟିଏ ଖୋଜିକି ବାହାର କରୁଥିଲେ। ଆଉ ପୁଅ ଘରର ଲୋକ ବହୁତ କିଛି ଦେଖିବା ପରେ ଜଣେ ଉଚିତ କନ୍ୟା ଉପରେ ଭରସା କରୁଥିଲେ।

womens

ତେବେ ଜଣେ କନ୍ୟା ବିବାହ କରିବା ପରେ କିପରି ନିଜର ଘର ଠିକ ଭାବରେ ଚଳାଇ ପାରିବ ତାହା ତାଙ୍କର ଗୁଣ ତଥା ତାଙ୍କର ଜାତକ ଦ୍ୱାରା ନିର୍ଦ୍ଧରିତ ହେଇ ଥାଏ। ତେଣୁ ମହିଳାଙ୍କ ବିଷୟରେ ବିଷ୍ଣୁ ପୁରାଣରେ ଏପରି ଅନେକ କଥା ଲେଖା ଯାଇଛି ଯାହାକୁ ଅନୁସରଣ କରି ଆମେ ଆମ ପାଇଁ ସମ୍ପୂର୍ଣ ଉଚିତ ମହିଳା ଠିକ କରି ପାରିବା। ଏହାଦ୍ୱାରା ଆମେ କେଉଁ ମହିଳାଙ୍କ ବିବାହ କରିବା ଦ୍ୱାରା ଆମକୁ ସୁଖମୟ ଜୀବନ ପ୍ରାପ୍ତ ହେବ ତାହା ଜାଣି ପାରିବା । ତେବେ ଏହା ମଧ୍ୟ ଲିଖିତ ଅଛି କି କେଉଁ ମହିଳାଙ୍କୁ ବିବାହ କରିବା ପରେ ଆମ ଜୀବନ ଦୁଖମୟ ହେଇ ଯାଇଥାଏ। ଏପରି ମହିଳାଙ୍କ ବାବଦରେ ହି ଆଜି ଆମେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଆଜି ଜାଣିବା ଏହିପରି ମହିଳା ମାନଙ୍କ ବାବଦରେ।

୧:-ଯଦି କେଉଁ ମହିଳା ଆଗରୁ ହି ଜଣେ ମନ୍ଦ ପୁରୁଷ ସହ ଜଡିତ ଥାଏ ତାହେଲେ ଏପରି ମହିଳାଙ୍କ ସହ ବିବାହ କରିବା ଅନୁଚିତ ଅଟେ। କାରଣ ସେ ଆପଣଙ୍କୁ କେବେ ବି ଖରାପ ପରିସ୍ଥିତିରେ ପକାଇ ପାରେ ଆଉ ସେହି ମନ୍ଦ ପୁରୁଷ ତାଙ୍କୁ ତାଙ୍କ ଫାଇଦା ପାଇଁ ବ୍ୟବହାର କରି ଆପଣଙ୍କ ଜୀବନରେ ଅଶାନ୍ତି ଆଣି ଦେଇପାରେ।

୨:- ଦ୍ୱିତୀୟରେ ଅଛନ୍ତି ଯେଉଁ ମହିଳା ମାନେ କଟୁ କଥା କୁହନ୍ତି ତାଙ୍କ ସହ ବିବାହ କରିବା ଅନୁଚିତ। ବିଷ୍ଣୁପୁରାଣ ଅନୁସାରେ ଏପରି କରିବା ଦ୍ୱାରା ସେହି ଲୋକ ଘରେ କେବେ ବି ଶାନ୍ତି ରହିପାରେ ନାହିଁ।

womens

୩:- ଯେଉଁ ମହିଳା ମାନେ ଆପଣଙ୍କ ସମାଗୋତ୍ର ହେଇଥାନ୍ତି ତାଙ୍କ ସହ ବିବାହ କରିବା ଜମା ବି ଉଚିତ ନୁହଁ।ବିଷ୍ଣୁ ପୁରାଣ ଅନୁସାରେ ଏପରି କରିବା ଦ୍ୱାରା ଆପଣଙ୍କ ଠାରେ ଅନେକ ଜୀନିୟ ରୋଗ ଦେଖା ଯାଇଥାଏ।

୪:- ଯେଉଁ ମହିଳା ମାନେ ଘର କାମରେ ନିଜର ସମୟ ଦେଇ ପାରନ୍ତି ନାହିଁ ଆଉ ଦିନ ତମାମ ଡେରି ଯାଏ ସୋଇଥାନ୍ତି ସେପରି ମହିଳାଙ୍କ ସହ ବିବାହ କରିବା ଦ୍ୱାରା ସେ କେବେ ଆପଣଙ୍କ ଘରକୁ ସଫା ରଖି ପାରିବେ ନାହିଁ। ଏହାଦ୍ୱାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେଇପାରିବ ନାହିଁ ଆଉ ଆପଣଙ୍କ ଘରେ ପବିତ୍ରତା ରହିବ ନାହିଁ।

Leave a Reply

Your email address will not be published. Required fields are marked *