ଅଭିନେତା ଇମ୍ରାନ ହାସମୀ ଙ୍କ ଭଉଣୀ ଦେଖିବାକୁ ଏତେ ସୁନ୍ଦରୀ ଦେଖିଲେ ସମ୍ଭାଳି ପାରିବେ ନାହିଁ ଆପଣ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । ବନ୍ଧୁଗଣ, ଆପଣ ବଲିଉଡ ଅଭିନେତା ଇମ୍ରାନ ହାସମୀ ଙ୍କୁ ତ ନିହାତି ଜାଣିଥିବେ । କିନ୍ତୁ କଣ ଆପଣ ଜାଣନ୍ତି ଇମ୍ରାନ୍ ହାଶମୀଙ୍କ ଭଉଣୀ ମଧ୍ୟ ବଲିଉଡ଼ରେ କାମ କରନ୍ତି । ହଁ ବନ୍ଧୁଗଣ କଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? କିନ୍ତୁ ଏହା ପୁରାପୁରି ସତ ଅଟେ ଯେ ଇମ୍ରାନ୍ ହାଶମୀଙ୍କ ଭଉଣୀ କିଛି ବର୍ଷରୁ ବଲିଉଡ଼ରେ ଅଭିନୟ କରି ଆସୁଛନ୍ତି ଏବଂ ସେ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ଦେଖିବାକୁ ବହୁତ ସୁନ୍ଦରୀ ଆପଣ ମଧ୍ୟ ତାଙ୍କୁ ପସନ୍ଦ କରୁଥିବେ ଏବଂ ତାଙ୍କ ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦେଖିଥିବେ । ତେବେ ଆସନ୍ତୁ ଜାଣିବା ସେ କିଏ ଅଟନ୍ତି । ଆଜି ଆମେ ଆପଣଙ୍କୁ ଇମ୍ରାନଙ୍କ ଭଉଣୀ ସହିତ ପରିଚିତ କରାଇବୁ, ଯିଏ ତାଙ୍କ ପରି ବୋଲ୍ଡ ଏବଂ ବିନ୍ଦାସ୍ ଅଟନ୍ତି ।emraan

ବାସ୍ତବରେ, ଇମ୍ରାନ୍ ହାଶମୀଙ୍କ ଭଉଣୀଙ୍କ ନାମ ହେଉଛି ଆଲିୟା ଭଟ୍ଟ । ଆଲିୟା ସମ୍ପର୍କରେ ଇମ୍ରାନଙ୍କ ଭଉଣୀ ବା କଜନ ସିଷ୍ଟର ଅଟନ୍ତି । ବଲିଉଡରେ ଭଟ୍ଟ ପରିବାରର ନାମ ପରିଚିତ । ଭଟ୍ଟ ପରିବାରର ଅନେକ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ରହିଛନ୍ତି । ଇମ୍ରାନ୍ ହାଶମୀ ଭଟ୍ଟ ପରିବାରର ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଅଟନ୍ତି । ବିକ୍ରମ୍ ଭଟ୍ଟଙ୍କ ନିର୍ଦେଶନାରେ ୨୦୦୩ ନିର୍ମିତ ଚଳଚ୍ଚିତ୍ର ଫୁଟପାଥରୁ ଇମ୍ରାନ୍ ବଲିଉଡ଼ରେ ଡେବ୍ୟୁ କରିଥିଲେ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଇମ୍ରାନ୍ ହାଶମୀଙ୍କ ଏଣ୍ଟ୍ରି ବହୁତ ଭଲ ଭାବରେ ହୋଇଥିଲା ଏବଂ ସେ ନିଜର ଏକ ସ୍ୱତନ୍ତ୍ର ଚରିତ୍ର ନେଇ ପରିଚିତ ହେଲେ ।

ନିଜ ଅଭିନୟ ବଳରେ ଇମ୍ରାନ୍ ଅନେକ ହିଟ୍ ଚଳଚ୍ଚିତ୍ର ଦେଲେ ଏବଂ ଆଜି ତାଙ୍କ ଗଣନା ବଲିଉଡ଼ର ଉଚ୍ଚ ସ୍ତରୀୟ ଅଭିନେତା ମାନଙ୍କ ମଧ୍ୟରେ ସାମିଲ ହୋଇଛି । ନିର୍ଦ୍ଦେଶକ ମାନଙ୍କୁ ମଧ୍ୟ ଇମ୍ରାନ୍ ହାଶମୀଙ୍କ ସହ କାମ କରିବାକୁ ଭଲ ଲାଗେ ।ବାସ୍ତବରେ, ଇମ୍ରାନ୍ ହାଶମୀଙ୍କ ଆଇଙ୍କ ଭଉଣୀର ନାମ ଶିରିନ୍ ମୋହମ୍ମଦ ଅଲି ଥିଲା । ଶିରିନ୍ ମୋହମ୍ମଦ ଅଲି ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ମାଁ ଅଟନ୍ତି ।alia

ଏହି ସମ୍ପର୍କରୁ ଇମ୍ରାନ୍ ଓ ଆଲିୟା ଭାଇ ଭଉଣୀ ଅଟନ୍ତି । ଥରେ ଜଣେ ଚଳଚ୍ଚିତ୍ର ନିର୍ମାତା ଇମ୍ରାନଙ୍କ ନିକଟକୁ ଆଲିୟାଙ୍କ ସହିତ କାମ କରିବା ସୁଯୋଗ ନେଇ ଯାଇଥିଲେ । ଇମ୍ରାନ୍ ସେହି ଚଳଚ୍ଚିତ୍ର ନିର୍ମାତାଙ୍କୁ ମନା କରିଦେଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଇମ୍ରାନ୍ ହାଶମୀ ଓ ଆଲିୟା ଭଟ୍ଟ ସମ୍ପର୍କରେ ଭାଇ ଭଉଣୀ ଅଟନ୍ତି । ଆଲିୟା ଭଟ୍ଟ ପ୍ରସିଦ୍ଧ ବଲିଉଡ଼ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ଅଟନ୍ତି ।ନିକଟରେ ଆଲିଆ ଭଟ ଙ୍କ ପ୍ରେମ ସମ୍ପର୍କ ରଂବୀର କପୁର ଙ୍କ ସହିତ ଚର୍ଚ୍ଚା ହେଉଛି।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ । ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *