ଚନ୍ଦ୍ର ଗ୍ରହଣ ( 26 May 2021) – ହାଣ୍ଡି ଛାଡ଼ ସମୟ |

chandra grahan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 26 ତାରିଖ ବୁଧବାର ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବା କୁ ଜାଉଛି , ଏହି ବର୍ଷ ସମୁଦାୟ ଚାରଟି ମହା ଦାୟକ ଦୃଶ୍ୟ ମହା ଆକାଶ ରେ ଦେଖିବାକୁ ମିଳିବ , ସେଥି ମଧ୍ୟରୁ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସର୍ଯ୍ୟ ପରାଗ ଅଟେ । ତେବେ ଆସନ୍ତା 26 ତାରିଖରେ ବର୍ଷ 2021 ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଜାଉଛି , ତେବେ ଆଜି ଆମେ ଜାଣିବା ଯେ ଚନ୍ଦ୍ର ଗ୍ରହଣ ଲାଗିବାର ସଠିକ୍ ସମୟ ସିମା ଗ୍ରାସ ସମୟ ଏବଂ ଓଡ଼ିଶା ରେ ଦେଖା ଯିବକି ନାହିଁ ।chandra

ତେବେ ବନ୍ଧୁଗଣ ପ୍ରଥମେ ଜାଣି ରଖିବା ଗ୍ରହଣ ଲାଗିବାର ସମୟ ଏବଂ ଗ୍ରାସ ସମୟ ଆସନ୍ତା 26 ତାରିଖ ବୁଧବାର ଦିନ ଲାଗିବାକୁ ଜାଉଥିବା ଚନ୍ଦ୍ର ଗ୍ରହଣ ହେଉଛି ଉପଚାୟ ଚନ୍ଦ୍ର ଗ୍ରହଣ , ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ 2 ଟା ବାଜି 17 ମିନିଟ୍ 52 ସେକେଣ୍ଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଟା ବାଜି 18 ମିନିଟ୍ ଏବଂ 31 ସେକେଣ୍ଟ ରେ ଶେଷ ହେବ ।

ଏହି ଗ୍ରହଣ ମହା ଆକାଶ ରୁ ପ୍ରାୟ 5 ଘଣ୍ଟା 1 ମିନିଟ୍ ଏବଂ 23 ସେକେଣ୍ଟ ପର୍ଯ୍ୟନ୍ତ ଦେଖା ଯିବ , ଦିନ 4 ଟା ବାଜି 48 ମିନିଟ୍ ଏବଂ 16 ସେକେଣ୍ଟ ରେ ସର୍ବାଧିକ ଚନ୍ଦ୍ର ଗ୍ରହଣ ଦେଖା ଯିବ । ଏବେ ଆସନ୍ତୁ ଜାଣିବା ଗ୍ରହର ସୁତକ ସମୟ ମାନ୍ୟ ହେବ ନା ନାହିଁ , ସାଧାରଣ ତହ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାଖ ନିସେଦ୍ଧ ବା ହାଣ୍ଡି ଛାଡ କରାଜାଇ ଥାଏ , ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଜାଇ ଥାଏ , ଯେହେତୁ ଏହା ଚନ୍ଦ୍ର ଗ୍ରହଣ ଲାଗିବାକୁ ଜାଉଛି ତେଣୁ 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ କରାଜାଇ ଥାଏ ,

ତେବେ ଏହି ଚନ୍ଦ୍ର ଗ୍ରହଣ ଆସନ୍ତା 26 ତାରିଖ ରେ ଲାଗିବାକୁ ଜାଉଛି ଏହା ଭାରତ ଏବଂ ଓଡ଼ିଶା ରେ ଦେଖା ଯିବ ନାହିଁ କାରଣ ଗ୍ରହଣ ଦିନ ସମୟ ରେ ହିଁ ଲାଗିବାକୁ ଜାଉଛି । ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ଦକ୍ଷିଣ ଆଫ୍ରିକା ଏବଂ ସାଉଦୀ ଆରବ ରେ ଦେଖା ଯିବ , ସନ୍ଧ୍ୟା ସମୟ ରେ ଭାରତର ଭାରତର ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ କିଛି ସମୟ ପାଇଁ ଦେଖା ଯିବ ।chandra grahan

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଚନ୍ଦ୍ର ଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ର ଗ୍ରହଣ ର ସୁତକ କାଳ ବା ହାଣ୍ଡି ଛାଡ ସମୟ ମାନ୍ୟ ହେବ ନାହିଁ କାରଣ ସେହ ଗ୍ରହଣର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖା ଜାଇଥାଏ , ଯେହେତୁ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହି ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦେଖା ଯିବ ନାହିଁ ।

ଉପଚାୟା ଚନ୍ଦ୍ର ଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସିଥାଏ କିନ୍ତୁ ସେହି ତିନି ଜଣ ଏକ ସରଳ ରେଖାରେ ରହି ନଥାନ୍ତି , ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ରମା ପୃଥିବୀ ର ଉପଛାୟା ରେ ପ୍ରବେଶ କରିଥାଏ ଏବଂ ଏହା ପରେ ସେ ପୃଥିବୀ ର ବାସ୍ତବିକ ଛାୟା ରେ ପ୍ରବେଶ କରିଥାଏ , ଯେତେବେଳେ ଏମିତି ହୋଇଥାଏ ସେତେବେଳେ ଚନ୍ଦ୍ର ଗ୍ରହଣ ଲାଗିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *