ମାଡିଆସୁଛି ବାତ୍ୟା “ୟଶ୍” – ଓଡିଶାର ଏହି ଜିଲ୍ଲାକୁ ରହିଛି ସବୁଠୁ ଅଧିକ ବିପଗ ।

bb76

ସମ୍ଭାବ୍ୟ ବାତ୍ୟା ୟାସ୍ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି IMD।

ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୬ ତାରିଖ ବେଳକୁ ବାତ୍ୟା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁପାରେ। ତେଣୁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାପ୍ରଶାସନ ସହିତ ଯୋଗାଯୋଗ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

cyc

ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ବାତ୍ୟା ଭିଷଣରୁ ଅତି ଭିଷଣ ରୁପ ନେଇପାରେ ବୋଲି ପାଣିପାଗ ବିଭାଗର ନୀର୍ଦ୍ଶକ ସୁଚନା ଦେଇଛନ୍ତି । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ , ଯଦି ଏହା ବାତ୍ୟାର ରୁପ ନିଏ , ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବର୍ଷା, ପବନ ବେଶି ପଡ଼ିବ । ୨୪ ତାରିଖ ରାତିରୁ କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ । ୨୫ ଅପରାହ୍ନରୁ ଏହାର ପ୍ରଭାବ ବଢ଼ିବ ।

ଏହାର ପ୍ରଭାବରେ ସାରା ଓଡିଶାରେ ଭିଷଣ ବର୍ଷା ବି ଆକଳନ କରାଜାଇପାରେ , ଅନ୍ୟପକ୍ଷରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପରେ ଭାଜି ହେଉଛି ସାରା ଓଡ଼ିଶା । ବୁଧୁବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ସୋନପୁର ୪୨ ଡିଗ୍ରୀ ତାତିରେ ସିଝିଥିବାବେଳେ ଆଉ ୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଟପିଛି ।

cycloneee12

୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ତେବେ କେଉଁଠି ଉପକୂଳ ଛୁଇଁବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଯେଉଁ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି। ବାତ୍ୟା ଆଳରେ ଯେପରି  ବଜାରରେ ବ୍ଲାକ ମାର୍କେଟିଂ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି ।

ତେବେ ଏହି ବାତ୍ୟା ସମ୍ଭନ୍ଧୀୟ ଟିକନିକ ଖବର ନିଜ ମୋବାଇଲରେ ପଢିବାକୁ ଚାହୁଁଥିଲେ , ଏବେ ହିଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ । ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଅନ୍ୟ ମାନଙ୍କ ପାଖେ ପହଞ୍ଚାଇବାରେ ଆମକୁ ସାହାର୍ଯ୍ୟ କରନ୍ତୁ । ଉପର ଫଲୋରେ ବି ଫଲୋ ଗୋଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *