ବର୍ତ୍ତମାନର ବଡ଼ ଖବର; ଆଉ ନାହାଁନ୍ତି ଏହି ବଡ଼ ଟିଭି ଆଙ୍କର, ଅଚାନକ ଏହି କାରଣରୁ ଘଟିଲା ବିୟୋଗ

vikas

ବର୍ତ୍ତମାନର ବଡ଼ ଖବର, ରିପବ୍ଲିକ ଭାରତ ଟିଭି ଚ୍ୟାନେଲ୍ ଅନ୍ୟତମ ସାମ୍ବାଦିକ ବିକାଶ ଶର୍ମା ଆଉ ଏହି ଦୁନିଆରେ ନାହାଁନ୍ତି । ବିକାଶ ଶର୍ମା ଙ୍କୁ ତ ଆପଣ ନିହାତି ଦେଖିଥିବେ। ସେ ନିଜର ଗର୍ଜନ ଏବଂ ନିର୍ଡର ପତ୍ରକାରୀତା ପାଇଁ ପ୍ରସିଦ୍ଧ ଅଟନ୍ତି । ଖାସ କରି ସୁଶାନ୍ତ ସିଂ ରାଜପୁତ ଙ୍କ CBI ତଦନ୍ତ ସମୟରେ ସେ ନିଜର ପ୍ରଶ୍ନ ଦ୍ୱାରା ଅନେକ ଶଙ୍କା ଆଶଙ୍କା ସୃଷ୍ଟି କରିଥିଲେ ।

ଦୁଃଖର ବିଷୟ ଏହା ଯେ, ରିପବ୍ଲିକ ଟିଭି ରେ ଆଉ ଶୁଭିବ ନାହିଁ ଏହି ଆଙ୍କର ଙ୍କର ଗର୍ଜନ। ରାତି ୯ଟାରେ ଆଉ ଶୁଭିବ ନାହିଁ ଦମଦାର ସ୍ୱର।ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଟିଭି ଆଙ୍କର।ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ଯେ ଏହା ତାଙ୍କ ନ୍ୟୁଜ୍ ନେଟୱାର୍କ ପାଇଁ ଏକ ବଡ କ୍ଷତି। ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ମଧ୍ୟ ବିକାଶ ଶର୍ମାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।vikas

କିଛି ଦିନ ପୂର୍ବେ ସେ ନୋଏଡା ସେକ୍ଟର 71 ରେ ଅବସ୍ଥିତ କୈଲାଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତଦେହ କାନପୁରରେ ଥିବା ତାଙ୍କ ପୈତୃକ ସ୍ଥାନକୁ ନିଆଯିବାକୁ ପ୍ରସ୍ତୁତ ହେଉଛି ।

ସେଠାରେ ତାଙ୍କୁ ଶବଦାହ କରାଯିବ। ରିପବ୍ଲିକ୍ ଇଣ୍ଡିଆ ଟିଭି ଆଙ୍କର୍ ବିକାଶ ଶର୍ମାଙ୍କ ଦେହାନ୍ତ ହୋଇଛି। ବିକାଶ ତିନି ଦିନ ଧରି ଅସୁସ୍ଥ ଥିଲେ । ଗୁରୁବାର ସନ୍ଧ୍ୟାରେ ସେ ନୋଏଡାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।vikas s

ବିକାଶ ଶର୍ମା ( 35 ବର୍ଷ ବୟସ), ଉତ୍ତରପ୍ରଦେଶର କାନପୁରର ବାସିନ୍ଦା ଥିଲେ ।  ଆମେ ଆପଣଙ୍କୁ କହିଦେବୁ ଯେ ବିକାଶ ଶର୍ମା କିଛି ଦିନ ପୂର୍ବରୁ କରୋନା ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ, ଯଦିଓ ସେ ଏହି ମହାମାରୀ ସହିତ ଦୃଢ଼ ଭାବରେ ଲଢ଼ିଥିଲେ ଏବଂ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ ।

କରୋନା କାରଣରୁ ତାଙ୍କର ଶରୀର ଦୁର୍ବଳ ହୋଇଥିଲା, ହୃଦ ଜନିତ ସମସ୍ୟା ଯୋଗୁଁ ଗୁରୁବାର ସନ୍ଧ୍ୟା ସମୟରେ ଇହଲୀଳା ତ୍ୟାଗ କରିଛନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *