ସାବଧାନ – ମାଡି ଆସୁଛି ବାତ୍ୟା “ତଉକ୍‌ତେ” !

araba

ଆରବ ସାଗରରେ ସୃଷ୍ଟି ହେବାକୁ ଯ଼ାଉଛି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଆଗାମୀ କିଛି ଦିନ ମଧ୍ୟରେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯ଼ାଉଛି ଓ ଏହା ଆସନ୍ତା ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି । ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ ମଧ୍ୟ ଏହି ବାତ୍ୟା ସୃଷ୍ଟି ହେଉଥିବା ସ୍ପଷ୍ଟ କରିଛି ।

ଯ଼ଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ତାହାର ନାମ ରଖାଯ଼ିବ ତଉକତେ । ମିଆଁମାର ପକ୍ଷରୁ ଏହି ନାମକରଣ କରାଯ଼ାଇଛି ।  ଆସନ୍ତା ୧୪ ତାରିଖରେ ଦକ୍ଷିଣପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ୧୪ ତାରିଖ ସକାଳେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

cyc

ପରେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ସହ ସମାନ୍ତରାଳ ଭାବେ ଏହା ଗତି କରିବାର ସମ୍ଭାବନା ରହିଛି। ପରେ  ଏହି ଲଘୁଚାପ ଘନୀଭୂତ ହୋଇ ୧୫ ତାରିଖ ବେଳକୁ ଅବପାତ ଓ ଏହା ପରେ ଗଭୀର ଅବପାତର ରୂପ ନେବ। ୧୬ ତାରିଖ ସକାଳ ସୁଦ୍ଧା ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଲାକ୍ଷାଦ୍ୱୀପରରେ ୧୫ ଓ ୧୬ ତାରିଖରେ ସମୁଦ୍ର ଜୁଆର ପ୍ରାୟ ୧ ମିଟର ଉଚ୍ଚକୁ ଉଠିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ସେହିପରି ଗଭୀର ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି।

cycloneee12

ଲାକ୍ଷାଦ୍ୱୀପ ବ୍ୟତୀତ କେରଳର ଥିରୁବନନ୍ତପୁରମ ଓ କୋଲ୍ଲାମ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ମେ’ ୧୪ରେ ଏହି ଦୁଇ ସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମେ’ ୧୫ରେ ଥରୁବନନ୍ତପୁରମ, କୋଲ୍ଲାମ, ପଥନାମଥିଟ୍ଟା ଓ ଅଲପୁଜା ପାଇଁ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହାବାଦ ଗୋଆ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିପାରେ।

Leave a Reply

Your email address will not be published. Required fields are marked *