କାହିଁକି ଅଧିକାଂଶ ମହିଳାଙ୍କ ଠାରେ ଦେଖାଯାଏ ସ୍ଥନ କର୍କଟ? ଜାଣନ୍ତୁ କାରଣ ଏବଂ ଲକ୍ଷଣ

women

ମହିଳା ମାନଙ୍କ ଠାରେ ବର୍ତ୍ତମାନ ସମୟରେ ସ୍ଥନ କର୍କଟ ସମସ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ତନ କର୍କଟ ଉଭୟ ଯୁବ ଓ ବୟସ୍କ ମହିଳାଙ୍କ ପାଖରେ ଦେଖାଯାଇଥାଏ । ମୁଖ୍ୟତଃ ଯୁବତୀମାନଙ୍କୁ ବଂଶଗତ କାରଣ ଯୋଗୁଁ ସ୍ତନ କର୍କଟ ହୋଇଥାଏ । ସ୍ତନ କର୍କଟର କାରଣ କ’ଣ? ଏହାକୁ କିପରି ଚିହ୍ନିବା? ଏହାର ଉପଚାର କ’ଣ? ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ। କର୍କଟର ସେଲ୍ସ ସ୍ତ-ନର ଟିସ୍ୟୁରେ ହୋଇଥାଏ । ଏହା ସ୍ତନର ଟିସ୍ୟୁରୁ ଆରମ୍ଭ ହୋଇ ସ୍ତନର ଆଖପାଖ ଟିସ୍ୟୁ ଏବଂ ଧୀରେଧୀରେ ପୂରା ଶରୀରରେ ବ୍ୟାପିଥାଏ ।

ସ୍ତ-ନ କର୍କଟ ହେବା ପଛରେ ଅନେକ କାରଣ ରହିଛି । ଯଦି କୌଣସି ମହିଳା ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ମା’ ହୁଅନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ସେହିଭଳି ପିଲା ନ ହେଉଥିଲେ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଦେଖାଦେଇଥାଏ । ବୟସ ବଢ଼ିବା ସହ ଏହାର ରିସ୍କ ମଧ୍ୟ ବଢ଼ି ବଢ଼ି ଚାଲେ। ଅଧିକ ମଦ୍ୟପାନ ସ୍ତନ କର୍କଟର କାରଣ ହୋଇପାରେ ।cancer

କମ୍‌ ବୟସରେ ୠତୁ-ସ୍ରାବ ଆରମ୍ଭ ହେବା ଏବଂ ଅଧିକ ବୟସରେ ୠତୁ-ସ୍ରାବ ବନ୍ଦ ହେବା ସ୍ତନ କର୍କଟର କାରଣ ହୋଇଥାଏ । ତା’ସହ ମୋଟାପଣ ମଧ୍ୟ ସ୍ତନ କର୍କଟର ଆଉ ଏକ କାରଣ। ଯଦି କୌଣସି ଲୋକ ହରମୋନାଲ ରିପ୍ଲେସମେଣ୍ଟ ଥେରାପି ନେଉଛନ୍ତି, ତାଙ୍କୁ ଏହି ରୋଗ ହୋଇପାରେ । ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ତ-ନ କର୍କଟ ମହିଳାମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯେଉଁମାନଙ୍କ ମା’ କିମ୍ବା ମାଉସୀ, ଭଉଣୀଙ୍କୁ ସ୍ତନ କକର୍ଟ ହୋଇଥାଏ, ତେବେ ତାଙ୍କ ପର ପିଢ଼ିଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏହି ମହିଳାମାନେ ସ୍ତନ କର୍କଟ ପାଇଁ ଅଧିକ ସଚେତନ ହେବା ଜରୁରୀ ।

ସ୍ତନ କର୍କଟର ଲକ୍ଷଣ: ସ୍ତ-ନ କର୍କଟ ହେଲେ ଆପଣଙ୍କ ସ୍ତ-ନର ଗୋଟିଏ ପାଖ ଗେଟାଳିଆ ହେଲା ପରି ଲାଗିବ । କାଖରେ ବି ଗେଟାଳିଆ ଭଳି ହୋଇଥାଏ । ଏହାସହ ସ୍ତ-ନର ଅଗ୍ରଭାଗ ସଙ୍କୁଚିତ ହୋଇଯିବ। ସ୍ତନରେ ନାଲି ପଡ଼ିଯାଏ । ସ୍ତନର ଆକାରରେ ପରବର୍ତ୍ତନ ପରିଲକ୍ଷିତ ହୁଏ । କେତେକ ମହିଳାଙ୍କ କ୍ଷେତ୍ରରେ ସ୍ତନରୁ ରକ୍ତ ମଧ୍ୟ ବାହାରିଥାଏ । ସ୍ତନ କର୍କଟ ହେଲେ କେତେକଙ୍କ ସ୍ତନ ସମ୍ପୂର୍ଣ୍ଣ ଲାଲ ହୋଇଯାଇଥାଏ ।cnacer

ସ୍ତ-ନ କର୍କଟର କେମିତି କରିବେ ପ୍ରତିକାର: ଜଣେ ମହିଳା ତାଙ୍କ ସ୍ତନର ଆକାରକୁ ଜାଣିବା ନିହାତି ଦରକାର । କାରଣ ଯଦି ହଠାତ୍ ତାଙ୍କ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କଠାରୁ ଉପଯୁକ୍ତ ପରାମର୍ଶ ନେବା ସହ ଚିକିତ୍ସା ସାହାଯ୍ୟରେ ଏହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର ଦୀପକ କୁମାର ଦାସ କହିଛନ୍ତି । କେମୋଥେରାପି, ରେଡିଓଥେରାପି ଆଦି ନେଇ ଏହି ରୋଗର ପ୍ରତିକାର କରାଯାଇପାରିବ ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ । ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *