ଏହି ଗୋଟିଏ ଭୁଲ ପାଇଁ ଅଳ୍ପବୟସରେ ହୋଇଥାଏ ମନୁଷ୍ୟର ଅକାଳ ମୃତ୍ୟୁ ; ଚାଣକ୍ୟ ନୀତି

ନମସ୍କାର ବନ୍ଧୁଗଣ,ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ପଣ୍ଡିତ ଥିଲେ। ସେ ମାନବ ସମାଜ କୁ ଅନେକ ଜ୍ଞାନ ଦେଇ ଯାଇଛନ୍ତି। ମିଛ ଦୁନିଆ ରେ ଗୋଟିଏ ସତ ହେଉଛି ମୃତୁ, ମୃତ୍ୟୁ କେତେବେଳେ ଆସେ କିପରି ଆସେ ତାହା କେହି ଜାଣି ପାରନ୍ତି ନାହିଁ କିମ୍ବା ଏହାକୁ ଅଟକାଇ ଦେଇ ପାରନ୍ତି ନାହିଁ। ଶାସ୍ତ୍ର ରେ ବର୍ଣ୍ଣିତ ଅଛି ଶରୀର ରୂପକ ଘଟ ଯେତେବେଳେ ପାଳକ, ବୃଦ୍ଧ ବା ବୃଦ୍ଧା ରେ ପରିଣତ ହୋଇଯାଏ, ସେତେବେଳେ ଘଟ ସେହି ଶରୀର ଛାଡ଼ି ଅନ୍ୟ ଏକ ନୂତନ ଶରୀର ରେ ପ୍ରବେଶ କରିଥାଏ ।

ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ହେଲେ ଅନେକ କ୍ଷେତ୍ର ରେ ଦେଖା ଯାଏ ଯେ ଆୟୁଷ ନସରିବା ପୂର୍ବରୁ ଯୁବା ଅବସ୍ଥା ରେ ଆନେକ ଜୀବନ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣ ରୁ ଚାଲି ଯାଇଥାଏ ମନରେ ପ୍ରଶ୍ନ ଆସେ କି ଏତେ କମ୍ ବୟସ ରେ କାହିଁକି ଏପରି ମୃତ୍ୟୁ ଘଟେ?chan

ତେବେ ଚାଲନ୍ତୁ ଜାଣିବା ଏହାର କାରଣ, କିଛି ଗୁରୁ କୁହନ୍ତି କି ଯେଉଁ ମାନେ ନିରୀହ ଲୋକଙ୍କୁ ହଇରାଣ କରି ତାଙ୍କ ଜୀବନ ନଷ୍ଟ କରନ୍ତି, ପର ସ୍ତ୍ରୀ, ଗୁରୁଙ୍କ ସ୍ତ୍ରୀ କିମ୍ବା ଘରର କୌଣସି ମହିଳା ଙ୍କ ସହ ଦୁଷ୍କର୍ମ କରନ୍ତି, ସେମାନଙ୍କୁ ବ୍ରହ୍ମ ହତ୍ୟା ଲାଗିଥାଏ । ଯାହା ଦ୍ୱାରା ସେମାନଙ୍କୁ ଅଭିଶାପ ସ୍ୱରୂପ ପର ଜନ୍ମ ରେ ଅଧା ବୟସ ରୁ ସେମାନଙ୍କ ଜୀବନ ଦୀପ ଲିଭି ଯାଇଥାଏ ।

ନିଜ କୃତକର୍ମ ପାଇଁ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରିଆରେ ଚାଲି ଯାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣ ଜାଣିଲେ ତ କାହିଁକି ଅଳ୍ପ ବୟସ ରୁ ଏପରି ଦୁର୍ଘଟଣା କିମ୍ବା ରୋଗ ହୋଇ ମୃତ୍ୟୁ ହୁଏ। ତେଣୁ ଆପଣଙ୍କୁ ସଦା ସର୍ବଦା କୌଣସି କାମ କରିବା ପୂର୍ବରୁ ତାହାର ଠିକ୍ ବିଚାର କରି ସେହି କାମ କରନ୍ତୁ, ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆପଣ ଯେଉଁ କାମ କରିବା ପାଇଁ ଯାଉଛନ୍ତି ତାହା ଦ୍ବାରା ଯେପରି କୌଣସି ନିରୀହ ଲୋକ ର କ୍ଷତି ନହୁଏ ।cha

ସଦା ସର୍ବଦା ନାରୀ ମାନଙ୍କୁ ସମ୍ମାନ ଦିଅନ୍ତୁ, ଯାହାଫଳରେ କେବେ ହେଲେ ନାରୀ ମାନଙ୍କୁ ନେଇ ଆପଣଙ୍କୁ କୌଣସି ଅସୁବିଧା ର ସାମ୍ନା କରିବାକୁ ପଡ଼ିବ ନାହିଁ । ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ କାହାର ସ୍ତ୍ରୀ କିମ୍ବା ନିଜ ପରିବାର ର ଆଉ କାହାର ସ୍ତ୍ରୀ ସହ କିଛି ଖରାପ୍ ସମ୍ପର୍କ ରଖନ୍ତୁ ନାହିଁ, କାରଣ ଏହାର ପ୍ରଭାବ ଆପଣଙ୍କ ଉପରେ ହିଁ ପଡ଼ିଥାଏ ଓ ଏହା ଦ୍ବାରା ଅଳ୍ପ ବୟସ ରେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ ।

ତେଣୁ ଜୀବନରେ ଏହି ସବୁ ଭୁଲ୍ କେବେ ବି କରନ୍ତୁ ନାହିଁ, ଯଦି ବି କରିଛନ୍ତି ଏବେ ନିଜକୁ ସୁଧାରି ନିଅନ୍ତୁ ଓ ଖୁସିରେ ରୁହନ୍ତୁ।ସବୁବେଳେ ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତୁ, ଯାହା ଫଳରେ ଭଗବାନ ଙ୍କ ର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥିବ ଓ ଏହା ଆପଣଙ୍କୁ ସବୁବେଳେ ସୁଖ ଓ ଶାନ୍ତି ରେ ରହିବାରେ ସାହାଯ୍ୟ କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *