କରୋନା ରୋଗରୁ ରକ୍ଷାକରିବ ଏହି ଆୟୁର୍ବେଦିକ ଇମ୍ୟୁନିଟି ବୁଷ୍ଟର, ଅନେକ ରୋଗରୁ ଦେବ ମୁକ୍ତି

jus

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ମାତ୍ର 15 ମିନିଟରେ ଏହିପରି ଭାବରେ ପ୍ରସ୍ତୁତ କରନ୍ତୁ ଇମ୍ୟୁନିଟି ବୁସ୍ଟର । ବହୁତ ସାରା ରୋଗରୁ ଏହି ଆୟୁର୍ବେଦ ଜୁସ ଆପଣଙ୍କୁ ବଞ୍ଚାଇବ।କରୋନା ସଂକ୍ରମଣ ସମୟରେ ଆମେ ଯାହା ଉପରେ ବହୁତ ଧ୍ୟାନ ଦେଲେ ତାହା ହେଉଛି ଆମ ରୋଗ ପ୍ରତିରୋଧ ଶକ୍ତିର କ୍ଷମତା । ଆମର ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ହିଁ ଆମକୁ ବିଭିନ୍ନ କ୍ଷତିକାରୀ ରୋଗ ଠାରୁ ସୁରକ୍ଷିତ ରଖିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରକୁ ସୁସ୍ଥ ବନାଇ ରଖିବାପାଇଁ ଆପଣଙ୍କୁ କୌଣସି ମେଡିସିନ ଖାଇବା ଆବଶ୍ୟକ ହୋଇନଥାଏ । ଯଦି ଆପଣଙ୍କ ଶରୀରର ଇମ୍ୟୁନିଟି ଠିକ ରହିଥାଏ ତା’ହେଲେ ଆପଣଙ୍କୁ କୌଣସି ରୋଗ ହୋଇନଥାଏ, ବିଶେଷଜ୍ଞମାନେ ଇମ୍ୟୁନିଟି ପାଇଁ ଏକ ଆୟୁର୍ବେଦିକ ଜୁସ ପ୍ରସ୍ତୁତ କରି ପିଇବାକୁ ଆମକୁ ପରାମର୍ଶ ଦେଉଛନ୍ତି । ଯେଉଁ ଜୁସ ଆପଣଙ୍କର ଇମ୍ୟୁନିଟି ବଢାଇବାରେ ସହାୟକ ହେବ ।bodey

ଆମେ ଯେଉଁ ଇମ୍ୟୁନିଟି ଜୁସ ବିଷୟରେ ଆଲୋଚନା କରୁଛେ, ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଓ ଏହାକୁ ଆପଣଙ୍କୁ ସକାଳ ସମୟରେ ପିଇବାର ଅଛି । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ଦୃଢ଼ ହେବାସହିତ ଆପଣଙ୍କୁ କୌଣସି ରୋଗ ଛୁଇଁ ପରିନଥାଏ । ଏହାକୁ ଘରେ ପ୍ରସ୍ତୁତ କରାଯାଇପାରେ ଓ ଏହାକୁ ବନାଇବା ପାଇଁ ମାତ୍ର 15 ମିନିଟ ଯଥେଷ୍ଟ ଆବଶ୍ୟକ ହୋଇଥାଏ ।

ଜୁସ ପ୍ରସ୍ତୁତ କରିବାପାଇଁ ଏହି ଜିନିଷ ଆବଶ୍ୟକ :-

● ହଳଦୀର ଏକ ଖଣ୍ଡ ଓ ଅଦାର ଏକ ଖଣ୍ଡ

● କଳା ମରିଚ ସହିତ 4ରୁ5 ଟି ଲବଙ୍ଗ

● ଏକ ଖଣ୍ଡ ଡାଲଚିନି

● କିଛି ଗିଲୟ ପତ୍ର ପାଖୁଡା

● ତୁଳସୀର କିଛି ପତ୍ର

● କିଛି କିସମିଶ ଓ ପାନ ମଧୁରୀ

● ମହୁ, ଗୁଡ଼ ଓ କିଛି ଲେମ୍ବୁ ରସ

କେମିତି ପ୍ରସ୍ତୁତ କରିବେ ଜୁସ :-

● ସର୍ବପ୍ରଥମେ ଆପଣ ହଳଦୀ, ଅଦା, କଳା ମରିଚ, ଲବଙ୍ଗ ଓ ଡାଲଚିନିକୁ ଛେଚି ଗୁଣ୍ଡ କରିଦିଅନ୍ତୁ ।

● ଏହାପରେ ଦେଢ଼ ଗ୍ଲାସ ପାଣିକୁ ଏକ ପ୍ୟାନ ସାହାର୍ଯ୍ୟରେ ହାଲକା ଫ୍ଲେମ ଦେଇ ଗରମ କରନ୍ତୁ ।

● ପାଣି ଗରମ ହେବାପରେ ଏଥିରେ ଗୁଣ୍ଡ ଗୁଡିକୁ ପକାଇ ଦିଅନ୍ତୁ ।

● ଗିଲୟ ପତ୍ରକୁ ଭଲ ଭାବରେ ଧୋଇ ଗରମ ପାଣିରେ ପକାଇ ଦିଅନ୍ତୁ ।

● ତୁଳସୀ ପତ୍ର, ପାନମଧୁରୀ ଓ 10 ରୁ 12 ଟି କିସମିଶ ପକାଇ ଗୋଳାଇ ଦିଅନ୍ତୁ ।

● ଯେବେ ପ୍ୟାନରେ ଅଧା ପାଣି ରହିଯିବ ସେହି ସମୟରେ ଏହାକୁ ଅନ୍ୟ ଗ୍ଲାସକୁ ଛାଣି ଦିଅନ୍ତୁ ।

● ଏହାପରେ ଏହାକୁ ଥଣ୍ଡା ହେବାପାଇଁ ଛାଡିଦିଅନ୍ତୁ ଓ ଏଥିରେ ଲେମ୍ବୁ ରସ ମିଶାଇ ପିଇଦିଅନ୍ତୁ ।im

ଏହି ଜୁସକୁ ବହୁତ ଲୋକ ପିଇବାପାଇଁ କୁଣ୍ଠାବୋଧ ପ୍ରକାଶ କରନ୍ତି । ଏଥିପାଇଁ କିଛି ଲୋକ ଏଥିରେ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବେ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ହୋଇଥାଏ ଓ ଆପଣ ବହୁତ ସାରା ରୋଗରୁ ବର୍ତିଯାଇଥାନ୍ତି । ଆପଣଙ୍କୁ ଜଣାଇଦେଉଛୁ କି, ଆୟୁଷ ମନ୍ତ୍ରାଳୟ ଇମ୍ୟୁନିଟି ବଢାଇବା ପାଇଁ ଏହି ଜୁସ ପାଇଁ ଉପଦେଶ ଦେଉଛନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *