ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ଦୁନିଆରେ ପ୍ରତ୍ୟେକ ମଣିଷର ଜୀବନରେ କିଛି ନା କିଛି ଭଲ ମନ୍ଦ ଘଟଣା ସବୁବେଳେ ଘଟିଥାଏ। ତେବେ ଧାର୍ମିକ ବିଶ୍ୱାସ ଅନୁଯାୟୀ, କିଛି ସଙ୍କେତ ଏଭଳି ମଧ୍ୟ ଅଛି ଯାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏଭଳି କିଛି ଶୁଭ ସଙ୍କେତ ରହିଛି ଯାହା ଯଦି କୌଣସି ବ୍ୟକ୍ତିଙ୍କ ସହିତ ଘଟେ ତେବେ ନିକଟ ଭବିଷ୍ୟତରେ କିଛି ଶୁଭ ଲାଭ ସହ କିଛି ଶୁଭ ଘଟିବାର ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଶୁଭ ସଂକେତ ବିଷୟରେ ।
୧) ଯଦି ଆପଣ ନିଜ ଘରେ ଏକ କଳା ପିମ୍ପୁଡ଼ି କୁ ଚାଉଳ ଦାନା ନେଇ ଯିବାର ଦେଖୁଛନ୍ତି। ତେବେ ଖୁସି ହୋଇଯାନ୍ତୁ କାରଣ ଏହାକୁ ଧନ ଧାନ୍ୟର ଆଗମନ ର ସୂଚନା ବୋଲି ବିବେଚନା କରାଯାଇଥାଏ ।
୨) ହିନ୍ଦୁ ଏବଂ ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ଗାଇକୁ ଗୋ ମାତା ର ମାନ୍ୟତା ଦେଇଥାନ୍ତି। ଗାଈକୁ ପୂଜା କରିବା ଏବଂ ସେବା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମୃଦ୍ଧତା ଆସେ ବୋଲି ବିଶ୍ୱାସ କରାଯାଇ ଥାଏ। ତେବେ ଯଦି ଗୋଟିଏ ଗାଈ ଆପଣଙ୍କ ଦ୍ୱାରକୁ ଆସେ, ତେବେ ଏହାକୁ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଇ ଥାଏ। ଯଦି ଗାଈ ଟିଏ ଆପଣଙ୍କ ଘର ସାମ୍ନାରେ ଆସି ବୋବାଇବା ଆରମ୍ଭ କରେ, ତେବେ ନିକଟ ଭବିଷ୍ୟତରେ ଆପଣଙ୍କର ଧନ ଲାଭ ସହ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ ବୋଲି ବିଶ୍ୱାସ କରାଯାଏ ।
୩) ଶୁଆ ହେଉଛି ଏକ ପକ୍ଷୀ ଯାହାକୁ ଅନେକ ଲୋକ ପାଳିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଯଦି ଗୋଟିଏ ଶୁଆ ମନକୁ ମନ ଘରକୁ ଉଡି ଆସିଥାଏ ତେବେ ଏହାକୁ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଇ ଥାଏ। ଏହାର ଅର୍ଥ ହେଉଛି ଆପଣଙ୍କର ଭାଗ୍ୟ ଖୁବ୍ ଶୀଘ୍ର ଉଜ୍ଜ୍ୱଳ ହେବାକୁ ଯାଉଛି ବୋଲି ବିଶ୍ୱାସ କରାଯାଇଥାଏ ।
୪) ଲୋକମାନେ ପ୍ରାୟତଃ ଝିଟିପିଟି କୁ ଦେଖି ଭୟଭୀତ ହୋଇ ଏହାକୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି, କିନ୍ତୁ କ୍ୱଚିତ୍ ଲୋକେ ଏହା ଜାଣିଥାନ୍ତି ଯେ ଝିଟିପିଟି କୁ ଶୁଭ ବୋଲି ବିବେଚନା କରାଯାଇ ଥାଏ। ଯଦି ଝିଟିପିଟି ଆପଣଙ୍କ କପାଳରେ ପଡେ, ତେବେ ଏହା ଏକ ଶୁଭ ସଙ୍କେତ ଆଡକୁ ସୂଚାଇଥାଏ
୫) ବେଳେ ବେଳେ ଆମ ଶରୀରର କିଛି ଅଂଶ ଝିମଝିମ ହୋଇଯଇ ଥାଏ। ତେବେ ଶରୀରର କିଛି ଅଙ୍ଗ ଯେପରି ବାହୁର ମଧ୍ୟ ଭାଗ ଧରିପକାଇଲେ କିମ୍ବା ଝିମଝିମ ହୋଇଗଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ । ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।