ବଲିଉଡର ୯୦ ଦଶକର ଏହି ଭିଲିଆନଙ୍କ ଅବସ୍ଥା ଆଜି ଏମିତି ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ

villana

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, 90 ଦଶକର ଏହି ଖତରନାକ ଖଳନାୟକଙ୍କର ଅବସ୍ଥା ଆଜି ସମ୍ପୂର୍ଣ୍ଣ ଭାବରେ ହୋଇଯାଇଛି ଶୋଚନୀୟ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ପ୍ରତେକ ବ୍ୟକ୍ତିର ଏକ ସମୟ ରହିଥାଏ ଓ ସେ ସେହି ସମୟରେ ନିଜ କାମରେ ମହାରଥୀ ହାସଲ କରିଥାଏ । ପରେ ସେ ଯେଉଁ କ୍ଷେତ୍ରର ହୋଇଥାଉ ନା କାହିଁକି ତା’କୁ ଯେଉଁ କାମ ଆସିଥାଏ ସେ ସେହି କାମକୁ ବହୁତ ସଚୋଟତାର ସହିତ କରିଥାଏ । ଆଜି ଆମେ ଫିଲ୍ମ ଦୁନିଆର କଥା କହିବା ଯେପରିକି ଶାହରୁଖ ଖାନ ଓ ସଲମାନ ଖାନଙ୍କର ସମୟରେ ସେମାନେ ଯେମିତି ରାଜ କରୁଥିଲେ ଆଜି ମଧ୍ୟ ଅନ୍ୟ ତାରକା ମାନେ ତାଙ୍କ ସମୟରେ ରାଜ କରୁଛନ୍ତି । ଆଜି ଆମେ ଆଲୋଚନା କରିବା ଫିଲ୍ମ ଦୁନିଆର କିଛି ଖଳନାୟକଙ୍କର ଭୂମିକା ଉପରେ ଯିଏକି ଆଜି ବହୁତ ଶୋଚନୀୟ ହୋଇଯାଇଛନ୍ତି । 90 ଦଶକର ଏହି ଖଳନାୟକଙ୍କର ଆଜି ହୋଇଯାଇଛି ଏମିତି ଅବସ୍ଥା !villain

90 ଦଶକର ଖତରନାକ ଖଳନାୟକଙ୍କର ହୋଇଯାଇଛି ଏମିତି ଅବସ୍ଥା :-

80 ରୁ 90 ଦଶକରେ ଫିଲ୍ମରେ ଏକ ଦମଦାର ହିରୋ ଓ ହିରୋଇନର ଯେତିକି ଆବଶ୍ୟକ ପଡୁଥିଲା ସେତିକି ଏକ ଖତରନାକ ଖଳନାୟକର ଭୂମିକା ମଧ୍ୟ ଆବଶ୍ୟକ ହେଉଥିଲା । ଏହି ସମୟରେ ଖଳନାୟକ ଭୂମିକାକୁ ବହୁତ ଖୁନଖାର ତିଆରି କରାଯାଉଥିଲା । ଏଥିରେ ଖଳନାୟକ ମାନଙ୍କୁ ଏମିତି ଭୟଙ୍କର କରାଯାଉଥିଲା ଯେ, ଯିଏବି ଦେଖୁଥିଲା ତା’ମନରେ କେବଳ ଖଳନାୟକଙ୍କ ପ୍ରତି ସେମିତି ଛବି ସୃଷ୍ଟି ହୋଇଯାଉଥିଲା । କିନ୍ତୁ ଆଜି ସେହି ଦିନ ହଜିଯାଇଛି କିନ୍ତୁ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ।

ଶାକାଲ (କୂଳଭୂଷଣ ଖର୍ବନ୍ଦା) :-

ଶାକାଲ ଭଳି ଖଳନାୟକ ଚରିତ୍ରରେ ଅଭିନୟ କରିଥିବା କୂଳଭୂଷଣ ବାସ୍ତବ ଜୀବନରେ ବହୁତ ସରଳ ଅଟନ୍ତି । ଶାକାଲ କୁ ସେହିସମୟରେ ସବୁଠାରୁ ହାଇଟେକ ଖଳନାୟକ ଭୂମିକାରେ ଦର୍ଶାଯାଇଥିଲା । ଯାହାର ଏକ ଶାର୍କ ରହିଥିବା ପୁଲ ଥିଲା ଓ ଟେବୁଲ ବୁଲୁଥିଲା । ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ସେ କଥାବାର୍ତ୍ତା କରୁଥିଲା ଓ ଯିଏ ତା’ସହିତ ଚାଲାକି କରିବାକୁ ଚେଷ୍ଟା କରୁଥିଲା ସେ ତାକୁ କୁମ୍ଭୀର ମୁହଁର ଭୋଜନ ପାଇଁ ଫିଙ୍ଗି ଦେଉଥିଲା । କୂଳଭୂଷଣ ବର୍ତ୍ତମାନ 74 ବର୍ଷ ବୟସର ହୋଇସାରିଛନ୍ତି ଓ ଶେଷଥର ପାଇଁ ତାଙ୍କୁ 2016ରେ ଫିଲ୍ମ ଜଗତରେ ଦେଖିବାକୁ ମିଳିଥିଲା ।

ପ୍ରେମ ଚୋପଡ଼ା :-

ପ୍ରେମ….ପ୍ରେମ….ପ୍ରେମ ନାମ ହୈ ମେରା । ଏହି ଡ଼ାଇଲଗ ରୁ କିଛି ମନେପଡୁଛି କି ? ବଲିଉଡରେ ଆପଣ କେତେ ଖଳନାୟକଙ୍କୁ ଦେଖିଥିବେ କିନ୍ତୁ ପ୍ରେମ ଚୋପଡ଼ାଙ୍କ ଭଳି ଅଭିନେତା ବୋଧହୁଏ ଦେଖିଥିବେ । ବଲିଉଡରେ ପ୍ରେମ ପ୍ରାୟ 350 ଫିଲ୍ମରେ କାମ କରିସାରିଛନ୍ତି ଓ ଏଥିମଧ୍ୟରୁ ପ୍ରାୟ 250 ଫିଲ୍ମରେ ରେପ ସିନ ରହିଛି । ସର୍ବଦା ଚତୁର ସରପଞ୍ଚ ଠାରୁ ଆରମ୍ଭ କରି ଡ଼ନ ଚରିତ୍ରରେ ସେ ଲୋକମାନଙ୍କ ହୃଦୟ ଜିତିସାରିଥିଲେ । କୌଣସି ବି ବ୍ୟକ୍ତି ତାଙ୍କୁ ଅସଲ ଜୀବନରେ ମଧ୍ୟ ଖଳନାୟକ ଭାବିଥାଏ କିନ୍ତୁ ସେ ବାସ୍ତବ ଜୀବନରେ ବହୁତ ଶାନ୍ତ ଓ ବର୍ତମାନ ତାଙ୍କୁ 81 ବର୍ଷ ବୟସ ହୋଇସାରିଛି ।vilain

ଲୋଟିଆ ପଠାନ (କିରଣ କୁମାର) :-

90 ଦଶକରେ କିରଣ କୁମାର ତେଜାବ,ଖୁଦା ଗବାହ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । 1988 ମସିହାରେ ଫିଲ୍ମ ତେଜାବରେ ସେ ଲୋଟିଆ ପଠାନ ଖଳନାୟକ ଭୂମିକାରେ ଅଭିନୟ କରି ଏତେ ପ୍ରସିଦ୍ଧ ହୋଇସାରିଥିଲେ ଯେ, ଲୋକମାନେ ତାଙ୍କୁ ଏହି ନାମରେ ଚିନ୍ହିବାରେ ଲାଗିଲେ । କିରଣଙ୍କର ଜନ୍ମ 1971 ମସିହାରେ ହୋଇଥିଲା ଓ ସେ ବର୍ତ୍ତମାନ କିଛି ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି ।

ଗୁଜର ସିଂହ (ଟିନୁ ଶର୍ମା) :-

ବଲିଉଡର ଏକମାତ୍ର କଳାକାର ଯିଏକି ନିଜର ଖଳନାୟକ ଚରିତ୍ର ପାଇଁ ସମସ୍ତଙ୍କ ମନରେ ଡ଼ର ଭରି ଦେଇଥିଲେ । ଫିଲ୍ମ ମେଲାରେ ଗୁଜର ସିଂହ ଭୂମିକାରେ ଅଭିନୟ କରିସାରିଥିବା ଟିନୁ କେବଳ ଅଭିନୟରେ ନୁହେଁ ବରଂ ସେ ଜଣେ ଡ଼ାଇରେକ୍ଟର, ପ୍ରଡ୍ୟୁସର ଓ ରାଇଟିଂ ପାଇଁ ମଧ୍ୟ ଜଣାଶୁଣା ଅଟନ୍ତି । ଟିନୁ ଶର୍ମା ଆଜିକାଲି ସିରିଏଲରେ କାମ କରୁଛନ୍ତି ।

ଜିତୁ ଶର୍ମା (ଜିତୁ ବର୍ମା) :-

ସୋଲଜର ଏବଂ ବଡିଗାର୍ଡ ପରି ଫିଲ୍ମ ବ୍ୟତୀତ ଜିତୁ ବହୁତ ସାରା ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମ ଦୁନିଆରେ ଏପର୍ଯ୍ୟନ୍ତ ସକ୍ରିୟ ଅଛନ୍ତି କିନ୍ତୁ ଚଳିତବର୍ଷ ଏପ୍ରିଲ ମାସରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ତାଙ୍କ ଆଖିରେ ଆଘାତ ଲାଗିଥିଲା । ଏହାପୂର୍ବରୁ ସେ ସନ ଅଫ ସରଦାର ମୁଭିରେ କାମ କରିସାରିଛନ୍ତି ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *