ଦେଖନ୍ତୁ ଭିଡ଼ିଓ – ତାରାତାରିଣୀ ଧାରାବାହିକ ରୁ ସବୁଦିନ ପାଇଁ ବିଦାୟ ନେଲେ କଳାକାର ମାନେ ଦେଖନ୍ତୁ କେମିତି କଲେ ସେଲିବ୍ରେସନ୍

ବନ୍ଧୁଗଣ ଆପଣ ଯଦି ସିରିଏଲ ବା ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଆପଣ ଏହାର ମର୍ମ କୁ ବୁଝି ପାରୁଥିବେ ଏହା କେତେ ମନୋରଞ୍ଜନ ପୂର୍ଣ୍ଣ ଅଟେ ଏବଂ ଉପଭୋଗ୍ୟ ଯୋଗ୍ୟ ଅଟେ। ଅନେକ ଭାଷାରେ ଧାରାବାହିକ ପ୍ରସାରିତ ହୋଇଥାଏ। ସେହିପରି ଓଡ଼ିଶାରେ ମଧ୍ୟ ଧାରାବାହିକ ଦେଖିବାର ବହୁତ୍ ଅଧିକ ଚାହିଦା ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରନ୍ତି। ବିଭିନ୍ନ ପ୍ରକାର ପାରିବାରିକ କାହାଣୀ ଏବଂ ସମାଜର ବାସ୍ତବ ଘଟଣା କୁ ନେଇ ପର୍ଯ୍ୟବେଶିତ ଏହି ଧାରାବାହିକ ଗୁଡ଼ିକ ମନୋରଞ୍ଜନର ସୁରାକ ଯୋଗାଇଥାଏ ଦର୍ଶକ ମାନଙ୍କୁ। ଦର୍ଶକ ମାନେ ନିଜର ପସନ୍ଦର ସିରିଏଲ ଦେଖିବା ପାଇଁ ଉତ୍ସୁକତାର ସହ ଅନେଇ ବସିଥାନ୍ତି।

ସେଥିପାଇଁ ସେମାନେ କାର୍ଯ୍ୟକ୍ରମର ସମୟ ପୂର୍ବରୁ ସବୁ କାମ ଶେଷ କରି ବସି ଯାଆନ୍ତି ଟିଭି ଆଗରେ ନିଜର ପ୍ରିୟ ଚରିତ୍ରକୁ ଦେଖିବା ସହିତ ସେମାନଙ୍କ ଅଭିନୟ ଭିତରେ ସେମାନେ ବାସ୍ତବତା କୁ ପରିକଳ୍ପନା କରିବା ପାଇଁ।ଏବଂ ଏହାରି ଭିତରେ କେହି କେହି ହଜି ଯାଇ ଥାନ୍ତି ସେମାନଙ୍କ ଚରିତ୍ର ଭିତରେ।

ତେବେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ବିଷୟରେ। ଯାହା ଏବେ ଓଡ଼ିଶାର ଦର୍ଶକ ମାନଙ୍କ ମାନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି। ଯାହାକୁ ଅନେକ ପସନ୍ଦ କରୁଛନ୍ତି ଏବଂ ଭଲପାଇବା ମଧ୍ୟ ଦେଉଛନ୍ତି।

ତେବେ ଏହାକୁ ନେଇ ଯାହା ଦର୍ଶକ ଙ୍କ ମନରେ ଏକ ଅହେତୁକ ଆଗ୍ରହ ରହିଛି ତାହା କହିଲେ ନସରେ।ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି ଲିପି ମହାପାତ୍ର ଯିଏ କି ତାରିଣୀ ଭୂମିକାରେ ଫିମେଲ୍ ଚରିତ୍ର ରେ ଅଭିନୟ କରୁଛନ୍ତି। ଯାହାଙ୍କୁ ଦର୍ଶକ ବେଶ୍ ପସନ୍ଦ କରନ୍ତି।ସେହିପରି ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରୁପମ।ଏହି ଯୋଡ଼ିଙ୍କୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି। କାରଣ ସେମାନେ ତାଙ୍କ ଅଭିନୟରେ ନିଜକୁ ଯେମିତି ହଜାଇ ଦେଉଛନ୍ତି। କିନ୍ତୁ ଏବେ ଆଉ ଆପଣ ଏହି ଧାରାବାହିକ କୁ ଦେଖିବାକୁ ପାଇବେ ନାହିଁ।ତେବେ ତାରାତାରିଣୀ ଧାରାବାହିକ ଆଉ ଏକ ନୂଆ ରୂପରେ ଆସିବାକୁ ଯାଉଛି। ଯାହାର ନାମ ରହିଛି ତାରିଣୀ ଆଖିରେ ତାରା।

ଯାହା ଆଜିଠାରୁ ତରଙ୍ଗ ଟିଭି ଚ୍ୟାନେଲ ରେ ରାତି ୯ ଟା ସମୟରେ ପ୍ରସାରିତ ହେବ। ବର୍ତ୍ତମାନ ଏକ ଭିଡିଓ ଏହାକୁ ନେଇ ସାମ୍ନାକୁ ଆସିଛି ଯେଉଁଥିରେ ତାରାତାରିଣୀ ର ପରିବାର କେକ୍ କାଟି ଏକ ଉତ୍ସବ ପାଳନ କରୁଛନ୍ତି। କାରଣ ଏହି ପରିବାର ପରସ୍ପର ଅଲଗା ହେବାକୁ ଯାଉଛନ୍ତି।ତାରାତାରିଣୀ ଧାରାବାହିକ କୁ ୧୦୦୦ ଟି ଅଧ୍ୟାୟ ପୁରିଥିବା ବେଳେ ଏବେ ଏହାର ସମସ୍ତ କଳାକାର ଏକ କେକ ସେଲିବ୍ରେସନ୍ କରିଛନ୍ତି। ଏଥିରେ ସମସ୍ତଙ୍କୁ ଦେଖିବାକୁ ମିଳିଛି। ଏବେ ଏହି ସିରିଏଲ ବଦଳରେ ଆପଣ ଦେଖିବେ ତାରିଣୀ ଆଖିରେ ତାରା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *