ପୁଅ ପାଇଁ ନିଜ ଘରେ କେମିତି ପୂଜା କରୁଛନ୍ତି ଓଲିଉଡ଼ ସୁପରଷ୍ଟାର ବାବୁଶାନ ଦେଖନ୍ତୁ ଭିଡ଼ିଓ

ଓଲିଉଡ ଇଣ୍ଡଷ୍ଟ୍ରି ର ଚକୋଲେଟ୍ ହିରୋ କୁହାଯାଏ ଲୋକପ୍ରିୟ ଅଭିନେତା ବାବୁଶାନ ମହାନ୍ତି ଙ୍କୁ। ନାୟକ ଭାବରେ ସେ ତାଙ୍କର ଅଭିନୟ ର ଯାଦୁରେ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ।ଓଲିଉଡ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ପୁତ୍ର ହେଉଛନ୍ତି ବାବୁଶାନ୍ ମହାନ୍ତି। ଯିଏକି ବର୍ତ୍ତମାନ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ଆପଣ ଜାଣିଛନ୍ତି ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି କିଛି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। କାରଣ ସେମାନେ ଦର୍ଶକଙ୍କୁ ସବୁ ସ୍ୱାଦର ସିନେମା ଭେଟି ଦେଇଥାନ୍ତି।

ଆଉ ଦର୍ଶକମାନେ ମଧ୍ୟ ସେହି ସିନେମା ଗୁଡ଼ିକୁ ବେଶ୍ ପସନ୍ଦ କରିଥାନ୍ତି।ସେହିପରି ସୋସିଆଲ ମିଡିଆରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି। ସେହିପରି ଭାବରେ ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜଣେ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି ବାବୁଶାନ୍ ମହାନ୍ତି। ତାଙ୍କର ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକ ମାନଙ୍କ ପାଇଁ ସାଜିଛନ୍ତି ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି।

ବିଭିନ୍ନ ଚରିତ୍ରରେ ଅଭିନୟ କରି ସେ ଦର୍ଶକ ମାନଙ୍କର ମନୋରଞ୍ଜନ କରି ପାରିଛନ୍ତି ଏବଂ ସେମାନଙ୍କୁ ହୃଦୟକୁ ଜିଣି ପାରିଛନ୍ତି। ନିଶ୍ଚିତ ଭାବରେ ତାଙ୍କର ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ଅଳ୍ପ ବହୁତ୍ କିଛି ଜଣା ଅଛି କାରଣ ପ୍ରାୟତଃ ସେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ବିଭିନ୍ନ କରଣକୁ ନେଇ ଓଲିଉଡର ଏହି ଜଣାଶୁଣା ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଅନେକ ଦର୍ଶକଙ୍କ ପ୍ରଥମ ପସନ୍ଦ ଅଟନ୍ତି। ନିକଟରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେବା ଖବର ତ ଆପଣ ଜାଣିଥିବେ। ଯାହାକୁ ବନ୍ଧୁ ବାନ୍ଧବ ଏବଂ ଅତିଥି ଙ୍କ ସହ ବାବୁଶାନ୍ ଏବଂ ତାଙ୍କର ପରିବାର ମିଶି ଏହି ଖୁସିର ମୁହୂର୍ତ୍ତ କୁ ଘରେ ପାଳନ କରିଥିଲେ।

ଏହି ଖୁସିର ମୁହୂର୍ତ୍ତକୁ ପାଳନ କରିବା ପାଇଁ ପରବର୍ତ୍ତୀ ସମୟରେ ସେ ଏକ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ। ଏହାଛଡା ବାବୁଶାନ୍ ତାଙ୍କ ପୁଅର ନାମ କରଣ କରି ସାରିଛନ୍ତି ଯାହାକୁ ସେ ତାଙ୍କର ପ୍ରଶଂସକ ମାନଙ୍କୁ ମଧ୍ୟ ଜଣାଇ ସାରିଛନ୍ତି।ସେ ତାଙ୍କର ପୁଅର ନାମ ରଖିଛନ୍ତି ସମଥ’। ଏବେ ତାଙ୍କର ପୁଅର ଷଷ୍ଠୀ ପୂଜାର ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସେ ପୂଜାରେ ବସି ଥିବାର ଦେଖିବାକୁ ମିଳିଛି ଏହାଛଡା ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହିତ ଅନ୍ୟ ବନ୍ଧୁ ବାନ୍ଧବ ମାନେ ମଧ୍ୟ ଘରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳୁଛି ଏହି ଭିଡିଓ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *