ଦେଖନ୍ତୁ ଭିଡ଼ିଓ – ପୋଲିସ ବାବୁଙ୍କ ଦାଦାଗିରି । ନୃଶଂସ ପୋଲିସ୍ ବାବୁ ନିଜେ ମାସ୍କ ନପିନ୍ଧି, ମାସ୍କ ପିନ୍ଧି ନଥିବା ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ପିଟିଲେ ଭିଡିଓ ହେଲା ଭାଇରାଲ…

ବନ୍ଧୁଗଣ ପୁଣିଥରେ ଦେଶରେ ଏକ ପ୍ରକାରର ବିପର୍ଯ୍ୟୟ ଦେଖା ଦେଇଛି ମହାମାରୀ କରନା ସଂକ୍ରମଣକୁ ନେଇ।ଉଗ୍ର ରୂପ ଧାରଣ କରିଥିବା କରନା ଭାଇରସ ପରି ମାରାତ୍ମକ ସଂକ୍ରମଣ ପାଇଁ ଜୀବନ ଜୀବିକା ସବୁ ଠପ୍ ହୋଇଯାଇଛି।ଧୀରେ ଧୀରେ ଭାରତରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ମାନବ ସମାଜ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହେଉଛି। ଅର୍ଥନୀତି କୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି ବିଶ୍ୱରେ। ସମସ୍ତ ପ୍ରକାରର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ବିଶ୍ଵ ଗତି କରୁଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଆମ ଦେଶ ଭାରତ।ଆଉ ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି।

ଯେଉଁଥିରେ ଲୋକଙ୍କ ପ୍ରଶ୍ନ ପାଲଟିଛି ଯେ କରନା କଟକଣା କାହା ପାଇଁ? କଣ ଏହା କେବଳ ସାଧାରଣ ଲୋକଟିଏ ପାଇଁ ନା ଆଇନ୍ ର ରକ୍ଷକ କୁହା ଯାଉଥିବା ପୋଲିସ୍ ପାଇଁ ବି ଏହି ଆଇନ୍ ର ନିୟମ ସମାନ।ଏହି ପ୍ରଶ୍ନ ସେତେବେଳେ ଉଠେ ଯେତେବେଳେ ଆଇନ୍ ର ନିୟମ ଭାଙ୍ଗିବା ଦ୍ବାରା ସାଧାରଣ ଲୋକଟିଏ ମାଡ଼ ଖାଇ ଥାଏ ଏବଂ ମାଡ଼ ଦେଉଥିବା ଲୋକଟି ନିଜେ ଆଇନ୍ ର ନିୟମକୁ ମାନି ନଥାଏ। ବର୍ତ୍ତମାନ ଯେଉଁ ଭିଡିଓ କୁ ନେଇ ଚର୍ଚ୍ଚା ହେଉଛି ସେଥିରେ ଦେଖିବାକୁ ମିଳୁଛି ଯେ ବିନା ମାସ୍କ ରେ ଥିବା ପୋଲିସ୍ ବାବୁ ଜଣଙ୍କ ମାସ୍କ୍ ପିନ୍ଧି ନଥିବା ଜଣେ ସାଧାରଣ ଲୋକକୁ ମାଡ଼ ମାରିଛନ୍ତି। ତେବେ ପୋଲିସ୍ ବାବୁଙ୍କ ଏହି କାରନାମା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆପଣଙ୍କୁ କହି ରଖୁଛୁ ଯେ ଦେଶରେ କରନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶ ରେ ମଧ୍ୟ ସଂକ୍ରମଣ ର ହାର ହୁ ହୁ ହୋଇ ବୃଦ୍ଧି ପାଉ ଥିବାର ଦେଖିବାକୁ ମିଳୁଛି। ଆଉ ଏହି କରନା ସ୍ଥିତି କୁ ଦୃଷ୍ଟିରେ ରଖି ବାରଣାସୀ ର ଜିଲ୍ଲାପାଳ ସେଠାରେ ସାଧାରଣ ଜନତାଙ୍କ ବୁଲାବୁଲି ଉପରେ କଟକଣା ଲଗାଇଛନ୍ତି। କୋଭିଡ ନିୟମ ଉଲ୍ଲଙ୍ଘନ କାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଛନ୍ତି ଜିଲ୍ଲାପାଳ। ଏଥିପାଇଁ ଲୋକଙ୍କ ପାଖରୁ ଜୋରିମାନା ଆଦାୟ କରିବା ସହିତ ଲାଠି ଚାର୍ଜ କରିବାକୁ ମଧ୍ୟ ପଛାଉ ନାହାନ୍ତି ପୋଲିସ୍ କର୍ମଚାରୀ। ତେବେ ସମସ୍ତ ପୋଲିସ୍ ବାବୁ ସମାନ ନୁହନ୍ତି କି ସମସ୍ତେ ଏହିଭଳି କାର୍ଯ୍ୟ କରି ନଥାନ୍ତି।

କିନ୍ତୁ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉ ଥିବା ପୋଲିସ୍ ବାବୁ ଜଣଙ୍କ ନିଜେ ମାସ୍କ ନପିନ୍ଧି ଯେଉଁଭଳି ଭାବରେ ସାଧାରଣ ଲୋକଙ୍କୁ ପିଟାମରା କରୁଛନ୍ତି ତାହା ବାସ୍ତବରେ ଚର୍ଚ୍ଚାର ବିଷୟ। ତେବେ ଏହି ଘଟଣା ସଂପର୍କରେ ଲୋକେ କମିଶନର ଙ୍କୁ ଜଣାଇବା ପରେ ଏବଂ ଉକ୍ତ ପୋଲିସ୍ ବାବୁ ଙ୍କ ଫଟୋକୁ କମିଶନର ଙ୍କୁ ଟୁଇଟ କରିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାଲାଣ କଟା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *