ପଇସା ରଖିବା ପାଇଁ କିଣି ନିଅନ୍ତୁ 2-3 ଟି ତିଜୋରି, କାରଣ ଆସନ୍ତା କାଲିଠାରୁ ଏହି 6 ଟି ରାଶି ହେବେ କୋଟିପତି – Jyotisa Shastra

ଗ୍ରହ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ସିଧାସଳଖ ରାଶି ମାନଙ୍କ ଉପରେ ପଡିଥାଏ ଏବଂ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବା ସହିତ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଆଜି ରାତିରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହା ଫଳରେ ସବୁ ରାଶିର ବ୍ୟକ୍ତି ମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପଡିଥାଏ ଏବଂ ଶୁକ୍ର ଗ୍ରହକୁ ଧନ ଐଶର୍ଯ୍ୟର କାରକ ଗ୍ରହ କୁହାଯାଏ । ଏହି ସମୟରେ ଶୁକ୍ର ଗ୍ରହ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ , ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଯାହା ଉପରେ ଶୁକ୍ର ଗ୍ରହଙ୍କର ସକରାତ୍ମକ ପ୍ରଭାବ ପଡିବାକୁ ଯାଉଛି ।

1 ମେଷରାଶି

ଏହି ରାଶିର ବ୍ୟକ୍ତି ମାନଙ୍କର ଦୂର ଯାତ୍ରା ଭ୍ରମଣ କରିବାର ଯୋଗ ରହିଛି ଏବଂ ଆପଣ ନିଜ ଖର୍ଚ୍ଚର ନିୟନ୍ତ୍ରଣ କରନ୍ତୁ । ଏଥି ସହିତ ଆପଣଙ୍କର ଆଖି ଜନିତ ସମସ୍ୟା ଦେଖାଯାଇ ପାରେ ଏବଂ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଏହା ସହିତ ସ୍ୱାର୍ଥୀ ବ୍ୟକ୍ତି ମାନଙ୍କ ଠାରୁ ଟିକିଏ ଦୂରେଇ ରୁହନ୍ତୁ ।

2 ବୃଷରାଶି 

ଏହି ରାଶିର ବ୍ୟକ୍ତି ମାନଙ୍କୁ ଆୟ କରିବାର ନୂତନ ପନ୍ଥାମାନ ମିଳିବ ଏବଂ ଗୁରୁଜନ ମାନଙ୍କ ର ପରମର୍ଶ ନିଅନ୍ତୁ ଦେଖିବେ ନିଶ୍ଚୁତ ଭାବେର ଜୀବନରେ ଆଗକୁ ବଢି ପରିବେ । ମହିଳା ମାନଙ୍କର ଉନ୍ନତି ହେବ ଏବଂ ସନ୍ତାନ ମାନଙ୍କ ଠାରୁ କୌଣସି ଉପହାର ପ୍ରାପ୍ତ ହେବ । ଚାକିରୀ , ଶିକ୍ଷା ଏବଂ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ମିଳିବ ।

3 ମିଥୁନରାଶି

ଏହି ରାଶିର ବ୍ୟକ୍ତି ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ଏବଂ ସରକାରୀ ଚାକିରୀରେ ପଦୋନ୍ନତି ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ କୌଣସି ଯାନବାହାନ ଏବଂ ଭୂମି କିଣିବାର ସୁଯୋଗ ମିଳିବ । ପାରିବାରିକ ସୁଖ ମିଳିବ ଏବଂ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

4 କର୍କଟରାଶି

ଏହି ରାଶିର ବ୍ୟକ୍ତି ମାନେ ଦାନ ଧର୍ମରେ ମନ ନିବେଶ କରିବେ ଏବଂ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଯାହାଫଳରେ ଆପଣଙ୍କର ମନ ମଧ୍ୟ ଖୁସି ରହିବ ଏବଂ ସମ୍ପର୍କୀୟ ମାନଙ୍କ ଘରକୁ ଯିବା ଆସିବ ରହିବ ।

5 ସିଂହରାଶି

ଏହି ରାଶିର ବ୍ୟକ୍ତି ମାନଙ୍କୁ ଶତ୍ରୁମାନେ ମିତ୍ର ଭଳି ବ୍ୟବହାର କରିବେ ଏବଂ ଆର୍ଥିକ ସମସ୍ୟା ଟିକିଏ ରହିପାରେ । ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ମିଳିବ ।

6 କନ୍ୟାରାଶି 

ଏହି ରାଶିର ଅବିବାହିତ ବ୍ୟକ୍ତି ମାନଙ୍କ ର ଖୁବ୍ ଶୀଘ୍ର ବିବାହର ସୁଯୋଗ ମିଳିବ ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କର ଶତ୍ରୁ ବୃଦ୍ଧି ହୋଇ ପାରନ୍ତି କିନ୍ତୁ କିଛି କ୍ଷତି କରିବାରେ ଅସମର୍ଥ ରହିବେ । ମାଲି ମକର୍ଦ୍ଦମା ଜନିତ କେସରେ ଫସି ରହିଥିଲେ ଆପଣଙ୍କର ହିଁ ଜିତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *