ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ : ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ, ଏହି ତାରିଖରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି। ଏହି କରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି ତେବେ କଣ ରହିଛି ସେହି ସୂଚନା ଆସନ୍ତୁ ଜାଣିବା ;

ଏବେ ଏବେ ଆସିଛି ବଡ଼ ଖବର । ପୁଣି ଥରେ ସ୍ଥଗିତ ରହିବ ଦଶମ ଓ ଦ୍ଵାଦଶ ପରୀକ୍ଷା। ବଢୁଥିବା କରନା ସଂକ୍ରମଣ କୁ ଆଖିରେ ରଖି ଏମିତି ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୂର୍ବ ସୂଚନା ଅନୁସାରେ ଆସନ୍ତା ୧୮.୫.୨୧ ରୁ ଦ୍ଵାଦଶ ପରୀକ୍ଷା ହେବାକୁ ଯାଉଥିଲା ଯାହା ବର୍ତ୍ତମାନ ସ୍ଥଗିତ ରଖା ଯାଇଛି । ତେବେ କେବେ ହେବ ଏହି ବିଷୟ ରେ କିଛି ସୂଚନା ମିଳିନାହିଁ ଖାଲି ଏତିକି କୁହା ଯାଇଛି କରନା ସଂକ୍ରମଣ ଆୟତ୍ତ କୁ ଆସିଲେ ପରୀକ୍ଷା ବିଷୟ ରେ ନିଷ୍ପତି ନିଆଯିବ । ସୂଚନା ଅନୁସାରେ ୨୦୨୧ ମସିହା ର ପ୍ରଥମ ସପ୍ତାହ ରେ ରାଜ୍ୟ ସପ୍ତାହ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପରୀକ୍ଷା ବିଷୟ ରେ ସମୀକ୍ଷା କରିବେ ଏହା ପରେ ନିଷ୍ପତି ନିଆଯିବ ।

ଏହା ସହିତ ୩ ମେ ୨୦୨୧ ରେ ହେବାକୁ ଯାଉଥିବା ଦଶମ ପରୀକ୍ଷା ମଧ୍ୟ ସ୍ଥଗିତ ରଖା ଯାଇଛି । ୨୦୨୦-୨୧ ନବମ ଓ ଏକାଦଶ ଶ୍ରେଣୀ ରେ ପଢୁଥିବା ପିଲା ମାନଙ୍କୁ ଦଶମ ଓ ଦ୍ଵାଦଶ ଶ୍ରେଣୀ କୁ ବିନା ପରୀକ୍ଷା ରେ ଉତିନ୍ନ କରାଇ ଦିଆଯିବ। ଏହା ସହିତ ଆସନ୍ତା ୧୯.୪.୨୧ ତାରିଖ ଦିନ ଦ୍ଵାଦଶ ଶ୍ରେଣୀ ର କ୍ଲାସ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍ ରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଏହି ସମୟ ରେ ବନ୍ଦ ରହିବ ।

ଏହା ସହିତ ନିଆ ଯାଇଥିବା ନିଷ୍ପତି ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ ତଥା ପ୍ରାଇଭେଟ୍ ସ୍କୁଲ୍ ରେ ମଧ୍ୟ ଲାଗୁ କରାଯିବ । ଏହି ନିଷ୍ପତି ସମସ୍ତେ ପାଳନ କରିବେ ବୋଲି ଘୋଷଣା କରା ଯାଇଛି।

ଅନ୍ୟ ପକ୍ଷରେ ସିବିଏସି ଓ ଆଦର୍ଶ ବିଦ୍ୟାଳୟ ମାନଙ୍କ ସହିତ ସମସ୍ତ ଇଂରାଜୀ ମିଡ଼ିଆମ୍ ସ୍କୁଲ୍ ମାନଙ୍କ ରେ ପୂର୍ବରୁ ନିଆ ଯାଇଥିବା ନିଷ୍ପତି ପାଳନ କରାଯିବ । ଆସନ୍ତା ୧୯.୦୪.୨୧ ତାରିଖ ରେ ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଅଧୀନ ରେ ହଷ୍ଟେଲ ରେ ରହୁଥିବା ପିଲା ମାନଙ୍କୁ ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ହଷ୍ଟେଲ ଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ଦିଆ ଯାଇଛି । ତେବେ କରନା ସଂକ୍ରମଣ ଆୟତ ନହେବା ଯାଏ ଏହି ନିଷ୍ପତି କଡାକଡି ଭାବେ ପାଳନ କରାଯିବ ବୋଲି ରାଜ୍ୟ ସରକାର ଙ୍କ ତରଫରୁ ସୂଚନା ମିଳିଛି ।

ଦେଶରେ ଦିନକୁ ଦିନ କରନା ସଂକ୍ରମଣ ବଢ଼ିବାରେ ଲାଗିଛି ସଂକ୍ରମଣ ରୋକିବା କୁ ଦୃଷ୍ଟି ରେ ରଖି ଏହି ନିଷ୍ପତି ନିଆ ଯାଇଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *