ଦେଖନ୍ତୁ ଭିଡ଼ିଓ – ନୂଆ ନୂଆ ବିବାହ କରିଥିବା ଓଡ଼ିଆ ସେଲିବ୍ରେଟି କିପରି ପାଳନ କଲେ ପଣା ସଂକ୍ରାନ୍ତି ଦେଖନ୍ତୁ…

ଆପଣ ଜାଣିଛନ୍ତି ଏପ୍ରିଲ୍ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ର ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ।ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା ସଂକ୍ରାନ୍ତି ମଧ୍ୟ କୁହନ୍ତି। ତେବେ ଏହି ଦିନ ଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ।

ଏହାଛଡା ପାର୍ବଣ ଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବହୁତ ଖାସ ହୋଇଥାଏ। ଓଡ଼ିଆ ଘରର ମହିଳା ମାନେ ଏହି ପର୍ବକୁ ବେଶ ଭଲ ଭାବରେ ପାଳନ କରିଥାନ୍ତି। କେବଳ ସାଧାରଣ ମାଆ, ଭଉଣୀ କିମ୍ବା ମାଉସୀ ମାନେ ନୁହନ୍ତି ସିନେମା ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁ ବହୁତ୍ ଭଲ ଭାବରେ ଖୁସିର ସହ ପାଳନ କରିଛନ୍ତି। ତେବେ ସେମାନଙ୍କର ଝଲକ ଆପଣ ମାନେ ଦେଖି ନଥିବେ। ସେମାନେ ଯେଉଁଭଳି ଭାବରେ ଏହି ଓଡ଼ିଆ ନବବର୍ଷ କୁ ପାଳନ କରିଛନ୍ତି ତାହା ସ୍ପଷ୍ଟ ହୋଇଯିବେ।ଓଡ଼ିଆ ପର୍ବ ପର୍ବାଣୀ କୁ ଆମର ଓଡ଼ିଆ ସିନେମା ଜଗତର କଳାକାର ମାନେ ବେଶ୍ ଭଲ ଭାବରେ ମାନିଥାନ୍ତି।

କଣ୍ଠଶିଳ୍ପୀ ଦିପ୍ତିରେଖା ପାଢ଼ୀ ତାଙ୍କ ସ୍ୱାମୀଙ୍କ ସହିତ ଏହି ଓଡ଼ିଆ ନବ ବର୍ଷକୁ ପାଳନ କରିଛନ୍ତି। ତାଙ୍କର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ତାଙ୍କ ସହିତ ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ସ୍ତ୍ରୀ ଅର୍ଚ୍ଚିତା ମଧ୍ୟ ଏହି ନବବର୍ଷ କୁ ଭଲ ଭାବରେ ଖୁସି ଓ ଆନନ୍ଦର ସହିତ ପାଳନ କରିଛନ୍ତି। ସେମାନଙ୍କ ଫଟୋ ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ନବାଗତ ଅଭିନେତ୍ରୀ ଶିବାନୀ ଏବଂ ଅଭିନେତା ମାନେ ମଧ୍ୟ ଭିନ୍ନ ଲୁକ ରେ ନିଜକୁ ସଜାଇ ଏହି ପଣା ସଂକ୍ରାନ୍ତି ରେ ଦର୍ଶକଙ୍କ ସମ୍ମୁଖକୁ ଆସିଛନ୍ତି। ସେମାନେ ବେଶ୍ ଆକର୍ଷଣୀୟ ଲାଗୁଛନ୍ତି। ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ। ଏମିତିରେ ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ବଲିଉଡ୍ ଜଗତରେ। ସମସ୍ତେ ସେମାନଙ୍କୁ ଅନୁସରଣ କରିଥାନ୍ତି। ସେମାନଙ୍କ ଜୀବନ ଶୈଳୀ ରେ ବହୁତ୍ ଜଣ ଅନୁପ୍ରାଣିତ ମଧ୍ୟ ହୋଇଥାନ୍ତି।

ତେବେ ଏହି ମହା ବିଷୁବ ସଂକ୍ରାନ୍ତି ରେ ଧାରାବାହିକ ଇଣ୍ଡଷ୍ଟ୍ରି ର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏକ ଭିନ୍ନ ପରିପାଟି ରେ ନିଜକୁ ସଜେଇ ଥିବାର ନଜର ଆସିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *