ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାର 10ଟି ଜିଲ୍ଲାରେ ଜାରି ହେଲା ନାଇଟ କର୍ଫ୍ୟୁ ଓଡିଶାରେ ଦିନକୁ ଦିନ ବଢି ଜାଉଥିବା କରୋନା ସଙ୍କ୍ରମଣ କୁ ଦେଖି ରାଜ୍ୟରେ 10ଟି ଜିଲ୍ଲା ପାଇଁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର , ତେବେ ନାଇଟ କର୍ଫ୍ୟୁ ଜାରି ହୋଇଥିବା କେଉଁ କେଉଁ ସବୁ ଜିଲ୍ଲା ରହିଅଛି ଆଉ ତା ସହିତ ନାଇଟ କର୍ଫ୍ୟୁ ସମୟରେ କେଉଁଥିରେ ସବୁ ଲାଗିବ କଟକଣା ଆଉ କେଉଁଥିରେ ହେବ ଛାଡ ଜଆମିବା ପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ତେବେ 5 ତାରିଖ ଅର୍ଥାତ ସୋମବାର ଠାରୁ ଏହି କଟକଣା ଲାଗିବ , ରାତି 10ରୁ ସକାଳ 5ଟା ଯାଏ ବଳବତ୍ତର ରହିବ ନାଇଟ କର୍ଫ୍ୟୁ , ତେବେ ଆସନ୍ତୁ ଦେଖିବା ନାଇଟ କର୍ଫ୍ୟୁ ଜାରି ହୋଇଥିବା ସମୟରେ କେଉଁଥିରେ ହେବ କଟକଣ ଏବଂ କେଉଁଥିରେ ହେବ ଛାଡ , ତେବେ ନାଇଟ କର୍ଫ୍ୟୁ ଜାରି ହୋଇଥିବା ଜିଲ୍ଲା ଗୋଡିକର ଲୋକମାନେ ବାହାରକ ନାଇଟ କର୍ଫ୍ୟୁ ସମୟରେ ବାହାରି ପାରିବେ ନାହିଁ ତା ସହିତ ଦୋକାନ ବଜାର , ଅଫିସ ଆଦି ସମସ୍ତ ପ୍ରତିଷ୍ଠାନକୁ ବନ୍ଦ ରଖାଯିବ ।
କେବଳ ମେଡିକାଲ ଏବଂ ଅନ୍ୟ ସମସ୍ତ ଜରୁରୀ କାମରେ ଯିବାକୁ ଅନୁମତି ମିଳିବ , ଏଥି ସହିତ ସମସ୍ତ ଶିଳ୍ପ କାରଖାନା ଗୁଡିକ ମଧ୍ୟ ଖୋଲା ରହିବ । ନାଇଟ କର୍ଫ୍ୟୁ ଲାଗିଥିବା ଜିଲ୍ଲା ଗୁଡିକରେ ଡାକ୍ତର , ପାରା ମେଡିକାଲ ଷ୍ଟାଫ୍ , ପୋଲିସି , ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ରାତି ସମୟରେ ଯା ଆସା କରିବାକି ଅନୁମତି ରହିଛି । ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ପାସ୍ ର ଆବଶ୍ୟକତା ନାହିଁ ପରିଚୟ ପତ୍ର ଦେଖିଇ ସେମାନେ ଯାତାୟତ କରି ପାରିବେ । ସେହିପରି ନାଇଟ କର୍ଫ୍ୟୁ ସମୟରେ ବିଜୁଳି , ଅଗ୍ନିଶମ , ଟେଲିକମ୍ , ଜଳ ଯୋଗାଣ , ଟ୍ରେନ , ବିମାନ ସେବା ଆଦି ଜାରି ରହିବ ତା ସହିତ ପେଟ୍ରୋଲ ପମ୍ପ୍ , ସିଏନଜି ଷ୍ଟେସନ ଆଦି ମଧ୍ୟ ଖୋଲା ରହିବ ।
ସେହିପରି ନାଇଟ କର୍ଫ୍ୟୁ ସମୟରେ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି । ତେବେ ବର୍ତ୍ତମାନ ଜାଣି ରଖନ୍ତୁ ଓଡିଶାର କେଉଁ କେଉଁ 10ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ପାଇଁ ଜାରି ହୋଇଛି ଏହି ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ସୁନ୍ଦର ଗଡ , ଝାରୁସୁଗୁଡା , ସମ୍ବଲପୁର , ବରଗଡ଼ , ବଲାଙ୍ଗୀର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା । ଏହିସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିବ ରାତି 10ରୁ ସକାଳ 5ଟା ଯାଏ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।