ଘରେ ଏହି ୩ଟି ଜିନିଷ ରଖିବା ଦ୍ୱାରା ଘରକୁ ଆସିଥାଏ ଗରିବି,କାଙ୍ଗାଳ ହେବାକୁ ପଡ଼ିଥାଏ

house

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା କେଉଁ ସବୁ ବସ୍ତୁ କୁ ଘରେ ରଖିବା ଦ୍ବାରା ଗୃହ ରେ ଧନ ସମସ୍ୟା ବା ଦରିଦ୍ରତା ଦେଖାଦିଏ । ତେବେ ଏହି ସବୁ ବସ୍ତୁ କଣ ଓ କାହିଁକି ଏସବୁ ବସ୍ତୁ ରଖିବା ଦ୍ବାରା ଗୃହରେ ଧନ ର ସମସ୍ୟା ଦେଖାଦେଇ ଥାଏ ତାହା ଆଜି ଆମେ ଜାଣିବା । ଘରେ ରଖିଥିବା ବସ୍ତୁ ହୁଏତ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ। ବେଳେ ବେଳେ ବ୍ୟକ୍ତି ଘରେ ଏପରି ଜିନିଷ ସବୁ ରଖିଦେଇ ଥାଏ ଯାହା ଦେବୀ ମା ଲକ୍ଷ୍ମୀ ଙ୍କୁ ଅପ୍ରିୟ ହୋଇଥାଏ । ଏପରି ବସ୍ତୁ ଘରେ ରଖିବା ଦ୍ବାରା ଗୃହ ର ଉନ୍ନତି ହୋଇପାରି ନଥାଏ ଏବଂ ସର୍ବଦା ଆର୍ଥିକ ଅଭାବ ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅାନୁସାରେ ଏହି ସବୁ ସମସ୍ୟା ରୁ ବଞ୍ଚିବାକୁ ହେଲେ ଗୃହ ରେ ଏହି ସବୁ ଜିନିଷ ରଖିବା ଠିକ୍ ନୁହେଁ ।

ପ୍ରଥମ ଟି ହେଉଛି, ଘରେ ଭଙ୍ଗା କାଚ କିମ୍ବା ଭଙ୍ଗା ଆଇନା ରଖିବା ଦ୍ବାରା ଗୃହରେ ଆର୍ଥିକ ସମସ୍ୟା ଦେଖାଦେଇ ଥାଏ, ଯଦି ଗୃହ ର ଝରକା ରେ ଲାଗିଥିବା କାଚ ଟିକେ ମଧ୍ୟ ଭାଙ୍ଗିଥାଏ ତେବେ ତୁରନ୍ତ ତାହାକୁ ପରିବର୍ତ୍ତନ କରିବା ଆବଶ୍ୟକ ।mirror

ଦ୍ୱିତୀୟ ଟି ହେଉଛି, ଗୃହ ରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ,ଏହା ଦ୍ୱାରା ଆପଣଙ୍କ ର ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ। ଗୃହରେ ଭାଙ୍ଗି ଯାଇଥିବା ପ୍ରତିମା କିମ୍ବା ଫାଟିଯାଇଥିବା ଭଗବାନ ଙ୍କ ର ଫଟୋ ରଖନ୍ତୁ ନାହିଁ । ଏହା ମଧ୍ୟ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ଏକା ପ୍ରକାର ଦେବା ଦେବୀ ଙ୍କ ପ୍ରତିମା ମୁହାଁମୁହିଁ ରଖିବେ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କ ର ଖର୍ଚ୍ଚ ତୁଳନାରେ ଆୟ ବହୁତ୍ କମ ହୋଇଥାଏ ।god

ତୃତୀୟ ଟି ହେଉଛି, ଗୃହରେ ଆବଶ୍ୟକ ନଥିବା କିମ୍ବା ଅନାବନା ବସ୍ତୁ ରଖିବା ଦ୍ବାରା, ଗୃହରେ ନକରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ । ଘରେ ଖରାପ ହୋଇଯାଇଥିବା କିମ୍ବା ବନ୍ଦ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ, ଏହା ଦ୍ୱାରା ଗୃହରେ ନକରାତ୍ମକ ଊର୍ଯା ବୃଦ୍ଧି ହୋଇଥାଏ ଓ ଧନ ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ। ତେଣୁ ଏହି ସବୁ ସମସ୍ୟା ରୁ ବଞ୍ଚିବା ପାଇଁ ହେଲେ ଆପଣ ଏହି ସବୁ ବସ୍ତୁ ଗୃହରେ ରଖନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *