ବନ୍ଧୁଗଣ ଯେତେବେଳେ ଅଭିନୟ ଜଗତ ସହିତ ଜଡ଼ିତ କୌଣସି ଖବର ସାମ୍ନାକୁ ଆସିଥାଏ ସେତେବେଳେ ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳେ।ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟତା ଖୁବ୍ ଅଧିକ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଓଡ଼ିଆ ମାନଙ୍କର ଏକ ବିଶେଷ ଆଗ୍ରହ ବହୁ ପୂର୍ବରୁ ରହି ଆସିଛି।ଆଉ ସେହି କ୍ରମରେ କିଛି ଅଭିନେତା ଓ ଅଭିନେତ୍ରୀ ପ୍ରତି ଲୋକଙ୍କ ଭଲପାଇବା ମଧ୍ୟ ଅଧିକ ରହିଛି। ସେମାନଙ୍କ ମଧ୍ୟରୁ ଚର୍ଚ୍ଚିତ ଏବଂ ଅଧିକ ଜଣାଶୁଣା ଅଭିନେତା ହେଲେ ଅନୁଭବ ମହାନ୍ତି, ଯିଏକି ଏବେ କେନ୍ଦ୍ରାପଡ଼ା ର ସାଂସଦ ଅଛନ୍ତି।ଓଡ଼ିଶାରେ ତାଙ୍କୁ କିଏ ବା ନଜାଣେ।
ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଡାଇଲଗ୍ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତା।ଓଲିଉଡ ର ହ୍ୟାଣ୍ତସମ୍ ଓ ସୁପରଷ୍ଟାର କୁହା ଯାଉଥିବା ଆଗ ଧାଡ଼ିର କଳାକାର ହେଉଛନ୍ତି ଅନୁଭବ।ତେବେ ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା।
ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ସେ।ସେ ସାଂସଦ ହେବା ପାଖରୁ ଏବଂ କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ।ସେ କିଛି ମାସ ଭିତରେ ଅନେକ ଥର ଲାଇଭ ଭିଡିଓ ଜରିଆରେ ଦର୍ଶକ, ପ୍ରଶଂସକ ଙ୍କ ନିକଟତର ହୋଇଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ସେ ତାଙ୍କ ଗାଆଁ କୁ ଯାଇ ତାଙ୍କ ଗାଆଁ ମଝିରେ ଥିବା ଜନଙ୍କର ଏକ ଆମ୍ବ ବଗିଚାରୁ ଆମ୍ବ ତୋଳିବା ର ଦେଖିବାକୁ ମିଳୁଛି।ତେବେ ସୋସିଆଲ ମିଡିଆରେ ତାଙ୍କର ଏହି ଆମ୍ବ ତୋଟାରେ ଆମ୍ବ ତୋଳିବା ର ଭିଡିଓ ରେ ଦେଖିବାକୁ ମିଳିଛି ଯେ ସେ ଗଛକୁ ଚଢ଼ୁଛନ୍ତି ଏବଂ ମଜା ମସ୍ତି କରୁଛନ୍ତି। ଆଉ ଆମ୍ବ ତୋଳି ସାରିବା ପରେ କହୁଛନ୍ତି କି ଯାହାର ବି ଏ ବଗିଚା ତାଙ୍କୁ ମୁଁ ସରି କହୁଛି କାହିଁକି ନା ସେ ନକହି ଆମ୍ବ ତୋଳି ଛନ୍ତି। ଏହାଛଡା ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଯେ ଏତେ ସୁନ୍ଦର ପରିବେଶ ସେ ତିଆରି କରିଛନ୍ତି ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।