ଡାକ୍ତରଙ୍କ ଦାବୀ : ଏପରି ଲୋକଙ୍କ ଠାରେ କରୋନାର ଗମ୍ଭୀର ରୂପ ସହ ମୃତ୍ୟୁ ଆଶଙ୍କା ଅଧିକ, ଜାଣି ରଖନ୍ତୁ ନଚେତ ପସ୍ତେଇବେ

କରନା ର ନୂଆ ଷ୍ଟ୍ରେନ ଏବେ ଏକ ପ୍ରକାର ଭୟ ଖେଳାଇ ଦେଇଛି ସମସ୍ତଙ୍କ ମନରେ। ଯେଉଁ କାରଣରୁ ପୁଣିଥରେ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଏଥିରେ ଲୋକଙ୍କ ଜୀବନ ମଧ୍ୟ ଯାଉ ଥିବାରୁ ଲୋକେ ସାଧାରଣ ଭାବରେ ଭୟଭୀତ ହେବା ସ୍ଵାଭାବିକ। ତେବେ ଏହି ସମୟରେ ସାମ୍ନାକୁ ଆସିଛି ଏକ ଏମିତି ତଥ୍ୟ ଯାହା ସମସ୍ତଙ୍କ ପାଇଁ ଜାଣିବା ନିହାତି ଦରକାର। ଶାରିରୀକ ପରିଶ୍ରମ ଠାରୁ ଦୂରେଇ ରହୁଥିବା ଲୋକ ମାନଙ୍କୁ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହୁଛି।

ଏ ବିଷୟରେ କାଲିଫର୍ନିଆ ୟୁନିଭରସିଟି ସାନଡିଏଗୋର ଅନୁସନ୍ଧାନକାରୀଙ୍କ ସମେତ ବିଭିନ୍ନ ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି। ଆମେରିକାରେ ହୋଇଥିବା ଏକ ଅନୁଧ୍ୟାନ ମୁତାବକ ଦୁଇବର୍ଷ ରୁ ଅଧିକ ସମୟ ଧରି ଶାରିରୀକ ସ୍ତରରେ ନିଷ୍କ୍ରିୟ ଥିବା ବ୍ୟକ୍ତି ମାନଙ୍କ ପାଖରେ ଏହି ସଂକ୍ରମଣ ର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଏହାଛଡା ବ୍ରିଟିଶ ଜର୍ଣ୍ଣାଲ ଅଫ୍ ସ୍ପୋର୍ଟସ୍ ମେଡିସିନ୍ ରେ ପ୍ରକାଶିତ ଏକ ଖବର ରେ ମଧ୍ୟ ଶାରିରୀକ ନିଷ୍କ୍ରିୟତା ସହିତ ଧୂମପାନ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଶାରୀରିକ ଭାବେ ସକ୍ରିୟ ନହେବା ଆଦି ସମସ୍ୟା କୋଭିଡ -୧୯ ର ସଂକ୍ରମଣ ର କାରଣ ବୋଲି କୁହା ଯାଇଛି।

ଏହାଛଡା ଅନ୍ୟ ଏକ ଅଧ୍ୟୟନ ମୁତାବକ ଦୀର୍ଘ ସମୟ ଧରି ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଏବଂ ବିଶେଷକରି ଅତିବାଇଗଣି ରଶ୍ମିର ସଂସ୍ପର୍ଶରେ ଆସିବା ଆଦି କୋଭିଡ -୧୯ ରୁ କମ୍ ମୃତ୍ୟୁ ସହିତ ଜଡିତ ବୋଲି କୁହା ଯାଇଛି। ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ କାରୀଙ୍କ ଅନୁସାରେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଦୀର୍ଘ ସମୟ ଧରି ରହିବା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟରେ ସହାୟକ ହୋଇପାରେ।

ତେଣୁ ଅତିବାଇଗଣୀ ରଶ୍ମିର ପ୍ରଭାବ କୁ ନେଇ ହୋଇଥିବା ଏହି ଅନୁଧ୍ୟାନ ଅନୁସାରେ ବ୍ରିଟିଶ୍ ଜର୍ଣ୍ଣାଲ୍ ଅଫ୍ ଡର୍ମାଟୋଲୋଜିରେ ପ୍ରକାଶିତ ଖବର ଅନୁଯାୟୀ ଉଚ୍ଚ ସ୍ତରର ଅଲଟ୍ରାଭାଇଓଲେଟ୍ କିରଣ ଥିବା ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରେ କରନା ସଂକ୍ରମଣ ରେ ମୃତ୍ୟୁ ସଂଖ୍ୟା କମ୍ ହୋଇଛି।

ତେବେ ରିପୋର୍ଟ୍ ଅନୁସାରେ ଏହି ଅଧ୍ୟୟନ ହୋଇଥିଲା ୨୪୭୪ ଜିଲ୍ଲାର ଅଲଟ୍ରାଭାଇଓଲେଟ୍ ସ୍ତରକୁ ନେଇ। ଯାହା ଆମେରିକାର ମାଳଦ୍ୱୀପରେ କରା ଯାଇଥିଲା ଏବଂ ଏହା ଜାନୁଆରୀରୁ ଏପ୍ରିଲ୍ ୨୦୨୦ ମଧ୍ୟରେ ହୋଇଥିବା ମୃତ୍ୟୁ ସହିତ ତୁଳନା କରି କରା ଯାଇଥିଲା।ତେବେ ବୟସ, ସମ୍ପ୍ରଦାୟ, ସାମାଜିକ- ଆର୍ଥିକ ସ୍ଥିତି, ଜନସଂଖ୍ୟାର ଘନତା, ବାୟୁ ପ୍ରଦୂଷଣ, ତାପମାତ୍ରା ଏବଂ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ସ୍ତରକୁ ଧ୍ୟାନରେ ରଖି ଅନୁସନ୍ଧାନକାରୀ ମାନଙ୍କ ଦ୍ଵାରା ଏହି ଅନୁଧ୍ୟାନ କରା ଯାଇଥିଲା। ସମାନ ଅନୁଧ୍ୟାନ ଇଂଲଣ୍ଡ ଏବଂ ଇଟାଲୀରେ ମଧ୍ୟ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *