ସାରା ବିଶ୍ବରେ କରନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଚିନ୍ତାରେ ପ୍ରଶାସନ। କିଭଳି ଭାବରେ କରନା ର ଏହି କାୟା ରୁ ମଣିଷ ସମାଜକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ତାକୁ ନେଇ ବଢ଼ିଛି ଚିନ୍ତା।ଏକ ପ୍ରକାର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି ସାରା ବିଶ୍ବରେ। କରନା କୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ନିଆ ଯାଉଛି ବିଭିନ୍ନ ପ୍ରକାର ପଦକ୍ଷେପ। ସେହିପରି ଭାବରେ ଏବେ ବ୍ରାଜିଲରେ କରୋନା ସଂକ୍ରମଣ ମଧ୍ୟ ଅତ୍ୟଧିକ ଭାବରେ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଏବେ ବ୍ରାଜିଲ ର ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଯାହା ସରକାରଙ୍କ ତରଫରୁ ବିବାହିତା ପୁରୁଷ ଓ ମହିଳାଙ୍କ ପାଇଁ କୁହା ଯାଇଛି।
ସଂକ୍ରମଣ ର ମାତ୍ରା ବୃଦ୍ଧି ପାଉଥିବାରୁ ସେଠାକାର ମହିଳା ମାନଙ୍କୁ ଏବେ କିଛି ମାସ ପାଇଁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ଏବେ କିଛି ମାସ ଗର୍ଭବତୀ ହେବାରୁ ବଞ୍ଚିତ ରହିବା ମହିଳା ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ସରକାର କହିଛନ୍ତି। କାରଣ ଏବେ ବ୍ରାଜିଲରେ କରୋନା ଭୂତାଣୁର ନୂଆ ରୂପ ଗର୍ଭବତୀ ମହିଳା ମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଛି। ଏହାକୁ ଦୃଷ୍ଟିରେ ରଖି ଏବଂ ମହିଳା ମାନଙ୍କ ସ୍ବାସ୍ଥ୍ୟ କୁ ବିଚାର କରି ଏହି ଭୟାନକ ମହାମାରୀ ଜନିତ ଖରାପ ସମୟ ଅତିକ୍ରାନ୍ତ ନ ହେବା ପର୍ଯ୍ୟନ୍ତ କୌଣସି ବି ମହିଳାଙ୍କୁ ଗର୍ଭଧାରଣ ନ କରିବାକୁ ବାରଣ କରିଛନ୍ତି ବ୍ରାଜିଲ ସରକାର।
ତେବେ ମିଳିଥିବା ସୂଚନା ଅନୁସାରେ ବ୍ରାଜିଲ ଦେଶର ପ୍ରାଥମିକ ସ୍ବାସ୍ଥ୍ୟସେବା ସଚିବ ରାଫାଏଲ କାମାରା ଏନେଇ ଜନ ସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି। ତେବେ ଏହା ମଧ୍ୟ କୁହା ଯାଇଛି ଯେ ଏହି ପରାମର୍ଶ ୪୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷୀୟ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ ବରଂ ଏହା ଯୁବ ମହିଳାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ବୋଲି କୁହା ଯାଇଛି। କାରଣ ସେମାନେ ଏଥିପାଇଁ କିଛିଦିନ ଅପେକ୍ଷା କରି ପାରିବେ। ଫଳରେ ସେମାନଙ୍କ ପାଇଁ କୌଣସି ବିପଦ ନାହିଁ। ଏନେଇ ରାଫାଏଲ କାମାରା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆପଣ ଜାଣିଛନ୍ତି ଏହି ଦେଶରେ କିପରି ହୁ ହୁ ହୋଇ ବଢ଼ି ଚାଲିଛି କରନା ଆକ୍ରାନ୍ତ ଙ୍କ ସଂଖ୍ୟା।
ଆଉ ଏଥିପାଇଁ କରନା ସଂକ୍ରମଣ କାରଣରୁ ହୋଇଥିବା ମୃତ୍ୟୁରେ ଆମେରିକା ପରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ସୂଚନା ଅନୁସାରେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୩୮ କୋଟିରୁ ଅଧିକ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩,୬୮,୭୪୯ ରେ ପହଞ୍ଚି ଯାଇଛି। ଯାହା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି। ତେଣୁ ଏହାକୁ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।ଆଉ ସେସବୁ ଭିତରେ ସରକାରଙ୍କ ଏଭଳି ଏକ ପଦକ୍ଷେପ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।