୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।
ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି ଏବେ ପୁଣି ଜଣେ ଓଡ଼ିଆ ଅଭିନେତା ମୃତ୍ୟୁ ବରଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ ;
କୁହାଯାଏ ଭାରତ ହେଉଛି ଏକ କଳା ଓ କଳାକାର ମାନଙ୍କ ଦେଶ। ଅନେକ କଳାକାର ମାନେ ଏହି ଭାରତ ଭୂମୀ ରେ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ କଳାକାର ଆମକୁ ଏହି ଦୁଇ ବର୍ଷ ରେ ଛାଡି ଚାଲି ଯାଇଛନ୍ତି । ସେହିପରି ଏକ ବଳିଷ୍ଠ କଳାକାର ଆମକୁ ଆଜି ଛାଡ଼ି ଚାଲି ଯାଇଛନ୍ତି ଯାହା ଆମ ପାଇଁ ଏକ ଦୁଃଖର ବିଷୟ । ତେବେ କଳାହାଣ୍ଡି ସ୍ଥିତ ଲେଖକ , ନିର୍ଦ୍ଦେଶକ ତଥା ଏକାଡେମୀ ପୁରସ୍କାର ବିଜେତା ବଦ୍ରି ନାରାୟଣ ମହାପାତ୍ର।
ଖୁବ୍ ଚଳଚ୍ଚିତ୍ର ରେ ଅଭିନୟ କରି ଥିଲେ ସମର୍ପଣ , ଜନ୍ମଦାତା ଆଦି ଚଳଚ୍ଚିତ୍ର ରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ଲୋକ ମାନଙ୍କ ହୃଦୟ ରେ ଏକ ବିଶେଷ ସ୍ଥାନ ଅଧିକାର କରି ପାରିଥିଲେ ବଦ୍ରି ନାରାୟଣ ମହାପାତ୍ର। କେବଳ ଚଳଚ୍ଚିତ୍ର କାହିଁକି ଅନେକ ନାଟକ ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ନାଟକ ମଞ୍ଚ ରେ ଲୋକ ମାନଙ୍କ ହୃଦୟ ମାନଙ୍କୁ ବେଶ୍ ଛୁଇଁ ଥିଲା । ନାଟକ ଦ୍ଵାରା ସେ ଅନେକ ଙ୍କ ମନ କିଣିଥିଲେ । ଏହା ସହିତ ସମର୍ପଣ ଚଳଚ୍ଚିତ୍ର ରେ ଅଭିନୟ କରି ସେ ଏକାଡେମୀ ପୁରସ୍କାର ଦ୍ଵାରା ସମ୍ମାନିତ ହୋଇ ଥିଲେ ।
ତାଙ୍କର ଏହି ଫିଲ୍ମ୍ ରେ ତାଙ୍କର ନାୟିକା ସାଜି ଥିଲେ ତନ୍ଦ୍ରା ରାୟ । ତେବେ ୮୫ ବର୍ଷ ବୟସ ରେ ବୁର୍ଲା ରେ ଏକ ହସ୍ପିଟାଲ୍ ରେ ମୃତ୍ୟୁ ବରଣ କରିଛନ୍ତି ମହାନ୍ କଳାକାର ବଦ୍ରି ନାରାୟଣ ମହାପାତ୍ର । ଜନ୍ମଦାତା ପରି ଏକ ସୁପର୍ ହିଟ୍ ଫିଲ୍ମ୍ ରେ ଅଭିନୟ ମଧ୍ୟ କରିଥିଲେ ଏହି ମହାନ୍ କଳାକାର ବଦ୍ରି ନାରାୟଣ ମହାପାତ୍ର। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଥିବା ଏହି ମହାନ୍ କଳାକାର ବଦ୍ରି ନାରାୟଣ ମହାପାତ୍ର ୮୩ ବର୍ଷ ବୟସ ରେ ମୃତ୍ୟ ବରଣ କରିଛନ୍ତି। ତାଙ୍କ ବିୟୋଗ ରେ ସମ୍ପୂର୍ଣ ଓଡିଆ ଚଳଚ୍ଚିତ୍ର ଜଗତ ରେ ଶୋକ ର ଛାୟା ଖେଳି ଯାଇଛି ।
ଲୋକ ମାନେ ତାଙ୍କର ଅବଦାନ କୁ ବହୁତ୍ ଝୁରୁ ଅଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।