ଭୂଲରେ ମଧ୍ୟ ଏହି ୪ଟି ଜିନିଷ ପଛରେ ଦୌଡନ୍ତୁ ନାହିଁ,ନଚେତ ପରେ ପସତେଇବେ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଜୀବନରେ ସଫଳ ହେବାକୁ ହେଲେ ଜ୍ଞାନୀ ଗୁଣି ମହାତ୍ମା ଙ୍କ ଉପଦେଶ କୁ ଅନୁସରଣ କରିବାକୁ ହୁଏ । ମହାଭାରତର ରାଜା ଧୃତରାଷ୍ଟ୍ରଙ୍କର ପରାମର୍ଶ ଦାତା ବିଦୁର ଜୀ  ଜଣେ ଜ୍ଞାନୀଗୁଣି ବ୍ୟକ୍ତି ଭାବେ ଖୁବ୍‌ ଜଣାଶୁଣା। ତାଙ୍କର ନୀତି ଗୁଡ଼ିକ ରାଜଧର୍ମ ଓ ଧର୍ମନୀତିର ବ୍ୟାବହାରିକ ଭାବେ ବିବେଚିକ । ତାଙ୍କର ଧର୍ମ ନିଷ୍ଠା କାରଣରୁ ତାଙ୍କୁ ମହାତ୍ମା ବିଦୁର କୁହାଯାଏ । ବିଦୁରଙ୍କର ଅନେକ ଗୁଡ଼ିଏ ନୀତି ଅଛି , ଯେଉଁଥିରେ ସେ ସେହି ମୋହ ବା ଭାବ ବିଷୟରେ କହିଛନ୍ତି , ଯେଉଁଥିରେ ପଡ଼ିଲେ ମନୁଷ୍ୟର ଅଧୋଗତି ସୁନିଶ୍ଚିତ ହୋଇଥାଏ । ଆସନ୍ତୁ ସେହି ବିଦୁର ନୀତି ବିଷୟରେ ଜାଣିବା ।

ମହାତ୍ମା  ବିଦୁର କୁହନ୍ତି ବ୍ୟକ୍ତିକୁ ନିଜର ପୁରୁଷାର୍ଥ ତଥା କର୍ମ କ୍ଷେତ୍ରରେ କିଛି ମୋହ ବା ଭାବ ତାକୁ ବିଗାଡ଼ିଥାନ୍ତି । ଏଥିପାଇଁ ମନୁଷ୍ୟକୁ ଏମିତି ମୋହରୁ ରକ୍ଷା ପାଇବା ଉଚିତ୍‌ । ଯଦି ସେ ଏମିତି ଭାବରୁ ନିଜକୁ ବଞ୍ଚାଇ ପାରନ୍ତି ତ ତାଙ୍କୁ ବୁଦ୍ଧିମାନ କୁହାଯାଏ ।bidur

୧-କ୍ରୋଧ ବା ବିରକ୍ତି ଭାବ ମନୁଷ୍ୟକୁ ପାଗଳ କରିଦିଏ। ଏହି ସ୍ଥିତିରେ ବ୍ୟକ୍ତି କଣ କରେ , ତାକୁ କିଛି ଜଣାପଡେ ନାହିଁ। ଏଥିପାଇଁ କ୍ରୋଧ ଆପଣଙ୍କର ବୁଦ୍ଧିର ସବୁଠୁ ବଡ଼ ଶତ୍ରୁ । ଏହା ଠାରୁ ରକ୍ଷା ପାଇବା ଉଚିତ୍ ।

୨- ଆନନ୍ଦ ଅର୍ଥାତ୍‌ ଅତି ଉତ୍ସାହିତ ହେବା , ଏହା ବି ମନୁଷ୍ୟ ପାଇଁ ହାନିକାରକ । ଅତ୍ୟନ୍ତ ଖୁସିରେ ବ୍ୟକ୍ତି ନିଜର ମାନସିକ ସନ୍ତୁଳନ ହରେଇ ବସେ ।  ସେ ଅତି ମୋହରେ ପଡ଼ି ଭୁଲ୍‌ ନିର୍ଣ୍ଣୟ ନେଇ ପାରେ । ଏଥିପାଇଁ ଏହା ବି ମନୁଷ୍ୟର ବୁଦ୍ଧିକୁ ଭ୍ରଷ୍ଟ କରିବାର କାରକ ସାଜିପାରେ ।

୩-ବିନୟ ଭାବ । ଚତୁର ଲୋକ ଆପଣଙ୍କ ଠାରୁ ନିଜର କାମ ବାହାର କରିବା ପାଇଁ  ଆପଣଙ୍କର ଖୋସାମଦ କରନ୍ତି ଏବଂ ଏହି ଖୋସାମଦ କାରଣରୁ ମନୁଷ୍ୟ ଭୁଲ୍‌ ନିଷ୍ପତ୍ତି ନେଇଯାଏ ।bi

୪-ସ୍ୱୟଂର ପୂଜା ଭାବ – ମହାତ୍ମା ବିଦୁର କହନ୍ତି ସ୍ୱୟଂର ପୂଜା ଭାବ ବି ବ୍ୟକ୍ତିର ମନ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । ସେ ପୂଜ୍ୟ ଭାବ କାରଣରୁ ଭୁଲ୍‌ ନିଷ୍ପତ୍ତି  ନେଇଥାଏ । ବାସ୍ତବରେ ଇଶ୍ୱର ହିଁ ସର୍ବଶ୍ରେଷ୍ଠ , ଆଉ ସବୁ ତାଙ୍କର କୃତି । ବିଦୁର ପବିତ୍ରତା ଭାବକୁ  ଭୁଲ୍ ଦର୍ଶାଇଛନ୍ତି । ଏହି କାରଣରୁ ଆମେ ପରସ୍ପରର ବିରୋଧରେ ହୀନତାର ଭାବ ପୋଷଣ କରିଥାଉ ଏବଂ  ଅନ୍ୟକୁ ନିଜ ଠାରୁ ନିଚ୍ଚ ଭାବିଥାନ୍ତି ।

ମହାତ୍ମା ବିଦୁରଙ୍କ ଅନୁସାରେ ଉପରୋକ୍ତ ଭାବ ଯେଉଁ ସବୁ ମନୁଷ୍ୟକୁ ଆକର୍ଷିତ କରିନଥାଏ , ବାସ୍ତବରେ ସେ ହିଁ ପ୍ରକୃତ ବୁଦ୍ଧିମାନ ପଦବାଚ୍ୟ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ। ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *