ପୁଣି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ଯେଉଁ ଘଟଣାରେ ନିଜ ପ୍ରେମିକା ନାମରେ ଅଭିଯୋଗ ଆଣିଛନ୍ତି ପ୍ରେମିକ।ସେ ଅଭିଯୋଗ ପୁଣି ମାନସିକ ନିର୍ଯାତନା ର। ପ୍ରେମିକା ତାଙ୍କ ପ୍ରେମିକ କୁ ମାନସିକ ସ୍ତରରେ ନିର୍ଯାତନା ଦେବା ଘଟଣା ସାମ୍ନାକୁ ଆସିବା ପରେ ପ୍ରେମିକ ର ଅଭିଯୋଗ କୁ ଭିତ୍ତି କରି ଯେତେବେଳେ ପ୍ରେମିକା କୁ ଏ ବିଷୟରେ ପଚରା ଉଚରା କରା ଯାଇଛି ସେତେବେଳେ ପ୍ରେମିକା ଏହାର ଭିନ୍ନ ଜବାବ୍ ଦେଇଛନ୍ତି।ସେ ଏ କଥାକୁ ଅସ୍ବୀକାର କରିବା ସହିତ ତାଙ୍କର ଏଥିରେ କୌଣସି ଭୁଲ୍ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ ଅଭିଯୋଗ କରିଛନ୍ତି ସେ ନୁହେଁ ବରଂ ପ୍ରେମିକ ଜଣଙ୍କ ତାଙ୍କ ସହିତ ଏମିତି କିଛି କାମ କରୁଥିଲେ ଯାହା ତାଙ୍କୁ ଧୋକା ଦେବା ଭଳି ଅଟେ।
ତେବେ ଆମେ ଆପଣଙ୍କୁ କହୁଥିବା ଏହି ଘଟଣା ଟି ହେଉଛି ଜୟପୁର ଅଞ୍ଚଳର। ଏଠାରେ ପ୍ରେମିକ ଓ ପ୍ରେମିକା ଭିତରେ ହୋଇଥିବା ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଛି। ପ୍ରେମିକା ଜଣଙ୍କ କହିଛନ୍ତି ଆମେ ୫ ବର୍ଷ ହେଲା ଥିଲୁ, ସାଙ୍ଗ ହେଇକି ସେ ଏମିତି କରିବ ବୋଲି ମୁଁ ଜାଣି ନଥିଲି।ସେ ଯାହା କରୁଛି ମୋ ଜାଗାରେ ଜିଏବି ଥାଆନ୍ତା ଆତ୍ମହତ୍ୟା କରି ଦେବାକୁ ବାଧ୍ୟ ହୁଅନ୍ତା। ମୋ ପରି ଆଉ ଦୁଇ ଜଣ ଝିଅଙ୍କ ସହିତ ମଧ୍ୟ ସେ ଏମିତି ଆଗରୁ ଧୋକା କରି ସାରିଛି ବୋଲି ଯୁବତୀ ଜଣଙ୍କ କହିଛନ୍ତି।
ପୁଅଟି ତାଙ୍କ ପଛରେ ପଡ଼ିଥିଲା ବୋଲି ଯୁବତୀଙ୍କ କହିବା କଥା। ଏହାଛଡା ସେ ପୁଅଟି ଯୁବତୀଙ୍କ ମୋବାଇଲ୍ ମଧ୍ୟ ବ୍ୟବହାର କରୁଥିଲା। ତେଣୁ କଣ କଣ ସେ ଏଡିଟିଙ୍ଗ କରି ନଥିବ ବୋଲି ମାନେ କଣ। ଏବେ ୩ ମାସ ହେଲା ଯୁବତୀ ଜଣଙ୍କ ସହିତ ପୁଅଟି ଏମିତି ଠକାମୀ କରୁଛି ବୋଲି ଯୁବତୀ ଙ୍କ ଅଭିଯୋଗ। ତେବେ ଯୁବକ ଜଣଙ୍କ ତାଙ୍କୁ ବିବାହ କରିବେ ବୋଲି କହି ବାରମ୍ବାର ଠକି ଛନ୍ତି ଏଵଂ ତାଙ୍କର ବିବାହ କୁ ନେଇ ସେ ରାଜି ଥିବା ସତ୍ବେ ବାରମ୍ବାର ସେ ଏବେ ସେବେ ଏମିତି କହି ତାଙ୍କ ସହିତ ଠକାମୀ କରିଛନ୍ତି। ଘରକୁ ଯାଇ ପରିବାର ଲୋକଙ୍କ ସହ ଦେଖା କରିବ କହି ମଧ୍ୟ ତାହା ସମ୍ଭବ ହୋଇ ପାରିଲା ନାହିଁ।
ସେ ଗୋଟିଏ ଝିଅ ହୋଇ ଆଉ ଆଉ ଗୋଟିଏ ଝିଅକୁ କେମିତି ଖୁସି କରେଇବ। ତାର ଏମିତି ଅନ୍ୟ ମାନଙ୍କ ସହ ସମ୍ପର୍କ ରହିଛି। ସେ ଆଦୌ ଭଲ ମଣିଷ ନୁହେଁ। ମୁଁ ନ୍ୟାୟ ରେ ରହିଛି ତେଣୁ ସେ ଯୁଆଡେ ଅଭିଯୋଗ କରିବା କଥା କରନ୍ତୁ ବୋଲି କହିଛନ୍ତି ପ୍ରେମିକା।ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ସେ କିଛି କରି ନାହାନ୍ତି ବୋଲି ନିଜେ ଗଣମାଧ୍ୟମ ରେ କହିଛନ୍ତି ଉକ୍ତ ଯୁବତୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।