ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଚତୁର ପ୍ରଶ୍ନ ଉତ୍ତର ।
ଆଶା କରୁଛୁ ଏହା ଆପଣଙ୍କୁ ଖୁବ ପସନ୍ଦ ଆସିବ। ଏହି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଟିକେ କଷ୍ଟ ହୋଇପାରେ। ଏହାକୁ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ଏହି ପ୍ରଶ୍ନ ବେଳେ ବେଳେ ବିଭିନ୍ନ ପ୍ରବେଶିକା ପରୀକ୍ଷା ରେ ପଚରା ଯାଏ। କିଛି ଲୋକ ବେଳେ ବେଳେ ଏମିତି ପଚାରି ଆମର ବୁଦ୍ଧି କୁ ପରୀକ୍ଷା କରିଥାନ୍ତି। ବିଭିନ୍ନ ସାକ୍ଷାତକାର ରେ ମଧ୍ୟ ଏହି ପ୍ରଶ୍ନ ପଚରା ଯାଏ ।
ପ୍ରଶ୍ନ୧.ଆଖି ଥିଲେ ବି ଅନ୍ଧ?
ଉତ୍ତର-ମୁର୍ଖ ଲୋକ ।
ପ୍ରଶ୍ନ୨.ନ ରୁ ଆରମ୍ଭ ନ ରେ ଶେଷ,ଦେଖୁଥାଏ ସର ଦୁନିଆ ଦୃଶ୍ୟ?
ଉତ୍ତର-ନୟନ
ପ୍ରଶ୍ନ୩.ପବନ ଖାଇଲେ କିଏ ମରେ?
ଉତ୍ତର-ଝାଳ
ପ୍ରଶ୍ନ୪.ମା କୁ ଛୁଇଁଲେ କିଏ ମରେ?
ଉତ୍ତର-ଲୁଣ
ପ୍ରଶ୍ନ୫.ପଡେ କିନ୍ତୁ ନିଆଁ ନୁହେଁ?
ଉତ୍ତର-ଲଙ୍କା।
ପ୍ରଶ୍ନ୬.ମନ କଲେ ବି ଆମ ସାଙ୍ଗ ଛାଡେ ନି?
ଉତ୍ତର- ଛାଇ
ପ୍ରଶ୍ନ୭.ପାଣି ଢାଳିଲେ ବି ସେ ଗରମ ହୁଏ,ସେ କଣ?
ଉତ୍ତର-ଆମ ମୁଣ୍ଡ
ପ୍ରଶ୍ନ୮.ମୃତ୍ୟୁ ପରେ ବି ସେ ଠିଆ ହୋଇ ପାରେ?
ଉତ୍ତର-ଗଛ
ପ୍ରଶ୍ନ୯.ଚଳେଇଲେ ଚାଲେ କିନ୍ତୁ ଆଗକୁ ଯାଇ ପାରେନା?
ଉତ୍ତର-ପଙ୍ଖା
ପ୍ରଶ୍ନ୧୦.କିଏ ସବୁବେଳେ ଉଡୁଥାଏ କିନ୍ତୁ ଜାଗା ଛାଡେନି?
ଉତ୍ତର-ପତାକା
ପ୍ରଶ୍ନ୧୧.କାହାର ଆଖି ଅଛି କିନ୍ତୁ ଦେଖି ପାରେନା?
ଉତ୍ତର-ନଡ଼ିଆ
ପ୍ରଶ୍ନ୧୨.କାହାର ଦାନ୍ତ ଅଛି କିନ୍ତୁ କାମୁଡି ପାରେନା?
ଉତ୍ତର-ପାନିଆ
ପ୍ରଶ୍ନ୧୩.ଭଙ୍ଗା ହେକେ ବି ସେ ଗୋଟିଏ,ସେ କଣ?
ଉତ୍ତର-ଖିଲି ପାନ।
ପ୍ରଶ୍ନ୧୪.ପଥର ହେଲେ ବି ମୁଁ ପାଣି?
ଉତ୍ତର-କୁଆପଥର
ପ୍ରଶ୍ନ୧୫.ମୁଁ ସବୁଠାରେ କିନ୍ତୁ ମତେ କେହି ଧରି ପାରନ୍ତି ନାହିଁ?
ଉତ୍ତର-ପବନ
ପ୍ରଶ୍ନ୧୬.କାହାକୁ ଟାଣିଲେ ଛୋଟ ହୁର?
ଉତ୍ତର-ବିଡି ଓ ସିଗାରେଟ
ପ୍ରଶ୍ନ୧୭.ଖାଇଲେ କିଏ ମରେ?
ଉତ୍ତର-ଭୋକ
ପ୍ରଶ୍ନ୧୮.କାହାକୁ ଦାନ କଲେ ବଢେ,ରଖିଲେ ନଷ୍ଟ ହୁଏ?
ଉତ୍ତର-ବିଦ୍ୟା।
ପ୍ରଶ୍ନ୧୯.ଦିନରେ ଶୁଏ, ହେଲେ ମଜୁରୀ ନିଏ,ସେ କିଏ?
ଉତ୍ତର-ରାତ୍ର ଜଗୁଆଳି ବା ଚୌକିଦାର
ପ୍ରଶ୍ନ ୨୦. କାହାର ମୁଣ୍ଡ ନାହିଁ କି ଗଣ୍ଡି ନାହିଁ କିନ୍ତୁ ସିଏ ମଣିଷ କୁ ଗିଳିଦିଏ?
ଉତ୍ତର – ଶାର୍ଟ
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।