Dr. CHINMAYEE KAR – ଛୁଆ ପିଲା ହେଉନି କି ? ଜାଣନ୍ତୁ କ’ଣ କରିବେ ଯାହାଦ୍ବାରା ଆପଣ ଗର୍ଭବତୀ ହୋଇପାରିବେ ୧୦୦% ଗ୍ୟାରେଣ୍ଟି

ବିବାହ ପରେ ଯେତେବେଳେ ଜଣେ ନାରୀ ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରିଥାଏ ସେତେବେଳେ ତାର ଜୀବନରେ ପୂର୍ଣ୍ଣତା ଆସିଥାଏ।ତେବେ ଏଥିପାଇଁ ସ୍ବାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥାନ୍ତି ଏକ ମହାନ୍ ଉଦ୍ଦେଶ୍ୟ ନେଇ ଯେ ସେମାନେ ଆଉ ଏକ ଜୀବକୁ ସୃଷ୍ଟି କରିବାକୁ ଯାଉଛନ୍ତି ଏବଂ ଏ ଦୁନିଆର ଆଲୋକ ଦେଖାଇବାକୁ ଯାଉଛନ୍ତି।ତେବେ ଦୁର୍ଭାଗ୍ୟ ବଶତଃ ବହୁତ ଜଣ ଦମ୍ପତି ବାପା ମାଆ ହେବାର ସୋୖୖଭାଗ୍ୟ ଅର୍ଜନ କରି ପାରି ନଥାନ୍ତି। ଏଥିପାଇଁ ବହୁତ ସମୟରେ ପରିବାର ଲୋକେ ସନ୍ତାନ ସନ୍ତତି ନହେବା କାରଣରୁ ବୋହୂକୁ ଦାୟୀ ମଧ୍ୟ କରିଥାନ୍ତି ଏବଂ ଦୋଷ ମଧ୍ୟ ଦେଇଥାନ୍ତି। ଏଥିପାଇଁ କିଛି ଦମ୍ପତ୍ତି ବହୁତ ଚିନ୍ତାରେ ମଧ୍ୟ ରହିଥାନ୍ତି।ତେବେ କିଛି କାରଣ ପାଇଁ ଜଣେ ମହିଳା ଗର୍ଭବତୀ ହୋଇ ପାରି ନଥାଏ।

ପ୍ରଥମେ ଏହାର କାରଣ ଜାଣିବା ଦରକାର୍। ଫଳରେ ଆପଣ ଏସବୁ ପ୍ରତି ସଚେତନ ହେଲେ ଗର୍ଭବତୀ ହେବାର ସମ୍ଭାବନା ରହିବ। ଆସନ୍ତୁ ଜାଣିବା ସେହି ସବୁ କଥା ବିଷୟରେ।

୧)ଡାଇବେଟିସ, ଥାଇରଏଡ଼ ର ପରୀକ୍ଷା କରନ୍ତୁ- ସ୍ବାମୀ ସ୍ତ୍ରୀ ଉଭୟ ଶାରୀରିକ ସଂପର୍କ ସ୍ଥାପନ ପୂର୍ବରୁ ବା ସନ୍ତାନ ସନ୍ତତି ପାଇଁ ଇଛୁକ ହେବା ପରେ ଏହି ଦୁଇ ସ୍ବାସ୍ଥ୍ୟ ପରୀକ୍ଷା ନିହାତି କରନ୍ତୁ।

୨)ଅନିୟମିତ ମାସିକ ଋତୁସ୍ରାବ- ଏହି ସମସ୍ୟାକୁ ସମାଧାନ କରନ୍ତୁ।ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରନ୍ତୁ।

୩) ଓଜନ କୁ ନିୟନ୍ତ୍ରଣରେ ରଖନ୍ତୁ-ସ୍ବାମୀ ସ୍ତ୍ରୀ ଙ୍କ ର ଅଧିକ ଓଜନ ବଢିବା ଏବଂ ଚର୍ବି ହେବା କାରଣରୁ ମଧ୍ୟ ଅଧିକାଂଶ ସମୟରେ ସେମାନେ ପ୍ରଜନନ କ୍ଷମତା ହରାଇ ବସନ୍ତି। ତେଣୁ ଏସବୁ ସମସ୍ୟା ପାଇଁ ଆପଣ ଡାକ୍ତରଙ୍କ ନିକଟକୁ ଯାଇ ଉଚିତ୍ ଚିକିତ୍ସା ପଦ୍ଧତି କୁ ଆପନାନ୍ତୁ ଏବଂ ନିଜକୁ ସୁସ୍ଥ ରଖିବାକୁ ପ୍ରଥମେ ଚେଷ୍ଟା କରନ୍ତୁ।

୪) ଶାରିରୀକ ସମ୍ପର୍କ ସ୍ଥାପନ କରିବାର ସଠିକ୍ ଦିନ ଜାଣନ୍ତୁ- ମହିଳାଙ୍କ ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ଭାବରେ ୫ ଦିନ ଶାରୀରିକ ସମ୍ବନ୍ଧ ଦ୍ବାରା ଜଣେ ମହିଳା ମା ହୋଇଥାନ୍ତି।ତେଣୁ ଆପଣ ଏହାକୁ ଅନୁସରଣ କରନ୍ତୁ।

୫)ପୁରୁଷ ନିଜର ସ୍ପର୍ମ ଟେଷ୍ଟ କରନ୍ତୁ- ଅଧିକ ତାପମାତ୍ରା ଥିବା ସ୍ଥାନରେ ରହୁଥିବା ଅଧିକ ଅନିଦ୍ରା ରହୁଥିବା ପୁରୁଷଙ୍କ ପାଖରେ ସ୍ପର୍ମ ଦୁର୍ବଳ ହୋଇଥାଏ ଯାହା ସ୍ତ୍ରୀକୁ ଗର୍ଭବତୀ ହେବାକୁ ରୋକିଥାଏ।

୬) ଓଭାରୀ ଜନିତ ରୋଗ ବା POCS ରୋଗର ଚିକିତ୍ସା କରନ୍ତୁ- ଏହାଦ୍ଵାରା ଓଭାରୀ ବା ଗର୍ଭାଶୟ ବଡ଼ ହେବା କାରଣରୁ ମହିଳା ଗର୍ଭବତୀ ହୋଇପାରି ନଥାନ୍ତି।

୭) ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ- ଯେହେତୁ ଏସବୁ ଶରୀରର ପ୍ରଜନନ କ୍ଷମତାକୁ ହ୍ରାସ କରେ, ତେଣୁ ଏଥିରୁ ଦୂରେଇ ରୁହନ୍ତୁ ଏବଂ ଗର୍ଭ ଧାରଣ କରିବାର ୩ ମାସ ପୂର୍ବରୁ ଗର୍ଭ ନିରୋଧକ ବଟିକା ର ସେବନ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *