ଦେଖନ୍ତୁ ଭିଡ଼ିଓ – ଚତୁର୍ଥୀ ରାତିରୁ ତୋର ସ୍ତ୍ରୀ ସମ୍ଭାଳିବାର ଅକାତ ନାହିଁ ତୁ କ’ଣ ମୋତେ….

ବନ୍ଧୁଗଣ ଆଜିର ଦୁନିଆରେ ଅନେକ ସମୟରେ ଆପଣ ଶୁଣିବାକୁ ପାଉ ଥିବେ ଯେ ବିବାହ ବିଚ୍ଛେଦ କିପରି ଭାବରେ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଏକ ବିଶାଳ ପାଚେରୀ ସ୍ୱରୂପ ଛିଡ଼ା ହେଉଛି। କେହି ଏହାକୁ ଭଲ ଭାବରେ ଗ୍ରହଣ କରି ନିଜ ଜୀବନକୁ ଆଗକୁ ବଢାଇ ନେବାକୁ ଚାହୁଁଥିବା ବେଳେ ଆଉ କେହି କେହି ଏହାକୁ ସହଜରେ ଗ୍ରହଣ କରି ନପାରି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବା ସହିତ ହଇରାଣ ହରକତ ମଧ୍ୟ କରିଥାନ୍ତି। କିନ୍ତୁ ବାସ୍ତବରେ ସ୍ବାମୀ ଏବଂ ସ୍ତ୍ରୀ ଙ୍କ ସମ୍ପର୍କ ସବୁବେଳେ ନୈତିକତା ପୂର୍ଣ୍ଣ ଏବଂ ବିଶ୍ୱାସ ଓ ଭରସାରେ ହିଁ ମଜବୁତ୍ ହୋଇଥାଏ ବୋଲି କୁହାଯାଏ।

କାରଣ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯେତିକି ମଧୁରତା ଏବଂ ଭଲପାଇବା ରହିଥାଏ ସେମାନଙ୍କ ମଧ୍ୟରେ ସେହି ଅନୁସାରେ ମନ ମାଳିନ୍ୟ, ତିକ୍ତତା ସୃଷ୍ଟି ହେବା ଏବଂ ଅଭିମାନ କରିବା ଭଳି କଥା ମଧ୍ୟ ଆସିଥାଏ। ଏମିତି କୌଣସି ସମ୍ପର୍କ ନାହିଁ ଯେଉଁ ବୈବାହିକ ସମ୍ପର୍କରେ କେବେ ତିକ୍ତତା ଆସିନାହିଁ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ।ଏହା ଏକ ସ୍ୱାଭାବିକ କଥା। ଭଲପାଇବା ଭିତରେ ଅଭିମାନ ଏବଂ ଛୋଟ ଛୋଟ ଝଗଡ଼ା ସମ୍ପର୍କ କୁ ଆହୁରି ମଜବୁତ୍ କରିଥାଏ ଏବଂ ପ୍ରେମର ଗଭୀରତା କୁ ବି ପ୍ରଦର୍ଶନ କରିଥାଏ। କିନ୍ତୁ ଅନେକ କିଛି କାରଣରୁ ଏହି ମଧୁର ସମ୍ପର୍କ ରେ ଆସିଥାଏ ତିକ୍ତତା।

ସେହିଭଳି ଅନେକ ଘଟଣା ଆପଣ ପ୍ରତିଦିନ ଦେଖିବାକୁ ପାଉଥିବା ବେଳେ ଏବେ ମଧ୍ୟ ସାମ୍ନାକୁ ଏକ ଅନୁରୂପ ଘଟଣା ଆସିଛି।ଏହି ଘଟଣା ଟି ଘଟିଛି ଭୁବନେଶ୍ୱର ରେ। ଏଠାରେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯିଏକି ତାଙ୍କ ସହ ପ୍ରତାରଣା କରିଛନ୍ତି। ବିବାହ ର ପରବର୍ତ୍ତୀ ଦିନରୁ ସେ ତାଙ୍କ ସହ ଧୋକା କରିଛନ୍ତି ଏବଂ ତାଙ୍କୁ ସାଂସାରିକ ଜୀବନ ପ୍ରତି ଇଚ୍ଛା ନଥିବା କହି ସମୟ ମାଗିବା ସହିତ ବାହାଘର ପରେ ତାଙ୍କ ଠାରୁ ଦୂରରେ ରହୁଥିଲେ। ମହିଳାଙ୍କ ପ୍ରତି ଘରେ ହେଉଥିବା ଖରାପ୍ ବ୍ୟବହାର ପ୍ରତି ମଧ୍ୟ ସବୁକିଛି ଜାଣି ଧ୍ୟାନ ଦେଇ ନାହାନ୍ତି। ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀଙ୍କ ଭିଣୋଇ ତାଙ୍କ ଘରକୁ ଆସୁଥିବା ବେଳେ ତାଙ୍କୁ ଖରାପ୍ ଇଙ୍ଗିତ କରିବା ସହିତ ଖରାପ୍ ମେସେଜ ମଧ୍ୟ କରିଥାନ୍ତି।

ଆଉ ସ୍ତ୍ରୀ ଯେତେବେଳେ ସ୍ବାମୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ସେତେବେଳେ ସ୍ବାମୀ ଏସବୁ କଥାକୁ ଏଡାଇ ଦେଇଥିଲେ। ବାପା ମାଆ ଙ୍କ ଖୁସି ପାଇଁ ତାଙ୍କ ସ୍ବାମୀ କେବଳ ବିବାହ କରିଥିଲେ। ବର୍ଷକ ପରେ ପିଲାବି ହେଲା। କିନ୍ତୁ ପାରିବାରିକ ଅଶାନ୍ତି, ଭୁଲ୍ ବୁଝାମଣା ପରେ ବିବାହ ଉଚ୍ଛେଦ ପାଇଁ ରାଜି ଥାଇ ମଧ୍ୟ ବାରମ୍ବାର ସ୍ବାମୀ ତାରିଖ ଏଡାଇ ଆସୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ। ସେଥିପାଇଁ ସେ ନ୍ୟାୟ ପାଇଁ ମହିଳା କମିଶନ ଙ୍କ ସହଯୋଗ ମଧ୍ୟ ନେଇଛନ୍ତି। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେ ଯାହାକୁ ଛାଡିବେନି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *