କଣ ଆପଣଙ୍କ ଘରେ ଅଛନ୍ତି ଏହି ପିମ୍ପୁଡି? ଜାଣି ନିଅନ୍ତୁ ଏହି ରହସ୍ୟ କଥା,ମିଳିଥାଏ ଏପରି ସଂକେତ

ents

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ଆମେ ମାନେ ନିତିଦିନ ଖାଉଥିବା ଖାଦ୍ୟ ରୁ କିଛି ଖାଦ୍ୟ ଯଦି ପଶୁପକ୍ଷୀ ମାନଙ୍କୁ ଦେଇଥାନ୍ତି, ତେବେ ଏହାର ଶୁଭ ଫଳ ଆପଣଙ୍କୁ ମିଳିଥାଏ, ଏହା ଦ୍ବାରା ଆପଣ ସର୍ବଦା ସୁଖ ଶାନ୍ତି ରେ ଜୀବନ କାଟିଥାନ୍ତି, ତେଣୁ ଚାଲନ୍ତୁ ଜାଣିବା କେଉଁ କେଉଁ ପଶୁପକ୍ଷୀ ବା ଜୀବଜନ୍ତୁ ମାନଙ୍କୁ ଖାଇବାକୁ ଦେବା ଦ୍ବାରା ଆପଣଙ୍କ ର ଉନ୍ନତି ହେବା ସହ ଘରର ସମୃଦ୍ଧି ମଧ୍ୟ ବଢ଼ିଥାଏ ।

ଆପଣ ମାନେ କଣ କେତେବେଳେ ପିମ୍ପୁଡ଼ି କିମ୍ବା ଚଢ଼େଇ ମାନଙ୍କୁ ଖାଇବାକୁ ଦେଇଛନ୍ତି? ଯଦି ଦେଉଛନ୍ତି ଏହା ବହୁତ୍ ଭଲ କଥା, ଆଉ ଯଦି ଆପଣ ପିମ୍ପୁଡ଼ି କିମ୍ବା ଚଢ଼େଇ ମାନଙ୍କୁ ଖାଇବାକୁ ଦେଇ ନାହାଁନ୍ତି, ତେବେ ଖାଇବାକୁ ଦେବା ଆରମ୍ଭ କରିଦିଅନ୍ତୁ । କାରଣ ଏହା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ତେବେ ପିମ୍ପୁଡ଼ି କିମ୍ବା ଚଢ଼େଇ ମାନଙ୍କୁ ଖାଇବାକୁ ଦେବା ର କଣ ଲାଭ ରହିଛି ଆଜି ଆମେ ଜାଣିବା ।birds

ସନାତନ ଧର୍ମ ରେ ପଶୁପକ୍ଷୀ ମାନଙ୍କୁ ବହୁତ ଅଧିକ ମହତ୍ତ୍ଵ ଦିଆ ଯାଇଛି । ସନାତନ ଧର୍ମ ରେ ପ୍ରତ୍ୟେକ ପଶୁପକ୍ଷୀ ଙ୍କୁ ମୁଖ୍ୟ ଭାବରେ ବିଚାର କରାଯାଏ । ଏହି ପଶୁପକ୍ଷୀ ମାନେ କୌଣସି ଦେବା ଦେବୀ ଙ୍କ ର ବାହନ ମଧ୍ୟ ହୋଇପାରନ୍ତି । ଆମେ ମାନେ ସର୍ବଦା ପିମ୍ପୁଡ଼ି ମାନଙ୍କୁ ଆମ ପାଦ ତଳେ ମକଚି ଦେଇଥାଉ, ପିମ୍ପୁଡ଼ି ମାନେ ବହୁତ୍ ପରିଶ୍ରମୀ ଓ ଏକତା ବୋଧ ଭାବେ କାମ କରନ୍ତି । ସାମୁହିକ ପ୍ରାଣୀ ହୋଇଥିବାରୁ ପିମ୍ପୁଡ଼ି ପ୍ରତ୍ୟେକ କାମ ବାଣ୍ଟି କରି କରିଥାନ୍ତି ।

ଏବେ ଚାଲନ୍ତୁ ଜାଣିବା ପିମ୍ପୁଡ଼ି ମାନଙ୍କୁ ଖାଇବାକୁ ଦେବାର ମହତ୍ତ୍ଵ କଣ, ପିମ୍ପୁଡ଼ି ଦୁଇ ପ୍ରକାର ର ହୋଇଥାନ୍ତି, ଗୋଟେ ହେଉଛି ନାଲି ରଙ୍ଗର ପିମ୍ପୁଡ଼ି ଓ ଅନ୍ୟ ଟି ହେଉଛି କଳା ରଙ୍ଗର ପିମ୍ପୁଡ଼ି । ଏହା ସହିତ ନାଲି ରଙ୍ଗର ପିମ୍ପୁଡ଼ି କୁ ଅଶୁଭ ଓ କଳା ରଙ୍ଗର ପିମ୍ପୁଡ଼ି କୁ ଶୁଭ ବିଚାର କରାଯାଏ । ପିମ୍ପୁଡ଼ି ମାନଙ୍କୁ ଚିନି ମିଶା ହୋଇଥିବା ଅଟା ଖାଇବାକୁ ଦେବା ଦ୍ବାରା ବ୍ୟକ୍ତିଙ୍କୁ ସବୁ ପ୍ରକାର ର ବନ୍ଧନ ରୁ ମୁକ୍ତି ମିଳିଥାଏ ।ents

ହଜାରେ ପିମ୍ପୁଡ଼ି ମାନଙ୍କୁ ସବୁଦିନ ଖାଇବାକୁ ଦେବା ଦ୍ୱାରା ଏମାନେ ଆପଣଙ୍କୁ ଚିହ୍ନି ଆପଣଙ୍କ ସହ ଭଲ ଭାବ ରଖିଥାନ୍ତି ଓ ଆଶୀର୍ବାଦ ମଧ୍ୟ କରିଥାନ୍ତି । ପିମ୍ପୁଡ଼ି ମାନଙ୍କର ଆଶୀର୍ବାଦ ଆପଣଙ୍କୁ ସମସ୍ତ ପ୍ରକାର ସମସ୍ୟା ରୁ ଦୂରେଇ ରଖିଥାଏ । ଯଦି ନାଲି ରଙ୍ଗର ପିମ୍ପୁଡ଼ି ମାନଙ୍କୁ ଅଣ୍ଡା ଧରି ଯାଉଥିବାର ଦେଖନ୍ତି, ତେବେ ଏହା ବିଚାର କରାଯାଏ ଯେ ଆପଣଙ୍କ ଦିନଟି ବହୁତ୍ ଭଲ ରେ କଟିବ ।

ଋଣ ଭାର ଥିବା ବ୍ୟକ୍ତି ପିମ୍ପୁଡ଼ି ମାନଙ୍କୁ ଚିନି ମିଶା ଅଟା ଖାଇବାକୁ ଦିଅନ୍ତୁ, ଏପରି କରିବା ଦ୍ବାରା ଋଣ ରୁ ମୁକ୍ତି ମିଳିଥାଏ । ଗୋମାତା ଙ୍କୁ ରୁଟି ଖାଇବାକୁ ଦେବା ଦ୍ବାରା ଘର ର ପୀଡ଼ା କମ୍ ହୋଇଥାଏ।କୁକୁର ମାନଙ୍କୁ ରୁଟି ଖାଇବାକୁ ଦେବା ଦ୍ବାରା ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିଥାନ୍ତି । କୁଆ କୁ ଯଦି ଆପଣ ଖାଦ୍ୟ ସ୍ୱରୂପ କିଛି ଖାଇବାକୁ ଦେଇଥାନ୍ତି ତେବେ ଆପଣଙ୍କ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି । ମାଛ ମାନଙ୍କୁ ଖାଇବାକୁ ଦେବା ଦ୍ବାରା ଆପଣଙ୍କ ଘର ର ସମୃଦ୍ଧି ବଢ଼ିଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *