ଆପଣଙ୍କ ଘରକୁ ପେଚା ଆସୁଛି କି?କୋଟିପତି ହେବା ପାଇଁ ଦେଇଥାଏ ଏହି ସଂକେତ

owl

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ପେଚା କୁ ମା ଲକ୍ଷ୍ମୀଙ୍କର ବାହାନ ବୋଲି କୁହାଯାଇଛି। ଶୁଭ, ଅଶୁଭକୁ ନେଇ ବର୍ତ୍ତମାନ ଯୁଗରେ ଲୋକମାନଙ୍କର ବହୁ ଭ୍ରାନ୍ତ ଧାରଣା ରହିଛି। ଯାହାକୁ ଲୋକମାନେ ନିଜ ହିସାବରେ ଠିକ୍ କିମ୍ଵା ଭୁଲ୍ ବୋଲି ଦର୍ଶାଇଥାନ୍ତି। ଯାହାର ଉଦାହରଣ ପେଚା। ମା ଲକ୍ଷ୍ମୀଙ୍କର ବାହନ ହେଉଛି ପେଚା ।

ପେଚାକୁ ବହୁ ସ୍ଥାନରେ ଶୁଭ ବୋଲି ଭାବୁଥିବା ବେଳେ କେତେକ ସ୍ଥାନରେ ଅଶୁଭ କୁହନ୍ତି। ଏହାକୁ ନେଇ ଲୋକମାନଙ୍କ ମନରେ ବହୁ ଭ୍ରାନ୍ତ ଧାରଣା ମଧ୍ୟ ରହିଛି। ଆଜିବି ମଧ୍ୟ ପୂର୍ବ ଭଳି ଲୋକଙ୍କ ମନରେ ପେଚାକୁ ନେଇ ପୁରୁଣା ବିଶ୍ଵାସ ରହିଛି।ଆପଣ ଦେଖିଥିବେ ଯେ ବେଳେ ବେଳେ ରାତିରେ ଘର କୁ ପେଚା ମାନେ ଚାଲି ଆସନ୍ତି। ଆପଣଙ୍କୁ କହି ରଖିବୁ କି ଧଳା ପେଚା ବହୁତ ଶୁଭ ହୋଇଥାଏ ।owl

ତେବେ ଆମେ ଆଜି ଆପଣଙ୍କୁ ସେହି ବିଶ୍ଵାସ ବିଷୟରେ କହିବାକୁ ଯାଉଛୁ-

୧-ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ରାସ୍ତାରେ ପେଚା ଦେଖନ୍ତି ଏବଂ ପେଚାର ଆଖି ଆପଣଙ୍କ ଆଖି ମିଶିଯାଏ ତେବେ ଆପଣଙ୍କୁ ଅମାପ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୨-ଯଦି କୌଣସି ରୋଗୀକୁ ପେଚା ଛୁଇଁ କିମ୍ଵା ତାହା ମୁଣ୍ଡ ଉପର ଦେଇ ଉଡିଯାଏ ତେବେ ଉକ୍ତ ରୋଗୀର ସମସ୍ତ ରୋଗ ଦୂର ହୋଇଯାଏ।

୩-ଯଦି ଆପଣଙ୍କ ଦକ୍ଷିଣ ପଟେ ପେଚା ଦେଖନ୍ତି କିମ୍ବା ଫେଚା ରାବ ଶୁଣନ୍ତି ତେବେ ତାହା ଅଶୁଭ ହୋଇଥାଏ ।owl

୪-ଯଦି ପେଚା ଆପଣଙ୍କ ଘରର ଛାତ ଉପରେ ବସି ରାବେ ତେବେ ଘରର କୌଣସି ସଦସ୍ୟଙ୍କ ମୃତ୍ୟ ହେବାର ସମ୍ଭାବନା ରହିଛି ।

୫-ଯଦି ସକାଳେ ପୂର୍ବ ଦିଗରେ ପେଚା ଦେଖାଯାଏ ତେବେ ଧନପ୍ରାପ୍ତି ହେବାର ସମ୍ଭାବନା ରହିଛି ।

୬- ଯଦି ଆପଣଙ୍କ ଆଖପାଖରେ ପେଚା ବୁଲୁଥିବାର ଦେଖିବେ ତେବେ ଜାଣିବେ ଯେ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ। ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *