ଏହିସବୁ ଅଙ୍ଗ ଥରିବା ଦେଇଥାଏ ଶୁଭ ସଂକେତ,ଘରକୁ ଆସିଥାଏ ଧନ ସମ୍ପତ୍ତି

nan

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ଯଦି ଆମେ ମାନେ ଆମ ମନକୁ କେନ୍ଦ୍ରିତ ଓ ସଞ୍ଜମ କରି ରଖି ପାରିବା, ତେବେ ଆମ ଜୀବନରେ ଆଗକୁ ଘଟିବାର ଥିବା ଘଟଣା ଶୁଭ କି ଅଶୁଭ ଆମେ ତାହା ଜାଣିପାରିବା। ବେଳେ ବେଳେ ଆମ ଶରୀରର କୌଣସି ଏକ ଅଙ୍ଗ ଥରିବାକୁ ଲାଗିଥାଏ କିନ୍ତୁ ଆମକୁ ତାହାର ଫଳ ବିଷୟରେ ଜଣା ନଥାଏ। ଆଜି ଆମେ ଜାଣିବା ଶରୀରର କେଉଁ ଅଙ୍ଗ ଥରିବା ଦ୍ବାରା ଆପଣଙ୍କୁ କେଉଁ ଫଳ ମିଳିଥାଏ ।

ସ୍ତ୍ରୀ ମାନଙ୍କ ର ଡାହାଣ ଭାଗ ଓ ପୁରୁଷ ମାନଙ୍କ ର ଡାହାଣ ଭାଗ ଥରିବାକୁ ଶୁଭ ବୋଲି ବିଚାର କରାଯାଏ। ପ୍ରଥମେ ହେଉଛି, ଆଖି ଥରିବା ବା ଡେଇଁବା, ଯଦି କୌଣସି ମନୁଷ୍ୟ ର ବାମ ଆଖି ଥରୁଛି,ତେବେ ଜାଣି ନିଅନ୍ତୁ ଯେ ସେହି ବ୍ୟକ୍ତି ଙ୍କ ର ପରିବାର ର କୌଣସି ସଦସ୍ୟ ଙ୍କୁ ରୋଗ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଙ୍କ ର ଡାହାଣ ଆଖି ଥରେ, ତେବେ ଏହା ଆପଣଙ୍କୁ ଶୁଭ ସମାଚାର ମିଳିବାର ସଙ୍କେତ ଦେଇଥାଏ ।eye

ଦ୍ଵିତୀୟ ରେ ହେଉଛି, ମୁଣ୍ଡ ଥରିବା, ମୁଣ୍ଡ ଥରିବାକୁ ଶୁଭ ବିଚାର କରାଯାଏ। ଯଦି ମୁଣ୍ଡର ଦୁଇ ଭାଗ ଥରିଥାଏ, ତେବେ ସେହି ବ୍ୟକ୍ତି କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ। ମୁଣ୍ଡର ଡାହାଣ ଭାଗ ଥରିଲେ , ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଥାଏ। ଯଦି ମୁଣ୍ଡର ବାମ ଭାଗ ଥରେ ତେବେ ଦୂର ଯାତ୍ରା କରିବା ସମୟରେ ଆପଣଙ୍କୁ ଧନ ଲାଭ କରିବାର ସମ୍ଭାବନା ରହିଥାଏ।

ତୃତୀୟ ରେ ହେଉଛି, କାନ ଥରିବା, ଯଦି କୌଣସି ବ୍ୟକ୍ତିଙ୍କର ଡାହାଣ ପଟ କାନ ଥରିଥାଏ,ତେବେ କିଛି ଶୁଭ ସମାଚାର ମିଳିଥାଏ, ଯଦି କୌଣସି ବ୍ୟକ୍ତିଙ୍କର ବାମ ପଟ କାନ ଥରିଥାଏ, ତେବେ ତାଙ୍କର କୌଣସି ଏକ ପ୍ରତିଷ୍ଠିତ ବା ସମ୍ମାନନୀୟ ବ୍ୟକ୍ତି ଙ୍କ ସହିତ ମିଶିବାର ସୁଯୋଗ ଥାଏ । ଯଦି ଆପଣଙ୍କ କାନ ର ପଛ ପଟ ଥରେ ତେବେ ଜାଣି ନିଅନ୍ତୁ ଯେ ନିକଟରେ ଆପଣଙ୍କ କୌଣସି ଏକ ସମ୍ପର୍କୀୟ ବ୍ୟକ୍ତି ଙ୍କ ଠାରୁ ଆପଣଙ୍କୁ ଅସମ୍ମାନିତ ହେବାକୁ ପଡିପାରେ।ears

ଚତୁର୍ଥ ରେ ହେଉଛି, ଗାଲ ଥରିବା, ଯଦି ଆପଣଙ୍କ ଡାହାଣ ପଟ ଗାଲ ଥରିଥାଏ, ତେବେ ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ବହୁତ ଡେରିରେ ହୋଇଥାଏ। ଏହାର ଅର୍ଥ ଯଦି ଆପଣଙ୍କ ର କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଥାଏ ତେବେ ଏହା ବହୁତ ଡେରି ରେ ଭଲ ହୁଏ। ଯଦି ଆପଣଙ୍କ ବାମ ପଟ ଗାଲ ଥରିଥାଏ, ତେବେ ଆପଣଙ୍କ ସୁଖ ଶାନ୍ତି ରେ ବାଧା ଆସିଥାଏ। ଯଦି ଏକାବେଳକେ ଦୁଇଟି ଯାକ ଗାଲ ଥରି ଉଠେ ତେବେ ଏହାର ଅର୍ଥ ଆପଣଙ୍କୁ ଯେ କୌଣସି ଏକ ଉତ୍ସ ରୁ ଧନ ପ୍ରାପ୍ତି ହୋଇଥାଏ। ଏହି ସବୁ ଅଙ୍ଗ ଥରିବା ଦ୍ବାରା ଆପଣଙ୍କୁ ଶୁଭ କିମ୍ବା ଅଶୁଭ ର ସଙ୍କେତ ମିଳିଥାଏ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।

Leave a Reply

Your email address will not be published. Required fields are marked *