ଆଉ କିଛି ଘଣ୍ଟା ପରେ ଭୟଙ୍କର ରୂପ ନେବ ବର୍ଷା, ଏହି ୧୮ ଟି ଜିଲ୍ଲାକୁ ସତର୍କ କଲା ଓଡିଶା ପାଣିପାଗ ବିଭାଗ, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର। ପୁଣି ହେବାକୁ ଯାଇଛି ବର୍ଷା।ଏହି ସମୟରେ ଆସନ୍ତା ୧୯ ଓ ୨୦ ତାରିଖ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଜାରି ହୋଇଛି ୟେଲୋ ୱାର୍ଣିଁ। ତେବେ ଆସନ୍ତୁ ଜାଣିବା ଏହି ଦୁଇଦିନ ଅର୍ଥାତ୍ ୧୯ ଏପ୍ରିଲ୍ ଓ ୨୦ ଏପ୍ରିଲ୍ କେଉଁ କେଉଁ ଜିଲ୍ଲା ମାନଙ୍କରେ ଏହି ବର୍ଷା ହେବାର ସୂଚନା ରହିଛି।

ପାଣିପାଗ ବିଭାଗ ର ସୂଚନା ଅନୁସାରେ ୧୯ ତାରିଖ ଅପରାହ୍ନ କୁ ପୁରୀ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲା ଗୁଡ଼ିକରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହିତ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଝାରସୁଗୁଡ଼ା, କେଉଁଝର ରେ ଝଡ଼ ବର୍ଷାର ସମ୍ଭାବନା ରହିଛି। ତେବେ ଉପରୋକ୍ତ ଜିଲ୍ଲା ମାନଙ୍କରେ ଏହି ଦୁଇଦିନ ପାଇଁ ୟେଲୋ ୱାର୍ଣିଁ ଜାରି କରାଯିବା ସହିତ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ତେଣୁ ଯଦି ଆପଣଙ୍କ ଜିଲ୍ଲା ଏଇ ଜିଲ୍ଲା ମାନଙ୍କ ମଧ୍ୟରୁ ଗୋଟିଏ ହୋଇଥାଏ ତେବେ କୁହା ଯାଇଥିବା ତାରିଖରେ ଆପଣ ଏଥିପ୍ରତି ସଚେତନ ରୁହନ୍ତୁ। ତେବେ ଏହି ସବୁ ଜିଲ୍ଲା ମାନଙ୍କୁ ଦୁଇ ଦିନ ଧରି ବିଜୁଳି, ଘଡ଼ଘଡ଼ି ସହିତ ବଜ୍ରପାତ ର ବିପଦ ଥିବାରୁ ପଦାକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ତରଫରୁ କୁହା ଯାଇଛି ଏବଂ ସତର୍କ ସୂଚନା ମଧ୍ୟ ଦିଆ ଯାଇଛି।ତେବେ ବନ୍ଧୁଗଣ ଏହା ସହିତ ଆପଣଙ୍କ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ବି ରହିଛି।ଆପଣ ମାନେ ଯଦିଓ ଏହି ଦୁଇ ଦିନ ବର୍ଷା ପାଇବେ ଏବଂ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବେ କିନ୍ତୁ ଏହାପରେ ପୁଣି ଲାଗି ରହିବ ଗ୍ରୀଷ୍ମ ପ୍ରବାହ।

କାରଣ ଏହି ଦୁଇ ଦିନ ପରେ ପାରଦ ୪ ଡିଗ୍ରୀ ଅଧିକ ରହିବ। ପୁଣି ରାଜ୍ୟରେ ବଢିବ ତାତି। ରାଜ୍ୟକୁ ପୁଣି ଥରେ ତାତି ଫେରିବାକୁ ଯାଉ ଥିବାରୁ ପୁଣିଥରେ ଏହା ଭୟଙ୍କର ରୁପ ନେବାକୁ ଯାଉଛି। ପୁଣିଥରେ ତାପମାତ୍ରା ତାର ସ୍ୱାଭାବିକ ରୂପକୁ ଫେରିବା। ସୂଚନା ଅନୁସାରେ ରାଜସ୍ଥାନୀ ପଶ୍ଚିମ ପବନ ବିନା ବାଧାରେ ରାଜ୍ୟରେ ବୋହିବା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ। ତେବେ ଦୁଇଦିନ ହେଲା ୪୦ ଡିଗ୍ରୀ ତଳକୁ ଛୁଇଁ ଥିବା ତାପମାତ୍ରା ପୁଣିଥରେ ୪୨ ଡିଗ୍ରୀ ଉପରକୁ ଛୁଇଁବ। ତେବେ ବନ୍ଧୁଗଣ ଏ ଥିଲା ଆପଣଙ୍କ ପାଇଁ ପାଣିପାଗ କୁ ନେଇ ବଡ଼ ଖବର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *