ସବ୍ୟ ଅର୍ଚୀତାଙ୍କ ବାହାଘର ଭିଡିଓ ହେଲା ଭାଇରାଲ – ଏବେ ହିଁ ଦେଖନ୍ତୁ ବାହାଘର ଭିଡିଓ

sabya-archi

ଓଲିଉଡ୍‌ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ବାହାଘର । ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିବାକୁ ଯାଉଛନ୍ତି ସବ୍ୟସାଚୀ । ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଉଭୟ । ଏନେଇ ସେମାନେ ସୋଶାଲ ମିଡିଆରେ ପ୍ରକାଶ କରିବା ସହ ଏବଂ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି ।  ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଥିଲା ।

ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କର ବାହାଘର ହେବ ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦୁହିଙ୍କ ମଧ୍ୟରେ ଚାଲି ଥିବା ଚୋରି ଚୋରି ଇସ୍କ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନଥିଲେ। ଗତକାଲି ହଠାତ୍‌ ଫ୍ୟାନ୍ ମାନଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ ଏହି ଦୁଇ କପଲ। ସୋଶାଲ ମିଡିଆରେ ଲଭ୍‌ ସିକ୍ରେଯର ରାଜ୍‌ ଖୋଲି ଉଭୟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ଉଭୟଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନାର ସୁଅ ମଧ୍ୟ ଛୁଟୁଛି।

arch

ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ହେଉଛି ତାହା ସବ୍ୟ ସୂଚନା ଦେଇନାହାନ୍ତି । ନିଜ ବାହାଘର ନେଇ ଭେନ୍ୟୁ ଓ ବିହାହ କାର୍ଯ୍ୟ ସୂଚୀର କୌଣସି ସୂଚନା ଦେଇ ନାହାନ୍ତି । ସେପଟେ ବଡ ପରଦାରେ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା, ଆଲୋଚନା ହୁଏ । ସବ୍ୟ- ଅର୍ଚ୍ଚିତାଙ୍କ ପ୍ରେମ କାହାଣୀକୁ ଗସିପ ବି କରାଯାଏ । ଆଉ ସବୁ ଚର୍ଚ୍ଚାକୁ ନୂଆ ସମ୍ପର୍କର ଚିତ୍ରରେ ବଦଳାଇବାକୁ ଯାଉଛନ୍ତି ଏହି ଦୁଇ ଲୋକପ୍ରିୟ ଯୋଡି ।

sabya

ଜୀବନ ସାଥୀ ବନିବାକୁ ଯାଉଥିବା ପରଦାର ଯୋଡ଼ି ବିବାହ ପୂର୍ବରୁ ନିଜ ନିର୍ବନ୍ଧର ଫଟୋ ଛାଡିଛନ୍ତି । ତାସହ ପାହାଡି ଇଲାକାରେ ପ୍ରିୱେଡିଂର ଫଟୋ ଛାଡି ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶିର୍ବାଦ ଲୋଡିଛନ୍ତି ସବ୍ୟସାଚୀ । ତେବେ ସବ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି, ସୁଖଦୁଃଖର ନାମ ଜୀବନ । ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆମର ବାହାଘର ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ ।

ତେବେ ଉଭୟଙ୍କ ବାହାଘରର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଉପରେ ତାଙ୍କର ବାହାଘରର ବେଳର ଫଟୋ ଆପଣ ଦେଖି ପାରୁଥିବେ । ତେବେ ଉଭୟ ଯୋଡିଙ୍କ ପାଇଁ ଗୋଟିଏ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *