ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସଫଳ ଜୀବନର ଏହି ୧୫ଟି ଅମୂଲ୍ୟ ମନ୍ତ୍ର !

krishan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଭାରତ ବର୍ଷରେ ଶ୍ରୀମଦଭାଗବତକୁ ସବୁଠୁ ପବିତ୍ର ଗ୍ରନ୍ଥ କୁହାଯାଏ ଓ ଏହି ଗ୍ରନ୍ଥରେ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶ ଲିଖିତ ଅଛି , ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଅର୍ଜୁନ ନିଜର ସମ୍ପର୍କୀୟ ଓ ଗୁରୁଙ୍କ ଉପରେ ଶସ୍ତ୍ର ଉଠାଇବା ପାଇଁ ମନା କରିଥିଲେ ତେବେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କିଛି ଉପଦେଶ ଦେଇଥିଲେ ଓ ଏହି ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଜୀବନ ସମ୍ବନ୍ଧିତ କିଛି ସତ୍ୟତା କହିଥିଲେ । ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଉପଦେଶ ଗୁଡିକ ଗୀତାରେ ବର୍ଣ୍ଣିତ ହୋଇଛି , ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶ୍ରୀମଦଭାଗବତର ଅମୂଲ୍ୟ ବିଚାର । ନମ୍ବର 1- ମୁଁ ଭଗବାନ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଅଛି ।krishana

ନମ୍ବର 2- ଜନ୍ମ ନେଇଥିବା ବ୍ୟକ୍ତିର ମୃତ୍ୟୁ ସେତିକି ନିଶ୍ଚିତ ଅଟେ, ଯେତିକି ମୃତ୍ୟୁ ହୋଇଥିବା ବ୍ୟକ୍ତିର ଜନ୍ମ ନେବା , ସେଥିପାଇଁ ଯାହା ଅପରିହାର୍ଯ୍ଯ ଅଟେ ତାହା ପାଇଁ ଦୁଃଖିତ ହୁଅନ୍ତୁ ନାହିଁ । ନମ୍ବର 3- କ୍ରୋଧ ବାସନା ଓ ଲୋଭ ନର୍କର ୩ଟି ଦ୍ଵାର ଅଟେ । ନମ୍ବର 4- କ୍ରୋଧ ଦ୍ଵାରା ଭ୍ରମ ଜନ୍ମ ହୋଇଥାଏ କିନ୍ତୁ ଭ୍ରମ ଜନ୍ମ ହେବା ଦ୍ଵାରା ବୁଦ୍ଧି ହଜିଯାଏ , ବୁଦ୍ଧି ହଜିଯିବା ଦ୍ଵାରା ତର୍କ ନଷ୍ଟ ହୋଇଯାଏ , ଯେତେବେଳେ ତର୍କ ନଷ୍ଟ ହୋଇଯାଏ ତେବେ ବ୍ୟକ୍ତିର ଅନ୍ତ ହୋଇଯାଏ । ନମ୍ବର 5- ହେଲା ତୁମେ କେବଳ ନିଜ ଜୀବନରେ କର୍ମ କର ଓ ଫଳର ଚିନ୍ତା କର ନାହିଁ । ନମ୍ବର 6- ହେଲା ଆତ୍ମାକୁ କୌଣସି ଶସ୍ତ୍ର ମାରି ପାରିବ ନାହିଁ ଏବଂ କୈଣସି ନିଆଁରେ ଜଳି ପାରିବ ନାହିଁ ।k

ନମ୍ବର 7- ହେଲା ଜୀବନରେ କର୍ମ ଠାରୁ ବଳି କିଛିବି ନାହିଁ ସେଥିପାଇଁ ଯେତେ ସମ୍ଭବ ସେତେ କର୍ମ ଜୀବନରେ କରନ୍ତୁ । ନମ୍ବର 8- ହେଲା ବୁଦ୍ଧି ନଷ୍ଟ ହେବା ଦ୍ଵାରା ମନୁଷ୍ୟର ବି ଅନ୍ତ ହୋଇଯାଏ । ନମ୍ବର 9- ହେଲା ଇନ୍ଦ୍ରିୟ ଗୁଡିକ ଉପରେ ସଂୟମ ରଖୁଥିବା ମନୁଷ୍ୟ ମାନଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ । ନମ୍ବର 10- ହେଲା ଦୁଃଖି ହୁଅନ୍ତୁ ନାହିଁ ମୋର ଶରଣ ରେ ଆସି ଯାଅ ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତି କରିଦେବି । ନମ୍ବର 11- ହେଲା ମନୁଷ୍ୟ ମୋତେ ଯେଉଁଭଳି ଭାବରେ ମନେ ପକାଇ ଥାଏ ମୁଁ ତାକୁ ସେହିଭଳି ଭାବେ ଫଳ ଦେଇଥାଏ । ନମ୍ବର 12- ହେଲା ସର୍ବଦା ସନ୍ଦେହ କରୁଥିବା ବ୍ୟକ୍ତି ପାଇଁ ପ୍ରସନ୍ନତା ତିନି ଲୋକରେ କେଉଁଠି ବି ମିଳେ ନାହିଁ ।krishan

ନମ୍ବର 13- ହେଲା ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରଣ କରି ପାରେ ନାହିଁ ସେ ନିଜର ହିଁ ଶତୃ ହୋଇଯାଇ ଥାଏ । ନମ୍ବର 14- ହେଲା ବ୍ୟକ୍ତି ଯାହା ଚାହିଁବ ତାହା କରି ପାରିବ , ଯଦି ବିଶ୍ଵାସର ସହିତ ନିଜ କାମରେ ସେ ଧ୍ୟାନ ଦେବ । ନମ୍ବର 15- ହେଲା ନା ତୁମେ ଏହି ଶରୀରର ଅଟ ନା ହିଁ ଏହି ଶରୀର ତୁମର ଅଟେ , ଶରୀର ଅଗ୍ନି, ଜଳ, ବାୟୁ, ପୃଥିବୀ, ଆକାଶ କୁ ମିଶାଇ ହୋଇଥାଏ ଏବଂ ଦିନେ ଏହା ଏଥିରେ ହିଁ ମିଶିଯିବ କିନ୍ତୁ ଆତ୍ମା ସ୍ଥିର ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *