ସବ୍ୟ-ଅର୍ଚୀତାଙ୍କ ବାହଘରର ପ୍ରଥମ ଝଲକ – ଦେଖନ୍ତୁ ତାଙ୍କର ବାହାଘର

ଓଲିଉଡ୍‌ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଆଜି ସରିଗଲା ବାହାଘର । ରିୟଲ ଲାଇଫ୍‌ରେ ଅର୍ଚ୍ଚିତାଙ୍କ ହାତ ଧରିନେତେସବ୍ୟସାଚୀ । ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ଉଭୟ । ଏନେଇ ସେମାନେ ସୋଶାଲ ମିଡିଆରେ ପ୍ରକାଶ କରିବା ସହ ଏବଂ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଛନ୍ତି ।  ପୂର୍ବରୁ ସେମାନଙ୍କ ନିର୍ବନ୍ଧ ସରିଥିଲା ।

architaa

ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କର ବାହାଘର ହେଲା ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦୁହିଙ୍କ ମଧ୍ୟରେ ଚାଲି ଥିବା ଚୋରି ଚୋରି ଇସ୍କ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନଥିଲେ। ଗତକାଲି ହଠାତ୍‌ ଫ୍ୟାନ୍ ମାନଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ ଏହି ଦୁଇ କପଲ। ସୋଶାଲ ମିଡିଆରେ ଲଭ୍‌ ସିକ୍ରେଯର ରାଜ୍‌ ଖୋଲି ଉଭୟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ଉଭୟଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନାର ସୁଅ ମଧ୍ୟ ଛୁଟୁଛି।

sabyaa-arc

ତେବେ ବର୍ତମାନ ସମୟରେ ଉଭୟ ଯୋଡିଙ୍କର କିଛି ଫଟୋ ଏବେ ଖୁବ ଯୋରରେ ଭାଇରାଲ ହେଉଛି । ଯେଉଁ ଫଟୋରେ ବର ଓ ବଧୁ ବେଶରେ ସଜେଇ ହୋଇଛନ୍ତି ସବ୍ୟ ଓ ଅର୍ଚୀତା । ସେ ଫଟୋ ଗୁଡିକ ନିଜେ ସବ୍ୟ ଓ ଅର୍ଚୀତା ନିଜ ସୋସିଆଲା ମିଡିଆ ଆକାଉଣ୍ଟରେ ଛାଡି ଲୋକ ମାନଙ୍କ ଠାରୁ ଆର୍ଶୀବାଦ ମାଗିଛନ୍ତି ।

archh

ସାମ୍ନାକୁ ଆସିଲା ସବ୍ୟସାଚୀ, ଅର୍ଚ୍ଚିତାଙ୍କ ବରକନ୍ୟା ବେଶର ଫଟୋ । ଖୁସି ମୁହୂର୍ତ୍ତର ଫଟୋ ଛାଡି ଦୁହେଁ ଲେଖିଲେ, ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର । ଫଟୋ ଛାଡି ସେ ଲେଖିଛନ୍ତି ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ।

sabbya

ତେବେ ଏହି ଯୋଡି ଯଦି ଆପଣଙ୍କର ପସନ୍ଦ , ତେବେ ନିଶ୍ଚୟ ଗୋଟିଏ ଲାଇକ କରିବେ । ଏହାକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାନ୍ତୁ ।

Leave a Reply

Your email address will not be published. Required fields are marked *