ଜାଣନ୍ତୁ ପ୍ରଥମ ସ୍ତ୍ରୀକୁ କାହିଁକି ଛାଡପତ୍ର ଦେଇଥିଲେ ସବ୍ୟ – ଫିଟିଗଲା ଅସଲ ଗୁମର

sabya-1sttt

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା । ଯଦିଓ ଉଭୟ ନିଜ ବିବାହ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇ ନ ଥିଲେ, କିନ୍ତୁ ବିବାହ ଅନୁଷ୍ଠାନର ଫଟୋ ତାହା‌ ସୂଚନା ଦେଇଛି।

sabya1

ରାତି ୯ଟା ବେଳେ ନିଜ ବିବାହ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟର୍ଚ୍ଚିତା। ଏହାର  ପ୍ରାୟ ୫ ଘଣ୍ଟା ପୂର୍ବେ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରି ଅର୍ଚ୍ଚିତାଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି, ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର।’’ ପ୍ରଥମେ ସବ୍ୟର୍ଚ୍ଚିତାଙ୍କ ହଳଦୀ ପର୍ବର ଫଟୋ, ତା’ପରେ ବରକନ୍ୟା ଭାବେ ସଜେଇ ହୋଇଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା। ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।

ବିବାହ ନେଇ ସବ୍ୟସାଚୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେ‌ଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ ।

ତେବେ ଏବେ ସାରା ଓଡିଶାରେ ସବ୍ୟ- ଅର୍ଚୀତାଙ୍କ ବାହାଘରର ଚର୍ଚା ଯୋର ଧରିଥିବା ବେଳେ , ଏହା ମଧ୍ୟରେ ସବ୍ୟଙ୍କ କିଛି ନିନ୍ଦୁକ ଅନ୍ୟ ଏକ କାରଣକୁ ନେଇ ସବ୍ୟଙ୍କୁ ସମା ଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ସବ୍ୟଙ୍କ ନୁଆ ବାହାଘର ଫଟୋ ସହିତ କିଛି ଲୋକ ତାଙ୍କ ପୁରୁଣା ବାହାଘରର ଫଟୋକୁ ଯୋଡି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହା ସହିତ ତାଙ୍କୁ ସମାଲୋଚନା ମଧ୍ୟ କରା ଜାଉଛି । ତେବେ ଆମେ କହି ରଖିବୁ ଯେ , ଏବେ ସୋସିଆଲ ମିଡିଆରେ ସବ୍ୟଙ୍କର ଯେଉଁ ପୁରୁଣା ବାହାଘର ଫଟୋ ଘୁରି ବୁଲୁଛି ସେ ତାଙ୍କ ବାହାଘରର ଫଟୋ ନୁହେଁ ବରଂ ତାଙ୍କର ଏକ ଚଳଚିତ୍ରର ଅଂଶ , ଯାହାକି ଏବେ ଭାଇରାଲ ହେଉଛି ।

sabya2

ତେବେ ସବ୍ୟଙ୍କ ପୁର୍ବ ବାହଘରର କଣ ପାଇଁ ଭାଙ୍ଗି ଜାଇଥିଲା , ଏବଂ ପରସ୍ପରକୁ ସେମାନେ ଛାଡପତ୍ର ଦେଇଥିଲେ ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ । ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନ , ତେଣୁ ଏଥିରେ ସାଧାରଣ ଜନତା ମୁଣ୍ଡ ପୁରାଇ ସେମାନଙ୍କୁ ସମାଲୋଚନା କରିବା କୌଣସି ମତରେ ବି ଠିକ ନୁହେଁ । ସମସ୍ତେ ଜାଣନ୍ତି ଯେ ସବ୍ୟ ଜଣେ ମହାନ ବ୍ୟକ୍ତିତ୍ୱ । ଅତୀତରେ ଘଟିଥିବା କିଛି ସାଧାରଣ ଭୁଲ ପାଇଁ ତାଙ୍କୁ ସମାଲୋଚନା କରିବା ଜମାବି ଠିକ ନୁହେଁ ।

ଆମେ ସବ୍ୟ-ଅର୍ଚୀତାଙ୍କୁ ତାଙ୍କ ନୁଆ ଜୀବନର ଶୁଭେଛ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରୁଅଛୁ । ଏହି ନୁଆ ଜୋଡିଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *