ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ,ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ୫ଟି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ଶୁକ୍ରବାର ଠାରୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କ ଉପରେ ମାତା ସନ୍ତୋଷୀ ଙ୍କ କୃପା ଦୃଷ୍ଟି ରହିବ।ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ସମ୍ବନ୍ଧରେ।
ମେଷ ରାଶି ;ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଧନହାନି, ଜମିଜମା କଳହକୁ ନେଇ ଚିନ୍ତିତ ରହିବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ସମୟରେ ବୁଝିସୁଝି ନିଜର ମତାମତ ରଖନ୍ତୁ, ଅନ୍ୟଥା ସମାଲୋଚିତ ହୋଇପାରନ୍ତି ।
ମକର ରାଶି;ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍ ରୋଗରୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସ୍ଵାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।ଭଗବାନଙ୍କ ଆରାଧନା କରନ୍ତୁ, ମନକୁ ଶାନ୍ତି ମିଳିବ । ଭୁଲ୍ ବୁଝାମଣା ବଶତଃ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ପାଇଁ ନିରନ୍ତର ପ୍ରୟାସ କରିବେ । ବୟସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ।
ତୁଳା ରାଶି ;କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅଫିସରେ କେତେକ ଈର୍ଷାପରାୟଣ ସହକର୍ମୀ ମିଥ୍ୟା ଆରୋପରେ ଫସାଇ ଦେଇପାରନ୍ତି । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଆକସ୍ମିକ ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରର ବିଭିନ୍ନ ବ୍ୟୟ ବରାଦର ଭରଣା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତି ବଢ଼ିବ । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି
କନ୍ୟା ରାଶି;ମନରେ ଆତ୍ମବିଶ୍ଵାସ ରଖନ୍ତୁ, ଭଗବାନଙ୍କୁ ଆରୋଧନ କରନ୍ତୁ । ଆର୍ଥିକ ଅର୍ଥ ସ୍ଥିତି ମଜବୁତ ରହିବ, ବନ୍ଧୁଙ୍କ ସହ ଯୋଗାଯୋଗ ଲାଭ କରିବେ । କିନ୍ତୁ ଯେତେ ଭଲ କାମ କଲେ ମଧ୍ୟ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିବେ । କିନ୍ତୁ ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଅଫିସରେ ଆପଣଙ୍କ ମନ୍ତବ୍ୟକୁ ସହକର୍ମୀମାନେ ହାସ୍ୟାସ୍ପଦ ଭାବେ ଗ୍ରହଣ କରିବେ । ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ଅନ୍ୟମାନଙ୍କୁ ବିଶ୍ୱାସ କରି କାର୍ଯ୍ୟ କରିଲେ ଅସୁବିଧାରେ ପଡିବେ । ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାମତ୍କ କଥା କହିପାରନ୍ତି । ସ୍ଵାର୍ଥ ହାସଲ ନ ହୋଇପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି । ଦାମ୍ପତ୍ୟ ସୁଖରେ ସୁଖୀ ହେବେ ।
ମୀନ ରାଶି; କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡ଼ି କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି । ପୂର୍ବରୁ ପ୍ରସ୍ତୁତି ଯୋଜନା ଅନୁସାରେ କାର୍ଯ୍ୟରେ କରିବା ମନସ୍ଥ କରିବେ । ମନ ବୁଝିଲା ଭଳି କଥା ବନ୍ଧୁମାନଙ୍କୁ ଆପଣାର କରିବା ପାଇଁ ଚେଷ୍ଟା କରିବେ । ଅପରାହ୍ନରେ ପ୍ରତିକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବବିଭୋର ହେବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେ ରୁହନ୍ତୁ । ପରିବାର ସଦସ୍ୟମାନେ ଆପଣଙ୍କ ମନର ଭାବଙ୍କୁ ବୁଝି ସହଯୋଗ କରିବାକୁ ଆଗେଇ ଆସିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।