ଦେଖନ୍ତୁ ଭିଡିଓ Odia Film Actor ରବି ମିଶ୍ରଙ୍କ ଅନ୍ତୀମ ସଂସ୍କାର କିପରି କରାଗଲା?

rabi

ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ravi

ଗତକାଲି ହୃଦଘାତର ମିଛିମିଛିକା ଅଭିୟନ କରୁଥିଲେ। ଏହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା।  ସୁଟିଂସେଟରୁ ସିଧା ମେଡିକାଲ। ଆଉ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ ବର୍ଷୀୟାନ ଅଭିନେତା ରବି ମିଶ୍ର।‘ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ଶେଷରେ ନୀରବି ଗଲେ। ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ravii

ବର୍ତ୍ତମାନ ସମୟରେ ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଲିପ୍‌ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ । ସେହିପରି ଓଡିଆ ଫିଲ୍ମ ‘ସୌଭାଗ୍ୟବତୀ’ରେ ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ତେବେ ରବି ମିଶ୍ରଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

ତେବେ ଏବେ ଏବେ ତାଙ୍କ ଶେଷ ଭିଡିଓ ଭାଇରାଲ ହେଉଛି । ଉପରେ ଆପଣ ସେହି ଭିଡିଓ କୁ ଦେଖି ପାରୁଥିବେ । ଆପଣଙ୍କୁ ଏହି ମହାନ ଅଭିନେତାଙ୍କ ଅଭିନୟ କେମିତି ଲାଗେ ଆମକୁ ଜଣାଇବା ସହ , ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଲାଇକ ଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *