କଣନଖା ର ଘରୋଇ ଉପଚାର | ଏହି ଉପାୟରେ ସମ୍ପୁର୍ଣ୍ଣ ଭଲ ହୋଇଜିବ କଣା ନଖା

nakha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କଣ ନଖାର କାରଣ ଲକ୍ଷଣ ଏବଂ ଚିକିତ୍ସା ବିସୟରେ । ତେବେ ଚାଲନ୍ତୁ ଜାଣିନେବା କଣ ନଖାର କାରଣ ଆପଣ ଯଦି ବେସି ଟାଇମ୍ ପାଣିରେ କାମ କରନ୍ତି ଏବଂ ବହୁତ ସମୟ ଧରି ଆପଣଙ୍କର ପାଦର ନଖ ବା ହାତର ନଖ ପାଣିରେ ବୁଡି ରହେ ତାହାଲେ ଆପଣଙ୍କୁ କଣ ନଖା ହେବାର ସମ୍ଭାବନା ଥାଏ ।

nalaa

ଦ୍ୱିତୀୟ କାରଣ ଆପଣ ମାନେ ପାଦରେ ମୋଜା ପିନ୍ଧୁଥାନ୍ତି ଆଉ ସେହି ମୋଜା ଯଦି ଆପଣ ଧୋଉ ନାହାନ୍ତି ଏବଂ ସେହି ମୋଜାକୁ ସବୁବେଳେ ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କୁ କଣନେଖା ହବାର ସମ୍ଭାବନା ଥାଏ । ତୃତୀୟ କାରଣ ଯଦି ଆପଣ ମାନେ ଖାଲି ପାଦରେ ଏମିତି ଜାଗାକୁ ଯାଉଛନ୍ତି ଯେଉଠି ବଭିନ୍ୟ ପ୍ରକାର ଇନଫ୍କେସନ ହେବାର ଚାନ୍ସ ଅଛି ତାହାଲେ ଆପଣଙ୍କୁ କଣନେଖା ହେବାର ସମ୍ଭାବନା ଥାଏ । ତେବେ ବନ୍ଧୁଗଣ ଆପଣଙ୍କୁ କଣନେଖା ହେବାର ଏହି ସବୁ କାରଣ ଅଟେ ।

ତେବେ ଚାଲନ୍ତୁ ଆମେ ଲକ୍ଷଣ ବିସୟରେ ଜାଣିନେବା । ଯେଉଁ ଲକ୍ଷଣ ସବୁ ଆପଣଙ୍କ ପାଖରେ ଦେଖାଜିବ ସେଥିରୁ ପ୍ରଥମ ଆପଣଙ୍କର ପାଦର ଆଙ୍ଗୁଳୀ ଫୁଲିବ । ଦିତୀୟରେ ଯେତେ ବେଳେ ଆଙ୍ଗୁଳୀ ଫୁଲିବ ଚାଲିବାରେ ବହୁତ କଷ୍ଟ ହେବ ଏବଂ ରାତିରେ ଯେତେବେଳେ ଶୋଇଥିବେ ତାକୁ ଯଦି ଭଲକରି ସଫା କରି ନଥିବେ ସେ କଣନେଖାରେ ପୁଜ ହୋଇଯାଏ ଆଉ ପୁଜ ହେଲାପରେ ଆପଣଙ୍କୁ ବହୁତ ଜୋର ପେନ୍ ହୁଏ । ଯଦି ଆପଣ ଏହାର ଚିକିସ୍ୟା ନକରନ୍ତି ତାହାଲେ ଧିରେ ଧିରେ ବହୁତ ବଡ ଘାଆ ହୋଇଯାଏ ଯାହା ଫଳରେ ଆପଣଙ୍କୁ ଚାଲିବାରେ ବହୁତ କଷ୍ଟ ହୋଇଥାଏ । ତେବେ ଚାଲନ୍ତୁ ଏହାର ଘରଇ ଉପଚାର ବିସୟରେ ଜାଣିନେବା । ପ୍ରଥମେ ଯେତେବେଳେ ଆପଣ ରାତିରେ ଶୋଇବାକୁ ଯାଉଛନ୍ତି ତା ପୂର୍ବରୁ ଆପଣ ଦେଶି ଗୋମୁତ୍ର ନିଅନ୍ତୁ ଏବଂ ତାକୁ ନେଇ ଆପଣ କଣ ନେଖା ହୋଇଥିବା ଜାଗାରେ ସଫା କରନ୍ତୁ ।

naill

ତାପରେ ଆପଣ ଗୋଟିଏ ଗେଣ୍ଡୁ ଫୁଲ ନେବେ ଏବଂ ହଳଦୀ ଗୁଣ୍ଡ ନେବେ ତା ସହିତ ଗୋମୁତ୍ର ନେବେ । ତାପରେ ଗେଣ୍ଡୁ ଫୁଲର ପଛ ଅଂସ ବାହାର କରିଦେବେ ତାର କେବଳ ପାଙ୍ଖୁଡି ଗୋଡିକ ନେବେ ଏବଂ ସେଥିରେ ଗୋଟିଏ ଚାମୁଚ୍ ହଳଦୀ ଗୁଣ୍ଡ ମିସାଇବେ ଏବଂ ଗୋମୁତ୍ର ମିଶାଇବେ । ତିନୋଟି ଜିନିଷ ମିସିଲା ପରେ ତାକୁ ହେମାଦସ୍ତା ସାହାଯ୍ୟରେ ପେଷ୍ଟ୍ କରିବେ । ପେଷ୍ଟ୍ କଲାପରେ ସେହି କଣନେଖା ଜାଗାରେ ଲଗାଇବେ । ଏବଂ ଆପଣ ମାନେ ଏହାକୁ ଦୀନକୁ ଦୁଇଥର ଲଗାଇବେ ସକାଳେ ଥରେ ଏବଂ ସଂଧ୍ୟାରେ ଥରେ ଲଗାଇବେ ।ଏମିତି କରିବା ଦ୍ୱାରା ଦେଖିବେ କଣା ନଖା ଭଲ ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *